ଆଗୋରାଫୋବିଆ (ଇଂରାଜୀ ଭାଷାରେ Agoraphobia) ଏକ ପ୍ରକାର ଉଦ୍‌ବେଗ ବେମାରୀ (anxiety disorder) ଯେଉଁଥିରେ ରୋଗୀର ଉଦ୍‌ବେଗ (anxiety) ଲକ୍ଷଣ ଦେଖାଯାଏ କାରଣ ସେ ଭାବେ ଯେ ଉତ୍ପନ୍ନ ହୋଇଥିବା ପରିସ୍ଥିତିରୁ ବାହାରିବା ନିମନ୍ତେ କୌଣସି ସୁବିଧା ବାଟ ପାଇବାର ସମ୍ଭାବନା ନାହିଁଁ ।[1] ଏ ଭଳି ପରିସ୍ଥିତି ଖୋଲା ଜାଗାରେ, ଗମନାଗମନ ବେଳେ, ସପିଙ୍ଗ ମଲ୍‌ରେ ବା କେବଳ ବାହାରେ ଥିବାବେଳେ ସୃଷ୍ଟି ହୁଏ ।[1] ଏ ପରିସ୍ଥିତିରେ ତା ମନରେ ଆତଙ୍କ (panic attack) ସୃଷ୍ଟି ହୁଏ । [2] ଏ ଭଳି ପରିସ୍ଥତିରେ ଲକ୍ଷଣମାନ ବାରମ୍ବାର ଉପୁଜେ ଓ ପ୍ରାୟ ୬ ମାସ ପର୍ଯ୍ୟନ୍ତ ରହେ । ଏ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ରୋଗୀ ଯେ କୌଣସି ସ୍ତରକୁ ଯାଇପାରେ ।[1] ସାଂଘାତିକ କେଶ୍‌ରେ ରୋଗୀ ଘରୁ ବାହାରକୁ ଯାଇପାରେନାହିଁଁ ।[2]

Quick Facts ଆଗୋରାଫୋବିଆ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଆଗୋରାଫୋବିଆ
Thumb
ଗ୍ରୀସ ଦେଶର ଡେଲୋସରେ ଏକ ପୁରାତନ ଆଗୋରାର ଦୃଶ୍ୟ । ଏହି ସାର୍ବଜନୀନ ସ୍ଥାନ‌କୁ ଆଗୋରା କୁହାଯାଏ ଯେଉଁଥିରୁ ଏହି ନାମକରଣ କରାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିମାନସିକ ରୋଗ
ଆଇସିଡ଼ି-୧୦F40.0.
ଆଇସିଡ଼ି-୯-ସିଏମ୍300.22 Without panic disorder, 300.21 With panic disorder
ମେଡ଼ିସିନ-ପ୍ଲସ000923
Patient UKଆଗୋରାଫୋବିଆ
MeSHD000379
Close

ଉଭୟ ପରିବେଶଜେନେଟିକ (genetic) କାରକମାନଙ୍କ ଯୋଗୁ ଆଗୋରାଫୋବିଆ ରୋଗ ହୁଏ । ଏହି ରୋଗ ପାରିବାରିକ ହୋଇଥାଏ ଓ ପିତାମାତାଙ୍କ ମୃତ୍ୟୁ ବା ଆକ୍ରମଣର ଶିକାର ହେଲା ଭଳି କୌଣସି ଚାପ‌ଯୁକ୍ତ ଘଟଣା ଘଟିଲେ ଏହି ରୋଗ ଜାତ ହୁଏ ।[1] ଫୋବିଆ ରୋଗ ଗୋଷ୍ଠୀରେ ସ୍ପେସିଫିକ ଫୋବିଆ (specific phobia) ଓ ସୋସିଆଲ ଫୋବିଆ (social phobia) ସ‌ହିତ ଏହି ରୋଗକୁ ଶ୍ରେଣୀଭୁକ୍ତ କରି ଡିଏସଏମ-୫ (DSM-5) ନାମ ଦିଆଯାଇଥାଏ ।[1][3] ଅନୁରୁପ ଲକ୍ଷଣ ପ୍ରଦର୍ଶନ କରୁଥିବା ଅନ୍ୟାନ୍ୟ ରୋଗମାନଙ୍କର ନାମ: ସେପାରେସନ ଆଙ୍ଗଜାଇଟି (separation anxiety), ପୋଷ୍ଟ‌ଟ୍ରମାଟିକ ସ୍ଟ୍ରେସ ଡିଜଅର୍ଡ଼ର (posttraumatic stress disorder) ଓ ମେଜର ଡିପ୍ରେସିଭ ଡିଜଅର୍ଡ଼ର (major depressive disorder) । ଏହି ରୋଗାକ୍ରାନ୍ତ ଲୋକର ଡିପ୍ରେସନ/ଅବସାଦ (depression) ଓ ସବସ୍ଟାନ୍ସ ୟୁଜ୍ ଡିଜଅର୍ଡ଼ର ରୋଗ (substance use disorder) ହେବା ସଙ୍କଟ ଉହିଥାଏ ।[1]

ଚିକିତ୍ସା ନ ପାଇ ଏହି ରୋଗ ଭଲ ହେବା ଅସାଧାରଣ ବିବେଚିତ ହୁଏ ।[1] କଗ୍‌ନିଟିଭ ବିହେଭିଅରାଲ ଥେରାପି (cognitive behavioral therapy ବା CBT) ନାମକ କାଉନସେଲିଙ୍ଗ (counselling) ଚିକିତ୍ସା କରାଯାଏ ।[3][4] ପ୍ରାୟ ଅର୍ଧେକ ଲୋକଙ୍କର ସିବିଟି ରୋଗ ଉପସମ ହୋଇଯାଏ ।[5] ଯୁବକମାନଙ୍କ ମଧ୍ୟରୁ ପ୍ରାୟ ୧.୭% ଲୋକଙ୍କୁ ଅଗୋରାଫୋବିଆ ଆକ୍ରମଣ କରେ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ୨ଗୁଣ ଅଧିକ ଏହି ରୋଗ ହୁଏ । ପ୍ରାକ୍ ଯୁବାବସ୍ଥାରେ ଏହି ରୋଗ ହେବା ଆରମ୍ଭ ହୁଏ ଓ ବୃଦ୍ଧାବସ୍ଥା ସମୟରେ ଏହି ରୋଗ କମ୍ ଦେଖାଯାଏ । ପିଲାଙ୍କ ମଧ୍ୟରେ ଏହା କ୍ୱଚିତ୍ ଦେଖାଯାଏ ।[1] ଆଗୋରାଫୋବିଆ ଶବ୍ଦଟି ଏକ ପୁରାତନ ଗ୍ରୀକ ଶବ୍ଦ ἀγορά, ଅର୍ଥ ସାର୍ବଜନୀନ ଛକ ("public square") ଓ -φοβία, ଅର୍ଥ ଭୟରୁ ନିଆଯାଇଛି ।[6]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.