ଆଘାତୋତ୍ତର ଚାପ ବେମାରୀ (PTSD) ଏକ ମାନସିକ ବେମାରୀ ଯାହା ଜଣେ ମଣିଷ ଯୌନ ଆକ୍ରମଣ, ଯୁଦ୍ଧ, ଗାଡ଼ି ଧକ୍କା ବା ଅନ୍ୟାନ୍ୟ ଜୀବନ ଆଶଙ୍କା ଥିବା ଘଟଣା ପରେ ବାହାରେ ।[1] ଏହି ରୋଗର ଲକ୍ଷଣ - ବ୍ୟାକୁଳ ଭାବନା, ଅନୁଭବ ବା ଆଘାତ ସମ୍ପର୍କୀୟ ଘଟଣାର ସ୍ୱପ୍ନ, ଆଘାତ ସମ୍ପର୍କୀୟ ସଂକେତ ମିଳିବାରେ ବ୍ୟାକୁଳତା, ମଣିଷର ଭାବନା ଓ ଅନୁଭବରେ ପରିବର୍ତ୍ତନ ଓ ଯୁଦ୍ଧ ବା ପଳାୟନ ପ୍ରତିକ୍ରିୟା । ଘଟଣାର ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଲକ୍ଷଣ ରହେ । ଅଳ୍ପ ବୟସ୍କ ପିଲା ସଙ୍କଟ ଅଭିବ୍ୟକ୍ତି କମ୍ କରନ୍ତି କିନ୍ତୁ ଖେଳ ମାଧ୍ୟମରେ ଏହା ପ୍ରକାଶ ପାଏ ।[1] ଏହି ରୋଗୀମାନଙ୍କର ଆତ୍ମହତ୍ୟା ସଙ୍କଟ ରହେ ।[2]

Quick Facts ଆଘାତୋତ୍ତର ଚାପ ବେମାରୀ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଆଘାତୋତ୍ତର ଚାପ ବେମାରୀ
ଫାଇଲ:A mask, painted by a Marine who attends art therapy to relieve post-traumatic stress disorder symptoms, USMC-120503-M-9426J-001.jpg
Art therapy project created by a U.S. Marine with posttraumatic stress disorder
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F43.1
ଆଇସିଡ଼ି-୯-ସିଏମ୍309.81
ରୋଗ ଡାଟାବେସ33846
ମେଡ଼ିସିନ-ପ୍ଲସ000925
ଇ-ମେଡ଼ିସିନmed/1900
Patient UKଆଘାତୋତ୍ତର ଚାପ ବେମାରୀ
MeSHD013313
Close

ଆଘାତଗ୍ରସ୍ତ ଅଧିକାଂଶ ଲୋକଙ୍କର ଏହି ରୋଗ ହୁଏ ନାହିଁ ।[2] ବାଳ ଶୋଷଣଧର୍ଷଣ ଭଳି ପାରଷ୍ପରିକ ଆଘାତ ପାଇଥିବା ଲୋକର ଦୁର୍ଘଟଣା ବା ପ୍ରାକୃତିକ ଆପଦ ପୀଡ଼ିତ ଲୋକଙ୍କ ଅପେକ୍ଷା ଏହି ରୋଗ ହେବା ସମ୍ଭାବନା ଅଧିକ ରହେ ।[3] ଧର୍ଷଣ ପରେ ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ଏହି ରୋଗ ହୁଏ ।[2] ଦଶ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ରୋଗ ହେବା ସମ୍ଭାବନା କମ୍ ।[4] ଆଘାତ ଘଟଣା ସ‌ହିତ ନିର୍ଦ୍ଦିଷ୍ଟ ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[2]

ଆଘାତପ୍ରାପ୍ତ ଲୋକର ଲକ୍ଷଣ ବାହାରିବା ସଙ୍ଗେ ସଙ୍ଗେ ବ୍ୟବ‌ହାରିକ ପରାମର୍ଶ ବା କାଉନସେଲିଙ୍ଗଦ୍ୱାରା ରୋଗ ପ୍ରତିଷେଧ କରାଯାଇ ପାରେ କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୁଏ ନାହିଁ ।[2] ଏହି ରୋଗୀଙ୍କର ଔଷଧ ଓ ପରାମର୍ଶଦ୍ୱାରା ଚିକିତ୍ସା କରାଯାଏ । [5] ଭିନ୍ନ ଭିନ୍ନ ପ୍ରକାରର ପରାମର୍ଶ ଉପକାରୀ ହୁଏ ।[6] ବ୍ୟକ୍ତିଗତ ଓ ଦଳଗତ ଭାବରେ ଚିକିତ୍ସା କରାଯାଇ ପାରେ ।[5] ସିଲେକ୍ଟିଭ ସେରୋଟୋନିନ୍ ରିଅପଟେକ ଇନହିବିଟର ଟାଇପର ଅବସାଦରୋଧୀ ଔଷଧ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ ଓ ଏହାଦ୍ୱାରା ଅଧା ଲୋକଙ୍କର ଉପକାର ହୁଏ ।[7] ପରାମର୍ଶ ଅପେକ୍ଷା ଏହା କମ୍ ଉପକାରୀ ।[2] ଓଷଧ ଓ ପରାମର୍ଶର ମିଶ୍ରିତ ଉପକାର ବିଷୟରେ ସ୍ପଷ୍ଟ ସୂଚନା ନାହିଁ । [8][2] ଦିଆଯାଉଥିବା ଅନ୍ୟ କେତେକ ଔଷଧର ଉପକାରୀତା ବିଷୟରେ ପ୍ରମାଣ ନାହିଁ; ବେଞ୍ଜଡାୟାଜେପିନ ଦେଲେ ଓଲଟା ଖରାପ ଦିଗକୁ ରୋଗି ଗତି କରେ ।[9][10]

ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗର ଶିକାର ବର୍ଷକୁ ପ୍ରାୟ ୩.୫% ବ‌ୟଃପ୍ରାପ୍ତ ଲୋକ ହୁଅନ୍ତି ଓ ୯% ଲୋକ ଜୀବନର କୌଣସି ସମୟରେ ରୋଗ ଭୋଗନ୍ତି ।[1] ପୃଥିବୀର ଅନ୍ୟ ସମସ୍ତ ସ୍ଥାନରେ ବର୍ଷକୁ ପ୍ରାୟ ୦.୫%ରୁ ୧% ଲୋକ ଏହାର ଶିକାର ହୁଅନ୍ତି ।[1] ସଶସ୍ତ୍ର ଲଢ଼େଇରେ ଏହି ରୋଗ ହାର ଅଧିକ ହୋଇପାରେ । [2] ମହିଳାଙ୍କ କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ଅଧିକ ହୁଏ ।[5] ପୁରାତନ ଗ୍ରୀକ ଅମଳରୁ ଏହି ରୋଗର ଲକ୍ଷଣମାନଙ୍କ ବିଷୟରେ ଲିଖିତ ଅଛି ।[11] ବିଶ୍ୱ ଯୁଦ୍ଧ ସମୟରେ ଏହାର ଅନୁଶୀଳନ ଅଧିକ ଥିଲା ଓ ଏହାକୁ ସେଲ ସକ୍ ବା କୋମ୍ବାଟ ନିଉରୋସିସ୍ ଇତ୍ୟାଦି ଭିନ୍ନ ବିନ୍ନ ନାମ ଦିଆଯାଇଥିଲା ।[12][13] ସନ ୧୯୭୦ଠାରୁ ଆଘାତୋତ୍ତର ଚାପ ବେମାରୀ ନାମକରଣ କରାଗଲା ଓ ଭିଏତନାମ ଯୁଦ୍ଧରେ ଅଧିକାଂଶ ମିଲିଟାରୀ ବିଶାରଦମାନେ ଏହି ନାମ ଦେଇଥିଲେ ।[14] ସନ ୧୯୮୦ରେ ଆମେରିକାନ ସାଇକିଆଟ୍ରିସ୍ଟ ଆସୋସିଏନ ଏହି ନାମକୁ ତାଙ୍କର ଏକ ପତ୍ରିକା (Diagnostic and Statistical Manual of Mental Disorders ବା DSM-III)ର ତୃତୀୟ ସଂସ୍କରଣରେ ଔପଚାରିକ ମାନ୍ୟତା ଦେଇଥିଲେ ।[15]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.