ଆଜନ୍ମ ତୃଟି ବା ଜନ୍ମ ଦୋଷ ବା ଜନ୍ମଗତ ଅକ୍ଷମତା (ଇଂରାଜୀ ଭାଷାରେ birth defect, also known as a congenital disorder) ଏକ ରୋଗ ଯେଉଁଥିରେ ଯେଉଁ କାରଣରୁ ହେଉନା କାହିଁକି ଜନ୍ମରୁ ତୃଟି ଥାଏ । [3] ଏହି ତୃଟି ଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability) ବା ବିକାଶ ଅକ୍ଷମତା (developmental disability) ହୋଇପାରେ ।[3] ଅକ୍ଷମତା ସାମାନ୍ୟରୁ ସାଂଘାତିକ ପର୍ଯ୍ୟନ୍ତ ହୋଇପାରେ ।[6] ଜନ୍ମ ଦୋଷ ଦୁଇ ପ୍ରକାର ଥାଏ ଯଥା:- ଗଠନ ମୂଳକ ଦୋଷ ଯେଉଁଥିରେ ଦେହର ଆକାର ସମସ୍ୟା ଥାଏ ଓ କାର୍ଯ୍ୟକାରୀ ଦୋଷ (functional disorder) ଯେଉଁଥିରେ ଦେହର ଅଂଶ କାମ କରିବାରେ ସମସ୍ୟା ଦେଖାଯାଏ ।[9] କାର୍ଯ୍ୟକାରୀ ଦୋଷ ମଧ୍ୟରେ ମେଟାବୋଲିକ ରୋଗ (metabolic) ଓ ଅବକ୍ଷୟ (degenerative disorders) ରୋଗ ଥାଏ ।[9] କେତେକ ରୋଗୀଙ୍କର ଉଭୟ ଗଠନ ମୂଳକ ଓ କାର୍ଯ୍ୟକାରୀ ଦୋଷ ଥାଏ ।[9]

Quick Facts ଆଜନ୍ମ ତୃଟି (Birth defect), ବିଭାଗ ...
ଆଜନ୍ମ ତୃଟି (Birth defect)
କନ‌ଜେନିଟାଲ ଡିଜଅର୍ଡ଼ର (Congenital disorder), କନ‌ଜେନିଟାଲ ଡିଜିଜ (congenital disease), କନ‌ଜେନିଟାଲ ଡିଫର୍ମିଟି (congenital deformity), କନ‌ଜେନିଟାଲ ଅସଙ୍ଗତି (congenital anomaly)[1]
Thumb
ସର୍ବାଧିକ ସାଧାରଣ ଡାଉନ ସିଣ୍ଡ୍ରୋମ (Down syndrome) ରୋଗ‌ଗ୍ରସ୍ତ ଏକ ବାଳକ [2]
ବିଭାଗମେଡିକାଲ ଜେନେଟିକ (Medical genetics), ଶିଶୁ ରୋଗ ବିଜ୍ଞାନ (pediatrics)
ଲକ୍ଷଣଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability), ବିକାଶ ଅକ୍ଷମତା (developmental disability)[3]
ଆକ୍ରାନ୍ତ ସମୟଜନ୍ମରୁ ଥାଏ[3]
କାରଣଜେନେଟିକ (Genetic, କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ପ୍ରଭାବ, ଗର୍ଭାବସ୍ଥାରେ କେତେକ ସଂକ୍ରମଣ [4]
ବିପଦ କାରକଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବା [5][6]
ଚିକିତ୍ସାଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology([7]
ପୁନଃପୌନିକଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ [2]
ମୃତ୍ୟୁ ସାନ୍ଦ୍ରତା୬୨୮,୦୦୦ (୨୦୧୫)[8]
Close

ଆଜନ୍ମ ତୃଟି ହେବାର କାରଣ ମଧ୍ୟରେ ଜେନେଟିକ (genetic) ବା କ୍ରୋମୋଜୋମ ରୋଗ (chromosomal disorders), କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ବା କେତେକ ଗର୍ଭାବସ୍ଥାର ସଂକ୍ରମଣ (infections during pregnancy) ଦାୟୀ ହୁଅନ୍ତି ।[4] ଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବାରେ ଏହି ସଙ୍କଟ ସୃଷ୍ଟି ହୁଏ ।[5][6] କେତେକ କେଶ୍‌ରେ ଏକାଧିକ ସଙ୍କଟ କାରକ ଥିବା ଦେଖାଯାଏ ।[6] ଏହି ରୋଗ ଜନ୍ମରୁ ଦେଇପାରେ ବା ନବଜାତ ସ୍କ୍ରିନିଙ୍ଗ ପରୀକ୍ଷା (screening tests) କରି ନିର୍ଣ୍ଣୟ କରାଯାଏ ।[10] ପ୍ରାକ ପ୍ରସବ କାଳରେ ଅନେକ ତୃଟି ପ୍ରିନାଟାଲ ଟେଷ୍ଟଦ୍ୱାରା (prenatal tests) ଚିହ୍ନଟ ହୋଇପାରିବ ।[10]

ତୃଟି ଅନୁସାରେ ଚିକିତ୍ସା କରାଯାଏ ।[7] ଆବଶ୍ୟକାତ ଅନୁଯାୟୀ ଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology କରାଯାଏ ।[7] ସନ ୨୦୧୫ରେ ପ୍ରାୟ ୯୬ ନିୟୁତ ଲୋକଙ୍କର ଜନ୍ମ ତୃଟି ଥିଲା ।[11] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ ଶିଶୁଙ୍କଠାରେ ଏହା ଦେଖାଯାଏ ।[2] ଏହି ଚିହ୍ନଟ ଫଳରେ ସନ ୧୯୯୦ରେ ୭୫୧,୦୦୦ ମୃତ୍ୟୁ ହୋଇଥିବା ସ୍ଥଳେ ସନ ୨୦୧୫ରେ ଏହା କମିଯାଏ ୬୨୮,୦୦୦ ମୃତ୍ୟୁ ହୋଇଛି । [12][8] ସର୍ବାଧିକ ମୃତ୍ୟୁ ଜନ୍ମଗତ ହୃତ୍‌ପିଣ୍ଡ ରୋଗ (congenital heart disease, ୩୦୩,୦୦୦), ତା'ପରେ ନିଉରାଲ ଟ୍ୟୁବ ତୃଟି (neural tube defects, ୬୫,୦୦୦) ଯୋଗୁ ହୁଏ ।[8]

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.