ହାଇଡ୍ରୋସେଫାଲସ
From Wikipedia, the free encyclopedia
From Wikipedia, the free encyclopedia
ହାଇଡ୍ରୋସେଫାଲସ ବା ଜଳଶୀର୍ଷ (ଇଂରାଜୀରେ Hydrocephalus) ଏକ ବେମାରୀ ଯେଉଁଥିରେ ମସ୍ତିଷ୍କ ଭିତରେ ଅସାଧାରଣ ପରିମାଣର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid ବା ସିଏସଏଫ/CSF)) ଜମିଯାଏ ।[1] ଅଧିକ ପରିମାଣର ସିଏସଏଫ ଜମିଯିବା ଯୋଗୁ ଖପୁରି ମଧ୍ୟରେ ଅସାଧାରଣ ଚାପ (pressure inside the skull) ସୃଷ୍ଟି ହୁଏ । ବୟସ୍କ ଲୋକଙ୍କର ମୁଣ୍ଡବଥା, ଦୈତ ଦୃଷ୍ଟି (double vision), ଶାରୀରିକ ସନ୍ତୁଳନ(balance) ଅଭାବ, ବ୍ୟକ୍ତିତ୍ୱ ପରିବର୍ତ୍ତନ, ମୂତ୍ର ଅସଂଯତି (urinary incontinence) ବା ମାନସିକ ଦୁର୍ବଳତା (mental impairment) ଦେଖାଯାଇପାରେ । ଶିଶୁଙ୍କର ମୁଣ୍ଡ ଆକାର ଶୀଘ୍ର ବଢ଼ିଯାଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ବାନ୍ତି, ନିଦୁଆ ଭାବ, ଅପସ୍ମାର ବାତ ଓ ନିମ୍ନମୂଖି ଡୋଳା ଦେଖାଯାଏ । [1]
ଜନ୍ମ ତୃଟି (birth defect) ଯୋଗୁ ବା ଅନ୍ୟାନ୍ୟ କାରଣ ଯୋଗୁ ଜୀବନରେ ପରେ ହାଇଡ୍ରୋସେଫାଲସ ହୋଇପାରେ ।[1] ଅନ୍ୟାନ୍ୟ ସହଯୋଗୀ ଜନ୍ମ ତୃଟି ଯେପରିକି ନିଉରାଲ ଟ୍ୟୁବ ତୃଟି (neural tube defects) ବା ଆକ୍ୱିଡକ୍ଟାଲ ସ୍ଟେନୋସିସ (aqueductal stenosis) ମଧ୍ୟ ହାଇଡ୍ରୋସେଫାଲସ ସହିତ ଦେଖାଯାଏ ।[1][2] ମେନିଞ୍ଜାଇଟିସ୍, ମସ୍ତିଷ୍କ ଅର୍ବୁଦ, ମସ୍ତିସ୍କ ଆଘାତ, ଇଣ୍ଟ୍ରାଭେଣ୍ଟ୍ରିକୁଲାର ହେମୋରେଜ (intraventricular hemorrhage) ଓ ସବଆରାକନଏଡ ହେମୋରେଜ (subarachnoid hemorrhage) ଯୋଗୁ ମଧ୍ୟ ହାଇଡ୍ରୋସେଫାଲସ ହୁଏ । ଚାରି ପ୍ରକାର ହାଇଡ୍ରୋସେଫାଲସ ଦେଖାଯାଏ: କମ୍ୟୁନିକେଟିଙ୍ଗ, ନନ କମ୍ୟୁନିକେଟିଙ୍ଗ, ଏକ୍ସ ଭାକୁଓ (ex-vacuo) ଓ ନର୍ମାଲ ପ୍ରେସର (normal pressure) ଦେଖାଯାଏ । ରୋଗୀ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ ।[1]
ହାଇଡ୍ରୋସେଫାଲସ ରୋଗୀର ଅପରେଶନରେ ଏକ ସଣ୍ଟ ସିସ୍ଟମ (shunt system) ଲଗେଇ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ନିଷ୍କାସନ କରାଯାଏ । କେତେକ ଲୋକଙ୍କର ଥାର୍ଡ଼ ଭେଣ୍ଟ୍ରିକୁଲୋସ୍ଟୋମି (third ventriculostomy) ଅପରେଶନ କରାଯାଏ । ସଣ୍ଟ ଅପରେଶନର ମଧ୍ୟ ଜଟିଳତା ଥାଏ ଯଥା:- ଅତ୍ୟଧିକ ନିଷ୍କାସନ, ସ୍ୱଳ୍ପ ନିଷ୍କାସନ, ମେକାନିକାଲ ତୃଟି, ସଂକ୍ରମଣ ଓ ଅବରୋଧ । ସମୟକ୍ରମେ ସଣ୍ଟର ବଦଳ ଆବଶ୍ୟକ ହୁଏ । ଚିକିତ୍ସାର ବିଭିନ୍ନ ଫଳାଫଳ ଦେଖାଯାଏ । ଚିକିତ୍ସିତ ନ ହେଲେ ମୃତ୍ୟୁ ହୋଇପାରେ ।[1]
ପ୍ରତି ୧୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କର ହାଇଡ୍ରୋସେଫାଲସ ରୋଗ ଥାଏ ।[1][3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ରୋଗ ହାର ଅଧିକ ଥାଇପାରେ ।[4] ୨୦୦୦ ବର୍ଷ ପୂର୍ବେ ମଧ୍ୟ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।[5] ହାଇଡ୍ରୋ ଅର୍ଥ ଜଳ ଓ ସେଫାଲସ ଅର୍ଥ ମୁଣ୍ଡ, ଏହି ଦୁଇ ଶବ୍ଦ ମିଶି ହାଇଡ୍ରୋସେଫାଲସ ନାମ ଦିଆହୋଇଛି । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.