ହୁବଳି
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ହୁବଳି
ಹುಬ್ಬಳ್ಳಿ | |
---|---|
ମହାନଗରୀ | |
ହୁବଳି | |
Nickname(s): ଛୋଟ ମୁମ୍ବାଇ,[1] ଯାଆଁଳା ସହର, ହୁବଳି-ଧାରଓ୍ବାଡ଼, ହୁବଳି-ଧାରଓ୍ବାଡ଼ ମହାନଗରୀର କ୍ଷେତ୍ର । | |
ଦେଶ | ଭାରତ |
ରାଜ୍ୟ | କର୍ଣ୍ଣାଟକ |
Government | |
• ମେୟର୍ | ଅଶ୍ୱିନୀ ମାଜଗୀ |
Area | |
• ମହାନଗରୀ | 460.2 km2 (177.7 sq mi) |
Elevation | 671 m (2,201 ft) |
Population (୨୦୧୧) | |
• ମହାନଗରୀ | ୧୮୪୭୦୨୩ |
• Rank | ୧୪ |
• Density | 4,000/km2 (10,000/sq mi) |
• Metro | ୧୩୪୯୫୬୩ |
Time zone | UTC+୦୫:୩୦ (ଆଇ ଏସ୍ ଟି) |
ପିନକୋଡ୍(ସ୍) | ୫୮୦୦୦୧ - ୫୮୦୦୬୪[ଧାରଓ୍ବାଡ଼ ପଶ୍ଚିମ ସୀମା ପର୍ଯ୍ୟନ୍ତ] |
Area code | +୯୧-୮୩୬ |
ଯାନବାହାନ ପଞ୍ଚୀକରଣ | କେଏ ୨୫[ହୁବଳି ମଧ୍ୟାଞ୍ଚଳ],କେଏ ୬୩[ହୁବଳି ପଶ୍ଚିମାଞ୍ଚଳ] |
ଛାଞ୍ଚ:ନଓରାପ୍ | କନ୍ନଡ |
Website | http://www.hdmc.gov.in |
ହୁବଳି ସରକାରୀ ଭାବେ ଯାହା ହୁବାଲୀ ଭାବେ ପରିଚିତ, କର୍ଣ୍ଣାଟକରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର । ଭାରତରେ ଦୃତଗତିରେ ବିକାଶ କରୁଥିବା କର୍ଣ୍ଣାଟକ,ଭାରତର ସହରମାନଙ୍କ ମଧ୍ୟରେ ଏହା ଅନ୍ୟତମ । କନ୍ନଡ ଭାଷାରେ ହୁବାଲୀର ଅର୍ଥ ପୁଷ୍ପମୟ ଲତା । ଦୈତ ନଗରୀ ହୁବଳି ଓ ଧାରୱାଡ, ଏକସଙ୍ଗରେ ଯାହାକୁ ହୁବଳି-ଧାରୱାଡ କୁହାଯାଏ, ବେଙ୍ଗାଲୁରୁ ପାରେ କର୍ଣ୍ଣାଟକରର ସର୍ବବୃହତ ସହର । ଧାରଓ୍ବାଡ ପ୍ରଶାସନିକ କ୍ଷେତ୍ରର ମୁଖ୍ୟ କାର୍ଯ୍ୟାଳୟ ହେଲାବେଳେ, ହୁବଳି, ଯାହାକି ଧାରଓ୍ବାଡଠାରୁ ୨0 କିଲୋମିଟର୍ ଦକ୍ଷିଣ-ପୂର୍ବରେ ଅବସ୍ଥିତ, ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବାଣିଜ୍ୟ ଓ ବ୍ୟବସାୟର ମୁଖ୍ୟ କେନ୍ଦ୍ର । ଏଠାରେ ଗ୍ରାମ୍ୟ କୃଷିଭୂମିରେ, ଶସ୍ୟ ଯଥା ତୁଳା, ଗୋଲମରିଚ ଓ ଚିନାବାଦାମ ବହୁଳ ଭାବରେ ଚାଷ କରାଯାଏ ଓ ହୁବଳି ଏହିସବୁ ପଣ୍ୟଦ୍ରବ୍ୟର ମୁଖ୍ୟ ବାଣିକ୍ୟିକ କେନ୍ଦ୍ର । ଏହା ମଧ୍ୟ ଭାରତୀୟ ରେଳର ଏକ ମୁଖ୍ୟ ସହର ଅଟେ, କାରଣ ଏଠାରେ ଦକ୍ଷିଣ-ପଶ୍ଚିମ ରେଳକ୍ଷେତ୍ର ଓ ହୁବଳି ରେଳ ଡିଭିଜନ୍ର ମୁଖ୍ୟ କାର୍ଯ୍ୟାଳୟ ଅଛି । ହୁବଳି ଉତ୍ତର କର୍ଣ୍ଣାଟକର ଏକ ବୃହତ୍ତ ରେଳ ସଂଯୋଗସ୍ଥଳ ଅଟେ । ଏହା ମଧ୍ୟ ଉତ୍ତର ପଶ୍ଚିମ କର୍ଣାଟକ ରାସ୍ତା ପରିବହନ ନିଗମର ମୁଖ୍ୟ କାର୍ଯ୍ୟାଳୟ । ଏଠାରେ ମଧ୍ୟ ବେଙ୍ଗାଲୁରୁ ବାହାରେ ସର୍ବାଧିକ ସରକାରୀ କାର୍ଯ୍ୟାଳୟ ଅଛି । ଦୈତ ନଗରୀ ହୁବଳି-ଧାରୱାଡ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସ୍ମାର୍ଟ ନଗରୀ ଲକ୍ଷ୍ୟରେ, ସ୍ମାର୍ଟ ନଗରୀ ଭାବେ ବିକଶିତ ହେବାକୁ ଥିବା ଶହେ ଭାରତୀୟ ସହର ମଧ୍ୟରେ ସ୍ଥାନ ପାଇଛି । [3]
ହୁବଳି-ଧାରଓ୍ବାଡ ସୌର ନଗରୀ/ ସବୁଜ ନଗରୀ ପାଇଁ ମଧ୍ୟ ବଛାଯାଇଚି । [4]