ହିପ ଡିସପ୍ଲାସିଆ
From Wikipedia, the free encyclopedia
ହିପ ଡିସପ୍ଲାସିଆ (ଇଂରାଜୀ ଭାଷାରେ Hip dysplasia) ଏକ ଜନ୍ମଗତ ତୃଟି ଯେଉଁଥିରେ ହିପ ଗଣ୍ଠିର (hip joint) ସକେଟ ମଧ୍ୟରେ ପେଣ୍ଡୁ ଆକାରର ଫିମର ଅସ୍ଥିର ମୁଣ୍ଡ ଅଂଶ ନଥାଏ; ଫଳରେ ଗଣ୍ଠି ବିସ୍ଥାପିତ (joint dislocation) ହୋଇଯିବା ସମ୍ଭାବନା ସଙ୍କଟ ରହେ ।[1] ଏହି ଡିସପ୍ଲାସିଆ ଜନ୍ମରୁ ଥାଇପାରେ ବା ପରେ ବିକଶିତ ହୋଇପାରେ ।[1] ଏକ ବର୍ଷ ବୟସରୁ କମ ଶିଶୁଙ୍କର କୌଣସି ଲକ୍ଷଣ ନଥାଏ ।[3] ବେଳେ ବେଳେ ଗୋଟିଏ ଗୋଡ଼ ଛୋଟ ଦେଖାଯାଏ । [1] ଡାହାଣ ହିପ ଅପେକ୍ଷା ବାମ ହିପ ଅଧିକ ଆକ୍ରାନ୍ତ ହୁଏ ।[3] ଅଣଚିକିତ୍ସିତ ରହିଲେ ଜଟିଳ ହୋଇ ଆର୍ଥ୍ରାଇଟିସ, ଛୋଟେଇବା ଓ କଟି ଯନ୍ତ୍ରଣା ହୋଇପାରେ ।[3]
ହିପ ଡିସପ୍ଲାସିଆ (Hip dysplasia) | |
---|---|
Developmental dysplasia of the hip (DDH),[1] developmental dislocation of the hip,[1] congenital dysplasia of the hip (CDH)[2] | |
ବିଭାଗ | ଶିଶୁରୋଗ ବିଜ୍ଞାନ (Pediatrics), ଅସ୍ଥିଶଲ୍ୟ ବିଜ୍ଞାନ(orthopedics) |
ଲକ୍ଷଣ | ଲକ୍ଷଣହୀନ, ଗୋଟିଏ ଗୋଡ଼ ଛୋଟ, ଛୋଟେଇ ଚାଲିବା [1] |
ବିପଦ କାରକ | ପାରିବାରିକ ଇତିହାସ, ବ୍ରିଚ ଜନ୍ମ (breech birth) ଓ ସ୍ୱାଡଲିଙ୍ଗ (swaddling) [3] |
ରୋଗ ନିର୍ଣ୍ଣୟ ପଦ୍ଧତି | (Physical exam), (ultrasound)[3] |
ଚିକିତ୍ସା | ଅର୍ଥୋଟିକ ବ୍ରେସ (Bracing), ପ୍ଲାସ୍ଟର (casting ଓ ଅପରେଶନ (surgery)[3] |
Prognosis | ଉତ୍ତମ (ଶୀଘ୍ର ଚିହ୍ନଟ ହୋଇପାରିଲେ)[1] |
ପୁନଃପୌନିକ | ଏକ ହଜାରରେ ଜଣେ (ପୂର୍ଣ୍ଣଗର୍ଭା ଶିଶୁ)[3] |
କେତେକ ସଙ୍କଟ ଜନକ ଅବସ୍ଥାରେ ଏହି ଅବସ୍ଥା ସୃଷ୍ଟି ହୁଏ ଯଥା ପାରିବାରିକ ଇତିହାସ, ବ୍ରିଚ ଜନ୍ମ (breech birth) ଓ ଶିଶୁ ଦେହର ନିମ୍ନ ଅଂଶକୁ କମ୍ବଳ ଭଳି ପଦାର୍ଥ ଗୁଡ଼େଇ ବାନ୍ଧି ରଖିବା (swaddling) ।[3] ଆଇଡେଣ୍ଟିକାଲ ଜମଜ ସନ୍ତାନ (identical twin) ମଧ୍ୟରୁ ଜଣକର ରୋଗ ଥିଲେ ଅନ୍ୟ ଜଣକର ୪୦% ରୋଗ ସମ୍ଭାବନ ରହେ ।[3] ଜନ୍ମ ହେବା ମାତ୍ରେ ଶିଶୁର ଶରୀରକୁ ଉତ୍ତମ ଭାବରେ ପରୀକ୍ଷା (physical examination) କରି ଦେଖିବା ଆବଶ୍ୟକ ।[3] ଅଲଟ୍ରାସୋନୋଗ୍ରାଫି (Ultrasonography) ମଧ୍ୟ ଉପଯୋଗୀ ହୋଇପାରେ । [3]
ସାମାନ୍ୟ ଧରଣର ବେମାରୀ ଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଭଲ ହୋଇଯାଏ ।[3] ଉଲ୍ଲେଖନୀୟ ବେମାରୀ ଥିଲେ ଓ ଶୀଘ୍ର ଚିହ୍ନଟ ହେଲେ ବ୍ରେସ (bracing) ଦେବା ଆବଶ୍ୟକ ହୁଏ । [3] ବିଳମ୍ବରେ ରୋଗ ଚିହ୍ନଟ ହେଲେ ଅପରେଶନ ଓ ପ୍ଲାସ୍ଟର (casting) କରିବା ଆବଶ୍ୟକ ହୁଏ ।[3] ପ୍ରାୟ ୭.୫% ରୋଗୀଙ୍କର ଅଧିକ ସମସ୍ୟା ହେଉଥିବାରୁ ହିପ ରିପ୍ଲେସମେଣ୍ଟ (hip replacements) କରାଯାଏ ।[3]
ପ୍ରତି ଏକ ହଜାର ଶିଶୁ ମଧ୍ୟରେ ଜଣକର ଏହି ରୋଗ ଥାଏ ।[3] ଏମାନଙ୍କ ମଧ୍ୟରୁ ପ୍ରାୟ ୧-୨% ଶିଶୁଙ୍କର ହିପ ଅସ୍ଥିରତା ବା ଇନସ୍ଟାବିଲିଟି ଥାଏ ।[3] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[1] ଖ୍ରୀ:ପୂ: ୩୦୦ରେ ହିପୋକ୍ରେଟସ (Hippocrates) ସମୟରେ ହିପ ଡିସପ୍ଲାସିଆ ବିଷୟର ବର୍ଣ୍ଣନା କରାଯାଇଛି ।[4]