ଫୋଲିକ ଏସିଡ (ଇଂରାଜୀ ଭାଷାରେ Folic acid, ବା ଫୋଲେଟ/folate ଏକ ପ୍ରକାର ଭିଟାମିନ ଯାହା ଜୀବସାର ଖ (ଭିଟାମିନ ବି) ଦଳର ସଦସ୍ୟ ।[4] ଗର୍ଭାବସ୍ଥାରେ ନିଉରାଲ ଟ୍ୟୁବ ତୃଟି (neural tube defects ବା ଏନଟିଡି/NTDs) ପ୍ରତିରୋଧ ନିମନ୍ତେ ଏହାକୁ ଏକ ଖାଦ୍ୟ ପରିପୂରକ (supplement) ଭାବରେ ଦିଆଯାଏ । ଫୋଲିକ ଏସିଡ ଅଭାବ (folic acid deficiency) ଜନିତ ଆନିମିଆ ରୋଗର ଚିକିତ୍ସାରେ ଏହା ବ୍ୟବ‌ହାର କରାଯାଏ । [4] ପଚାଶରୁ ଅଧିକ ଦେଶରେ ଜନସଂଖ୍ୟାରେ ଏନଟିଡି ହାର କମେଇବା ନିମନ୍ତେ କେତେକ ଖାଦ୍ୟରେ ଫୋଲିକ ଏସିଡ ମିଶେଇ ଖାଦ୍ୟ ଦୁର୍ଗୀକରଣ (fortification of certain foods) କରାଯାଏ ।[6][7] ହୃତ୍‌ପିଣ୍ଡ ରୋଗମାନଙ୍କର (heart disease) ଚିକିତ୍ସା ବା ପ୍ରତିଷେଧରେ ଏହା ବ୍ୟବ‌ହାର ଉପ‌ଯୋଗୀ ନ ଥିବା ଜଣାଯାଇଛି । ଏହା ପାଟିରେ ବା ଇଞ୍ଜେକସନ ଆକାରରେ ଦିଆଯାଏ । [4]

Quick Facts Clinical data, Pronunciation ...
ଫୋଲିକ ଏସିଡ
Thumb
Thumb
Clinical data
Pronunciationfoe' lik
SynonymsN-(4-{[(2-amino-4-oxo-1,4-dihydropteridin-6-yl)methyl]amino}benzoyl)-L-glutamic acid, pteroyl-L-glutamic acid, vitamin B9,[1] vitamin Bc,[2] vitamin M,[3] folacin, pteroyl-L-glutamate
AHFS/Drugs.commonograph
MedlinePlusa682591
Pregnancy
category
  • US: A (No risk in human studies)
    Routes of
    administration
    By mouth, IM, IV, sub-Q
    ATC code
    Legal status
    Legal status
    • US: OTC
    Pharmacokinetic data
    Bioavailability50–100%[4]
    MetabolismLiver[4]
    ExcretionUrine[4]
    Identifiers
    IUPAC name
    • (2S)-2-[[4-[(2-Amino-4-oxo-1H-pteridin-6-yl)methylamino]benzoyl]amino]pentanedioic acid[5]
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.381 Edit this at Wikidata
    Chemical and physical data
    FormulaC19H19N7O6
    Molar mass୪୪୧.୪0 g·mol−1
    3D model (JSmol)
    Melting point250 °C (482 °F) (decomposition)
    Solubility in water1.6 mg/L (25 °C) mg/mL (20 °C)
    SMILES
    • O=C(N[C@H](C(O)=O)CCC(O)=O)C1=CC=C(NCC2=NC(C(NC(N)=N3)=O)=C3N=C2)C=C1
    InChI
    • InChI=1S/C19H19N7O6/c20-19-25-15-14(17(30)26-19)23-11(8-22-15)7-21-10-3-1-9(2-4-10)16(29)24-12(18(31)32)5-6-13(27)28/h1-4,8,12,21H,5-7H2,(H,24,29)(H,27,28)(H,31,32)(H3,20,22,25,26,30)/t12-/m0/s1
    • Key:OVBPIULPVIDEAO-LBPRGKRZSA-N
    Close

    ଏହାର କୌଣସି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଅଧିକ ମାତ୍ରାର ଫୋଲିକ ଏସିଡ ଅନେକ ଦିନ ଧରି ଖାଇଲେ ଚିନ୍ତାର ବିଷୟ କି ନୁହେଁ, ଜଣା ନାହିଁ ।[4] ଏହାଦ୍ୱାରା ଖାଦ୍ୟସାର ବି୧୨ ଅଭାବ (vitamin B12 deficiency) ଲୁଚିଯାଇପାରେ, ଏହାହିଁ ଚିନ୍ତା କରାଯାଇଛି । ଫୋଲେଟ ଏକ ଅତ୍ୟାବଶ୍ୟକୀୟ ପୋଷକ ଯାହା ଡିଏନଏ (DNA), ଆରଏନଏ (RNA) ତିଆରିରେ ସାହାଯ୍ୟ କରେ ଓ କୋଷ ବିଭାଜନରେ (cell division) ଆବଶ୍ୟକ ହେଉଥିବା ଆମିନୋ ଏସିଡକୁ (amino acids) ଚ‌ୟାପଚ‌ୟ ବା ମେଟାବୋଲାଇଜ କରେ ।[8] ମଣିଷ ଦେହରେ ଫୋଲେଟ ତିଆରି ହୁଏ ନାହିଁ, ତେଣୁ ଖାଦ୍ୟରୁ ମିଳିବା ଆବଶ୍ୟକ ହୁଏ । [9]

    ଯଥେଷ୍ଟ ଫୋଲେଟ ନ ମିଳିଲେ ଫେଲେଟ ଅଭାବ (folate deficiency) ପରିଲକ୍ଷିତ ହୁଏ । ଏହା ଫଳରେ ଲୋହିତ ରକ୍ତ କଣିକା ଆକାର ବଡ଼ ହୁଏ କିନ୍ତୁ ସଂଖ୍ୟା କମିଯାଏ ଯାହାକୁ ମେଗାଲୋବ୍ଲାସ୍ଟିକ ଆନିମିଆ (low numbers of large red blood cells) କୁହାଯାଏ । ଏଥିରେ ଥକ୍କା (feeling tired) ଲାଗେ, ପାଲପିଟେସନ (heart palpitations) ହୁଏ, ଛୋଟ ଶ୍ୱାସକ୍ରିୟ (shortness of breath) ହୁଏ, ଜିଭରେ ଘାଆ ହୁଏ, ଚମ ଓ ଲୋମର ରଙ୍ଗ ବଦଳିଯାଏ । ଗର୍ଭାବସ୍ଥାର ପ୍ରଥମ ଭାଗରେ ଫୋଲେଟ ଅଭାବ ହେଲେ ଅଧାରୁ ଅଧିକ ଶିଶୁଙ୍କର ନିଉରାଲ ଟ୍ୟୁବ ତୃଟି ପରଲକ୍ଷିତ ହୁଏ ।[8] ଖାଦ୍ୟ ଅଭାବରେ ଶିଶୁଙ୍କର ଏକ ମାସ ମଧ୍ୟରେ ଫୋଲେଟ ଅଭାବ ଲକ୍ଷଣ ଦେଖାଯାଏ ।[10] ବୟଃପ୍ରାପ୍ତ ଲୋକଙ୍କ ଦେହରେ ସମୁଦାୟ ଫୋଲେଟ ୧୦,୦୦୦–୩୦,୦୦୦ ମାଇକ୍ରୋଗ୍ରାମ (µg) ରହେ ଓ ରକ୍ତରେ ୭ ଏନମୋଲ/ଲି (3ng/mL) ଥାଏ ।[8]

    ସନ ୧୯୩୧ରୁ ୧୯୪୩ ମଧ୍ୟରେ ଫୋଲିକ ଏସିଡ ଆବିଷ୍କୃତ ହୋଇଥିଲା ।[11] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[12] ସନ ୨୦୧୪ରେ ଏହାର ହୋଲସେଲ ମୁଲ୍ୟ ବିକାଶଶୀଳ ଦେଶମାନଙ୍କରେ ୦.୦୦୧ରୁ ୦.୦୦୫ ଆମେରିକୀୟ ଡଲାର ଥିଲା ।[13] ଫୋଲିକ ଶବ୍ଦଟି ଲାଟିନ ଶବ୍ଦ ଫୋଲିଅମରୁ (folium) ନିଆଯାଇଛି ଯାହାର ଅର୍ଥ ପତ୍ର ।[14] ଗାଢ଼ ସବୁଜ ପତ୍ର ଥିବା ପରିବା ଓ କଲିଜାରେ ପ୍ରାକୃତିକ ଭାବରେ ଫୋଲେଟ ଥାଏ ।[8]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.