ପୂର୍ବ ପାକିସ୍ତାନ
ଅଖଣ୍ଡ ଭାରତ ର ଅଂଶ / From Wikipedia, the free encyclopedia
ପୂର୍ବ ପାକିସ୍ତାନ ତତ୍କାଳୀନ ପାକିସ୍ତାନର ପୂର୍ବ ଅଂଶ ଥିଲା । ଏହା ବର୍ତ୍ତମାନର ବଙ୍ଗଳାଦେଶରେ ୧୯୫୫ରୁ ୧୯୬୧ ପର୍ଯ୍ୟନ୍ତ ରହିଥିଲା । ଏହାର ରାଜଧାନୀ ଢାକା ଏବଂ ସରକାରୀ ଭାଷା ବଙ୍ଗଳା ଥିଲା । ପୂର୍ବ ପାକିସ୍ତାନର ମୋଟ କ୍ଷେତ୍ରଫଳ ୧,୫,୫୬୦ ବର୍ଗ ମିଟର ଥିଲା । ଏହା ପୂର୍ବ, ଉତ୍ତର ଏବଂ ପଶ୍ଚିମ ଦିଗରେ ଭାରତ ଘେରିରହିଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ବଙ୍ଗୋପସାଗର ଅବସ୍ଥିତ ଥିଲା । ପୂର୍ବରେ ଏହା ବର୍ମା ସହିତ ଏକ ଛୋଟ ସୀମା ରେଖା ଯୋଡ଼ିହୋଇଥିଲା । ଅର୍ଥନୀତି, ରାଜନୈତିକ ପ୍ରତିନିଧିତ୍ୱ ଏବଂ ଜନସଂଖ୍ୟା ଆଧାରରେ ଏହା ପାକିସ୍ତାନର ସର୍ବ ବୃହତ ରାଜ୍ୟ ଥିଲା । ନଅ ମାସ ଧରି ଚାଲିଥିବା ଯୁଦ୍ଧ ଶେଷରେ ୧୯୭୧ ମସିହା ଡିସେମ୍ବର ୧୪ ତାରିଖରେ ପୂର୍ବ ପାକିସ୍ଥାନ ବଙ୍ଗଳାଦେଶ ଭାବରେ ସ୍ୱାଧୀନତା ଘୋଷଣା କରିଥିଲା ।[1]