ହାଇଡ୍ରୋକ୍ଲୋରୋଥିଆଜାଇଡ (ଇଂରାଜୀରେ Hydrochlorothiazide, ସଂକ୍ଷେପରେ ଏଚ.ସି.ଟି.ଜେଡ୍., HCTZ, HCT, or HZT), ଏକ ମୂତ୍ରସ୍ରାବ ବର୍ଦ୍ଧକ ଔଷଧ ଯାହା ଉଚ୍ଚ ରକ୍ତଚାପ ରୋଗରେ ଓ ତରଳ ପଦାର୍ଥ ଜମିଥିଲେ ଦିଆଯାଏ । [2] ଅନ୍ୟ ରୋଗ ଯଥା ଡାଏବେଟିସ ଇନସିପିଡସ୍, ରେନାଲ ଟ୍ୟୁବୁଲାର ଏସିଡୋସିସ୍ ଓ ପରିସ୍ରାରେ ଅଧିକ କ୍ୟାଲସିଅମ ଥିଲେ ବୃକ୍‌କ ପଥର ସଙ୍କଟ ଏଡ଼େଇବା ନିମନ୍ତେ ଏହି ଔଷଧ ଦିଆଯାଏ । [2] ଉଚ୍ଚ ରକ୍ତଚାପ ନିମନ୍ତେ ଅନେକ ସମୟରେ ଏହାକୁ ପ୍ରଥମ ଧାଡ଼ି ଔଷଧ ରୂପେ ଦିଆଯାଏ । [2][3] ଏଚ.ସି.ଟି.ଜେଡ୍.ପାଟିରେ ଖିଆଯାଏ ଓ ଉଚ୍ଚ ରକ୍ତଚାପ ରୋଗର ବ୍ୟବ‌ହୃତ ଅନ୍ୟ ଔଷଧ ସାଥୀରେ ମିଶେଇ ଗୋଟିଏ ପିଲ ଆକାରରେ ଦିଆଯାଏ । [2]

Quick Facts Clinical data, Trade names ...
ହାଇଡ୍ରୋକ୍ଲୋରୋଥିଆଜାଇଡ
Thumb
Thumb
Clinical data
Trade namesApo-hydro, Aquazide h, Dichlotride among others, Oretic
AHFS/Drugs.commonograph
MedlinePlusa682571
Pregnancy
category
  • B (D if used to treat pregnancy-induced hypertension)
Routes of
administration
Oral (capsules, tablets, oral solution)
ATC code
Legal status
Legal status
  • ℞ (Prescription only)
Pharmacokinetic data
BioavailabilityVariably absorbed from GI tract. Bioavailability ~ 70%
Metabolismdoes not undergo significant metabolism (>95% excreted unchanged in urine)[1]
Elimination half-life5.6–14.8 h
ExcretionPrimarily excreted unchanged in urine
Identifiers
IUPAC name
  • 6-chloro-1,1-dioxo-3,4-dihydro-2H-1,2,4-benzothiadiazine-7-sulfonamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.367 Edit this at Wikidata
Chemical and physical data
FormulaC7H8ClN3O4S2
Molar mass297.74 g/mol
3D model (JSmol)
SMILES
  • O=S(=O)(c1c(Cl)cc2c(c1)S(=O)(=O)NCN2)N
InChI
  • InChI=1S/C7H8ClN3O4S2/c8-4-1-5-7(2-6(4)16(9,12)13)17(14,15)11-3-10-5/h1-2,10-11H,3H2,(H2,9,12,13) checkY
  • Key:JZUFKLXOESDKRF-UHFFFAOYSA-N checkY
 ☒NcheckY (what is this?)  (verify)
Close

ସମ୍ଭାବ୍ୟ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ବୃକ୍‌କ କର୍ମ ଅଭାବ, ନିମ୍ନ ରକ୍ତ ପଟାସିଅମ ଓ ଅଳ୍ପ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟରେ ସ୍ୱଳ୍ପ ରକ୍ତ ସୋଡ଼ିଅମ, ଗାଉଟ, ଅଧିକ ରକ୍ତ ଶର୍କରାଠିଆ ହୋଇପଡ଼ିଲାବେଳେ ଚେତା ବୁଡ଼ିବା ଅନୁଭବ ଇତ୍ୟାଦି । [2] ରୋଗୀର ସଲ୍‌ଫା ଔଷଧ ଆଲର୍ଜି ଥିଲେ ଏହି ଔଷଧ ପ୍ରତି ଆଲର୍ଜି ହେଉଥିବାର ରିପୋର୍ଟ ମିଳୁଥିଲେ ମଧ୍ୟ ସମ୍ପୁର୍ଣ୍ଣ ପ୍ରମାଣ ମିଳୁନି । [2] ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରାଯାଇପାରେ ମାତ୍ର ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ । [2]

ଏହି ଔଷଧ ଥିଆଜାଇଡ ଶ୍ରେଣୀର ଅନ୍ତର୍ଭୁକ୍ତ; ଏହା ବୃକ୍‌କର ଜଳ ରୋକିବା କ୍ଷମତା କମେଇଦିଏ । [2] ପ୍ରାରମ୍ଭିକ ଭାବରେ ଏହା ରକ୍ତ ପରିମାଣ କମେଇଦିଏ, ହୃତ୍‌ପିଣ୍ଡକୁ ଆସୁଥିବା ରକ୍ତ କମିଯାଏ ଫଳରେ କାର୍ଡ଼ିଆକ ଆଉଟପୁଟ କମିଯାଏ । [4] ଦୀର୍ଘକାଳୀନ ବ୍ୟବ‌ହାର ଫଳରେ ଏହା ପେରିଫେରାଲ ଭାସ୍କୁଲାର ରେଜିସ୍ଟାନସ କମେଇଦିଏ । [4]

ମର୍କସିବା କମ୍ପାନୀଦ୍ୱୟ ଏହି ଔଷଧ ଆବିଷ୍କାର କରିଥିବା ଦାବି କରନ୍ତି ଯାହା ୧୯୫୯ ମସିହାରେ ବଜାରରେ ମିଳିଲା । [5] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୌଳିକ ସ୍ୱାସ୍ଥ୍ୟ ସେବା ନିମନ୍ତେ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଥିବା ନାମ ମଧ୍ୟରେ ଏହି ନାମ ଅଛି । [6] ଆମେରିକାରେ ୨୦୦୮ ମସିହାରେ ରକ୍ତଚାପ ନିମନ୍ତେ ବ୍ୟବ‌ହୃତ ହେଉଥିବା ଔଷଧମାନଙ୍କ ମଧ୍ୟରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । [4] ଏହା ଜେନେରିକ ଔଷଧ ନାମରେ ମିଳେ [2] ଓ ଦାମିକା ନୁହେଁ । [7]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.