ପାକିସ୍ଥାନୀ ରାଜନୀତିଜ୍ଞ From Wikipedia, the free encyclopedia
ହିନା ରବାନି ଖର (ଇଂରାଜୀ ଭାଷାରେ Hina Rabbani Khar, ଉର୍ଦ୍ଦୁ ଭାଷାରେ (Urdu: حنا ربانی کھر; ଜନ୍ମ ୧୯ ନଭେମ୍ବର ୧୯୭୭)[୩] ଜଣେ ପାକିସ୍ଥାନୀ (Pakistani) ରାଜନୀତିଜ୍ଞ politician ଯିଏ ଫେବ୍ରୁଆରୀ ୨୦୧୧ରୁ ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ପାକିସ୍ଥାନର ବିଦେଶ ମନ୍ତ୍ରୀ (Foreign Minister of Pakistan) ଥିଲେ । ମାତ୍ର ତେତିଶ ବର୍ଷ ବୟସର ସେ ସବୁଠାରୁ କନିଷ୍ଠ ଓ ପ୍ରଥମ ମହିଳା ଭାବରେ ସେହି ପଦବୀକୁ ଅଳଙ୍କୃତ କରିଥିଲେ ।[୪]
ହିନା ରବାନି ଖର | |
---|---|
حناربانی کھر | |
Minister of Foreign Affairs | |
କାର୍ଯ୍ୟକାଳ 11 February 2011 – 16 March 2013 Acting: 11 February 2011 – 19 July 2011 | |
ପ୍ରଧାନ ମନ୍ତ୍ରୀ | Yousaf Raza Gillani Raja Pervez Ashraf |
ପୂର୍ବ ଅଧିକାରୀ | Shah Mehmood Qureshi |
ପର ଅଧିକାରୀ | Mir Hazar Khan Khoso (Acting)
Sartaj Aziz (de facto) |
Minister of State for Foreign Affairs | |
କାର୍ଯ୍ୟକାଳ 11 February 2011 – 20 July 2011 | |
ପ୍ରଧାନ ମନ୍ତ୍ରୀ | Yousaf Raza Gillani |
ପୂର୍ବ ଅଧିକାରୀ | Nawabzada Malik Amad Khan |
ପର ଅଧିକାରୀ | Nawabzada Malik Amad Khan |
Minister of State for Finance and Economics Affairs | |
କାର୍ଯ୍ୟକାଳ 24 March 2008 – 11 February 2011 | |
ପ୍ରଧାନ ମନ୍ତ୍ରୀ | Yousaf Raza Gillani |
ପୂର୍ବ ଅଧିକାରୀ | Ali Nazary |
ପର ଅଧିକାରୀ | Dost Muhammad Mazari |
Member of the National Assembly of Pakistan | |
Incumbent | |
Assumed office 13 August 2018 | |
ନିର୍ବାଚନ ମଣ୍ଡଳୀ | Reserved seat for women |
କାର୍ଯ୍ୟକାଳ 17 March 2008 – 16 March 2013 | |
ନିର୍ବାଚନ ମଣ୍ଡଳୀ | NA-177 (Muzaffargarh-II) |
କାର୍ଯ୍ୟକାଳ 16 November 2002 – 15 November 2007 | |
ନିର୍ବାଚନ ମଣ୍ଡଳୀ | NA-177 (Muzaffargarh-II) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Multan, Punjab, Pakistan | ୧୯ ନଭେମ୍ବର ୧୯୭୭
ଜାତୀୟତା | Pakistani |
ରାଜନୀତିକ ଦଳ | Pakistan Peoples Party |
ଉଚ୍ଚତା | 1.65 m (5 ft 5 in) |
ଜୀବନ ସାଥୀ |
Feroze Gulzar (m. ୧୯୯୯) |
ସମ୍ପର୍କ | Ghulam Noor Rabbani (father) Ghulam Mustafa Khar (uncle) Aaminah Haq (cousin) |
ସନ୍ତାନ | 3 |
ଶିକ୍ଷାନୁଷ୍ଠାନ | Lahore University of Management Sciences [୧] University of Massachusetts, Amherst[୨] |
ଖର ମୁଜାଫରଗଡ଼ରେ ଥିବା ଗୋଟିଏ ସାମନ୍ତବାଦୀ (feudal family) ପରିବାରର ପ୍ରଭାବଶାଳୀ ସଭ୍ୟ ଅଟନ୍ତି । ସେ ଲାହୋର ୟୁନିଭରସିଟିରେ ଓ ୟୁନଭରସିଟି ଅଫ ମାସାଚୁସେଟ ଆମହର୍ସ୍ଟରେ (LUMS and U Mass - Amherst) ବିଜନେସ ମ୍ୟାନେଜମେଣ୍ଟ ଅଧ୍ୟୟନ କରିବା ପରେ ସନ ୨୦୦୨ରେ ପାକିସ୍ଥାନ ମୁସଲିମ ଲିଗ ତରଫରୁ ପାକିସ୍ଥାନ ନ୍ୟାସନାଲ ଆସେମ୍ବ୍ଲିର ସଦସ୍ୟ ହୋଇଥିଲେ । ପାକିସ୍ଥାନ ଅର୍ଥନୈତିକ ପଲିସି ବା ନୀତି (economic policy) ନିମନ୍ତେ ଉତ୍ତରଦାୟୀ ହୋଇ ମିନିଷ୍ଟର ଅଫ ସ୍ଟେଟରେ ଜୁନିଅର ମନ୍ତ୍ରୀ ହୋଇଥିଲେ ଓ ପ୍ରଧାନ ମନ୍ତ୍ରୀ ସଉକତ ଅଜିଜଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ସନ ୨୦୦୯ରେ ସେ ଦଳ ବଦଳ କରି ପାକିସ୍ଥାନ ପିଓପ୍ଲ ପାର୍ଟିରେ ଯୋଗ ଦେଇ ରିଲେକସନରେ ଜିତିବା ପରେ ବିତ୍ତ ଓ ଅର୍ଥନୀତି ମାମଲାର ମନ୍ତ୍ରୀ (Minister of State for Finance and Economic Affairs) ପଦବୀ ଅଳଙ୍କୃତ କରିଥିଲେ ଓ ସେହି ବର୍ଷ ସେ ପ୍ରଥମ ମହିଳା ଭାବରେ ଜାତୀୟ ବଜେଟ[୫] ଉପସ୍ଥାପନ କରିଥିଲେ । ତଦାନନ୍ତୀନ ପ୍ରଧାନ ମନ୍ତ୍ରୀ ୟୁସୁଫ ରାଜା ଗିଲାନି ତାଙ୍କୁ ଜୁଲାଇ ୨୦୧୧ରେ ବିଦେଶ ମନ୍ତ୍ରୀ ଭାର ଦେଇଥିଲେ ଓ ସନ ୨୦୧୩ରେ ଜେନେରାଲ ଇଲେକସନ ପର୍ଯ୍ୟନ୍ତି ସେହି ପଦବୀ ରହିବ ପରେ ସକ୍ରିୟ ରାଜନୀତିରୁ ଅବସର ନେଲେ । ଭାରତ ସାଥିରେ ସେ ସଶକ୍ତ ସମ୍ପର୍କ ରଖିବାକୁ ଚେଷ୍ଟା ଚଲେଇଥିଲେ । [୫]
ପାକିସ୍ଥାନ ପାକିସ୍ଥାନର ମୁଲତାନ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ ।[୬][୭] ଗୁଲାମ ନୁର ରବାନି ଖରଙ୍କର (Ghulam Noor Rabbani Khar) ସେ କନ୍ୟା ଥିଲେ । [୮] ତାଙ୍କ ପିତା ଜଣେ ଜାତୀୟ ରାଜନୀତିଜ୍ଞ ଥିଲେ ଓ ପାକିସ୍ଥାନ ଜାତୀୟ ଆସେମ୍ବ୍ଲିର (National Assembly) ସଭ୍ୟ ଥିଲେ । ତଦାନନ୍ତୀନ ମୁଖ୍ୟ ମନ୍ତ୍ରୀ ଓ ପଞ୍ଜାବର ଗଭର୍ଣ୍ଣର ଗୁଲାମ ମୁସ୍ତାଫା ଖରଙ୍କର ସେ ଝିଆରୀ ଥିଲେ । [୯]
ଲାହୋର ୟୁନିଭରସିଟି ଅଫ ମ୍ୟାନେଜମେଣ୍ଟ ବିଜ୍ଞାନର (Lahore University of Management Sciences (LUMS)) ସେ ସ୍ନାତକ ହୋଇଥିଲେ ଯେଉଁଠି ସେ ସନ ୧୯୯୯ରେ ଅର୍ଥନୀତିରେ ବିଏସସି କରି ସମ୍ମାନ ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । [୩] ସନ ୨୦୦୨ରେ ସେ ୟୁନିଭରସିଟି ଅଫ ମାସାଚୁସେଟ (University of Massachusetts at Amherst ), ଆମହରସ୍ଟରେ ବିଜନେସ ମ୍ୟାମେଜମେଣ୍ଟରେ ମାସ୍ଟର ଡିଗ୍ରୀ ହାସଲ କରିଥିଲେ । [୩]
ଶିକ୍ଷା ଲାଭ କରିବା ପରଠାରୁ ଲୁମସ ସହିତ ଖର ସମ୍ପର୍କ ରଖିଥିଲେ । ସନ ୨୦୧୨ରେ ସେ ବିଦେଶ ନୀତି ଓ ଯୁବ ଗଣତନ୍ତ୍ର ଉପରେ ଏକ ବକ୍ତୃତା ଦେଲେ ଓ ଅବଦୁସ ସଲାମ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ନିମନ୍ତେ ଅର୍ଥ ଯୋଗାଡ଼ କରିଥିଲେ । [୧୦][୧୧]
ସନ ୨୦୦୨ରେ ହୋଇଥିବା ପାକିସ୍ଥାନ ସାଧାରଣ ଇଲେକସନରେ ପାକିସ୍ଥାନ ଆସେମ୍ବ୍ଲିର ସଭ୍ୟ ରୂପେ ମୁଜାଫରଗଡ଼ କ୍ଷେତ୍ରରୁ ନିର୍ବାଚିତ ହୋଇଥଲେ । ତାଙ୍କ ପିତା ଗୁଲାମ ନୁର ରବାନି ଖର ଏହି କ୍ଷେତ୍ରରୁ ପୂର୍ବରୁ ଯିତିଥିଲେ କିନ୍ତୁ ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ଏଥିରେ କୃତକାର୍ଯ୍ୟ ହୋଇପାରିନଥିଲେ । [୧୨] ପାର୍ଲିଆମେଣ୍ଟର ସଭ୍ୟ ନିହାତି କମ୍ରେ ଏକ ୟୁନିଭରସିଟିର ଡିଗ୍ରୀଧାରୀ ହେବାର ଏକ ନୂଆ ନିୟମରେ ଯୋଗୁ ସେମାନେ କୃତକାର୍ଯ୍ୟ ହୋଇପାରିନଥିଲେ ।[୧୩][୧୪][୧୫] ପିତାଙ୍କର ଅର୍ଥ ସମର୍ଥନ ଓ ଇଲେକସନ ରାଲିରେ ଯୋଗଦାନ ପାଇବା ଫଳରେ ସେ ଏକ ନୁତନ ପାକିସ୍ଥାନ ମୁସଲିମ ଲିଗ କ୍ୟୁ ଗଠନ କରିଥିଲେ,[୧୨] ଓ କୌଣସି ପୋଷ୍ଟରରେ ତାଙ୍କ ଫଟୋ ଛପେଇ ନଥିଲେ । [୧୬]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.