![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/06/Nani_ki_Mandir.jpg/640px-Nani_ki_Mandir.jpg&w=640&q=50)
ହିଙ୍ଗଳାଜ ଭବାନୀ ଶକ୍ତିପୀଠ
From Wikipedia, the free encyclopedia
ହିଙ୍ଗଳାଜ ଭବାନୀ ଶକ୍ତିପୀଠ ପାକିସ୍ଥାନର ବେଲୁଚିସ୍ତାନ ନିକଟରେ ଥିବା ଏକ ପ୍ରାଚୀନ ଶକ୍ତିପୀଠ । ପୁରାଣ ମତରେ ୫୧ଗୋଟି ଶକ୍ତି ପୀଠ ମଧ୍ୟରୁ ଏହା ପ୍ରଥମ ପୀଠ । ତାହାକୁ ହିଙ୍ଗୁଳା ମନ୍ଦିର କୁହା ନଯାଇ ହିଙ୍ଗଲାଜ ମନ୍ଦିର କୁହାଯାଉଛି । ହିଙ୍ଗଲାଜ ହିନ୍ଦୁ ମନ୍ଦିର ହେଲେ ସୁଦ୍ଧା ଇସଲାମ ଧର୍ମର ଲୋକମାନେ ଏହି ତୀର୍ଥସ୍ଥାନକୁ ସମ୍ମାନ ଦିଅନ୍ତି । ଏହି ମନ୍ଦିର ପାକିସ୍ତାନୀ ହିନ୍ଦୁ ଓ ସିନ୍ଧିଙ୍କଦ୍ୱାରା ଏକ ସମ୍ମାନିତ ତୀର୍ଥସ୍ଥାନ । ମୁସଲମାନମାନେ ଏହାକୁ ନନୀ ମନ୍ଦିର ବା ନନୀଙ୍କ ହଜ୍ ବୋଲି କୁହନ୍ତି । ପୁରାଣବର୍ଣ୍ଣିତ ସିନ୍ଧୁ ରାଜା ଜୟଦ୍ରଥ ଏଠାରେ ଦେବୀ ମନ୍ଦିର ନିର୍ମାଣ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣିତ ଅଛି । ୟୁରୋପର ୟୁନାନୀ ରାଜା ସିକନ୍ଦରଙ୍କ ଭାରତ ଆକ୍ରମଣକାଳରେ ଏହି ହିଙ୍ଗଲାଜ ପର୍ବତମାଳା ନିକଟରେ ବାଲିକୋର୍ଟ ଦୁର୍ଗର ରାଜା ବଳରାମଙ୍କ ସହିତ ଯୁଦ୍ଧ ହୋଇଥିଲା । ବିକ୍ରମାଦିତ୍ୟ ମଧ୍ୟ ଏହିସ୍ଥାନକୁ ତୀର୍ଥ କରିବାକୁ ଯାଉଥିଲେ । ମୋଗଲ ରାଜ୍ୟର ଅଧିକାରୀ ତୋଡର ମଲ୍ଲ, ବିହାରୀ ମଲ୍ଲ, ରାଜାଭିଜ୍ ସିଂହ, ରାଜା ମାଥୋ ସିଂହ ମଧ୍ୟ ହିଙ୍ଗରାଜ ତୀର୍ଥ ଭ୍ରମଣ କରିଥିଲେ । [1]
ହିଙ୍ଗଳାଜ ଭବାନୀ ନାନୀ କି ମନ୍ଦିର | |
---|---|
![]() Hinglaj goddess at Hinglaj Mata Mandir | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଲାସବେଲା ଜିଲ୍ଲା |
Location | |
ସ୍ଥାନ | ହିଙ୍ଗଳାଜ |
State | ବେଲୁଚିସ୍ଥାନ |
Country | ପାକିସ୍ଥାନ |
Website | |
www |