![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/15/Fluticasone.svg/langor-640px-Fluticasone.svg.png&w=640&q=50)
ଫ୍ଲୁଟିକାସୋନ
ଏହା ଏକ ଷ୍ଟିରଏଡ ଯାହା ଆଜମା, ସିଓପିଡି ଏବଂ ଆଲର୍ଜି ରାଇନାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । / From Wikipedia, the free encyclopedia
ଫ୍ଲୁଟିକାସୋନ ହେଉଛି ଏକ ଷ୍ଟିରଏଡ ଯାହା ଆଜମା, ସିଓପିଡି ଏବଂ ଆଲର୍ଜି ରାଇନାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] [2] ଆଜମା ଏବଂ ସିଓପିଡି ପାଇଁ ଏହା ଦୀର୍ଘକାଳୀନ ଭିତ୍ତିରେ ବ୍ୟବହୃତ ହୁଏ । [1] ଏହାକୁ ପ୍ରଶ୍ୱାସ ସାହାଯ୍ୟରେ ଫୁସଫୁସକୁ ନିଆଯାଏ କିମ୍ବା ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ।[1] [2]
![]() | |
Clinical data | |
---|---|
Synonyms | Fluticasone propionate, fluticasone furoate |
AHFS/Drugs.com | Inhaled: monograph Nose: monograph |
Routes of administration | Intranasal, inhaled, topical |
Legal status | |
Legal status |
|
Pharmacokinetic data | |
Bioavailability | 0.51% (Intranasal) |
Protein binding | 91.0% |
Metabolism | Intranasal Liver (CYP3A4-mediated) |
Elimination half-life | 10 hours |
Excretion | Eye |
Identifiers | |
IUPAC name
| |
Chemical and physical data | |
Formula | C22H27F3O4S |
Molar mass | ୪୪୪.୫୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ଆଘ୍ରାଣ ଜନିତ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଗଳା ଉତ୍ତେଜନା, କାଣ୍ଡିଡିଆସିସ୍, କାଶ ଓ ମୁଣ୍ଡ ବଥା ହୋଇପାରେ ।[1] ନାକ ସ୍ପ୍ରେର ପାର୍ଶ୍ୱ ପ୍ରତିକ୍ରିୟାରେ ନାକରେ ଅଳ୍ପ ସମୟ ପାଇଁ ଜ୍ୱାଳା, ନାକରୁ ରକ୍ତସ୍ରାବ ଓ ଗଳା ଯନ୍ତ୍ରଣା ହୋଇପାରେ । [2] ଏହା ଦୁଇଟି ମୁଖ୍ୟ ରୂପରେ ଆସିଥାଏ ଯଥା: - ଫ୍ଲୁଟିକାସୋନ ପ୍ରୋପିଅନେଟ ଏବଂ ଫ୍ଲୁଟିକାସୋନ ଫୁରୋଏଟ୍ ।[3]
୧୯୮୦ ମସିହାରେ ଫ୍ଲୁଟିକାସୋନ୍ ପ୍ରୋପିଅନେଟ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ମସିହାରେ ଚିକିତ୍ସା କରିବା ପାଇଁ ଅନୁମୋଦିତ ହୋଇଥିଲା । [4] ଯୁକ୍ତରାଜ୍ୟରେ ୨୫୦ ମାଇକ୍ରୋଗ୍ରାମ ବିଶିଷ୍ଟ ୬୦ ମାତ୍ରାର ମୂଲ୍ୟ ପ୍ରାୟ £୨୫ ।[3] ୨୦୧୮ ମସିହାରେ, ଏହା ଆମେରିକାରେ ଷୋଡ଼ଶ ସାଧାରଣ ପ୍ରେସକ୍ରିପ୍ସନ ଔଷଧ ଥିଲା ଓ ଏହାର ୩୪ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା ।[5] [6] ଏହା ଫ୍ଲୁଟିକାସୋନ/ଫର୍ମୋଟେରୋଲ ଏବଂ ଫ୍ଲୁଟିକାସୋନ/ସାଲମେଟେରୋଲ ଔଷଧର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ ।[3]