![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/d6/SpondylolisthesisL5S1.jpg/640px-SpondylolisthesisL5S1.jpg&w=640&q=50)
ସ୍ପୋଣ୍ଡିଲୋଲିସ୍ଥେସିସ
ମେରୁ ଅସ୍ଥି ବିସ୍ଥାପନ ଯୋଗୁ ଏହି ରୋଗ ହୁଏ । / From Wikipedia, the free encyclopedia
ସ୍ପୋଣ୍ଡିଲୋଲିସ୍ଥେସିସ ରୋଗରେ ଏକ ମେରୁଅସ୍ଥିର ବିସ୍ଥାପନ ହୁଏ ।[1] ମୁଖ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ପିଠି ଯନ୍ତ୍ରଣା କିମ୍ବା ସିଆଟିକା ହୋଇପାରେ, ଯଦିଓ କେତେକଙ୍କର କୌଣସି ଲକ୍ଷଣ ନ ଥାଇପାରେ ।[1] [3] ଅଧକ ବିସ୍ଥାପନ ହେଲେ ଲକ୍ଷଣଗୁଡ଼ିକ ଅଧିକ ଖରାପ ହୋଇପାରେ ।[1] ଚାଲିବାରେ ଅସୁବିଧା, ଛୋଟେଇବା ଏବଂ ଗୋଡ଼ର ଦୁର୍ବଳତା ହୋଇପାରେ ।[1] ରୋଗ ଜଟିଳ ହେଲେ କ୍ୱଚିତ୍ ଅନ୍ତନଳୀ କିମ୍ବା ମୂତ୍ରାଶୟ ଅନିୟନ୍ତ୍ରିତ ହୋଇପାରେ ।[1]
Spondylolisthesis | |
---|---|
Olisthesis | |
![]() X-ray of the lateral lumbar spine with a grade III anterolisthesis at the L5-S1 level. | |
ଉଚ୍ଚାରଣ |
|
ବିଭାଗ | Orthopedics |
ଲକ୍ଷଣ | Back pain, sciatica[1] |
କାରଣ | Degenerative, isthmic, traumatic, dysplastic, pathologic[1] |
ବିପଦ କାରକ | Obesity, certain sports[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[1] |
ସଠିକ ରୋଗ ନିର୍ଣ୍ଣୟ | Degenerative disc disease, myofascial pain[1] |
ଚିକିତ୍ସା | Pain medication, physiotherapy, steroid injections, surgery[2] |
ପୁନଃପୌନିକ | 12% (USA)[2] |
ଏହାର କାରଣ ଗୁଡ଼ିକ ମଧ୍ୟରେ ଡିଜେନେରେସନ ବା ତନ୍ତୁ କ୍ଷୟ, ଇସ୍ଥମସ ଜନିତ, ଆଘାତଜନିତ, ଡିସପ୍ଲାଷ୍ଟିକ୍ କିମ୍ବା ରୋଗ ଜନିତ ହୋଇପାରେ ।[1] କୁସ୍ତି କିମ୍ବା ଜିମ୍ନାଷ୍ଟିକ୍ ଖେଳରେ ପାର୍ସ ଇଣ୍ଟରଆର୍ଟିକୁଲାରସ୍ କ୍ଷତିଗ୍ରସ୍ତ ହୋଇପାରେ ଯାହା ଯୋଗୁ ସାମାନ୍ୟ ଆଘାତରେ ଏହା ବାରମ୍ବାର ହୋଇପାରେ ।[1] ଫାସେଟ ଗଣ୍ଠିର ଏକତ୍ରିକରଣ ତୃଟି ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ଜୀବନରେ ହାସଲ ହୋଇପାରେ ।[1] ରୋଗ ମଧ୍ୟରେ କନେକ୍ଟିଭ୍ ଟିସୁ ବ୍ୟାଧି, କର୍କଟ ବା ଅସ୍ତ୍ରୋପଚାର ପରବର୍ତ୍ତୀ ରୋଗ ହୋଇପାରେ ।[1] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି ସାହାଯ୍ୟରେ ହୋଇଥାଏ ।[1] ସାଧାରଣତଃ ନିମ୍ନ କଟିଦେଶର ଲମ୍ବର ମେରୁଦଣ୍ଡ ପ୍ରଭାବିତ ହୁଏ; ଯଦିଓ ବେକ ମେରୁଦଣ୍ଡରେ ହୋଇପାରେ [1]
ପ୍ରାରମ୍ଭିକ ଚିକିତ୍ସାରେ ଏହି ଅଞ୍ଚଳରେ ଯନ୍ତ୍ରଣା ନିବାରକ ଔଷଧ, ଫିଜିଓଥେରାପି ଏବଂ ସ୍ଥାନୀୟ ଷ୍ଟେରଏଡ ଇଞ୍ଜେକ୍ସନ ଦିଆଯାଇପାରେ | [2] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଓଜନ ହ୍ରାସ କରାଯାଇପରେ ।[1] ଯଦି ଏହା ଯଥେଷ୍ଟ ପ୍ରଭାବଶାଳୀ ନୁହେଁ ତେବେ କିଛି ଲୋକ ଅସ୍ତ୍ରୋପଚାରଦ୍ୱାରା ଉପକୃତ ହୋଇପାରନ୍ତି; ତଥାପି, କେଉଁ ପ୍ରକାରର ଅସ୍ତ୍ରୋପଚାର ଲାଭଦାୟକ ତାହା ଅସ୍ପଷ୍ଟ ।[2]
ସ୍ପୋଣ୍ଡିଲୋଲିସ୍ଥେସିସ ଯୁକ୍ତରାଷ୍ଟ୍ରର ପ୍ରାୟ ୧୨% ଲୋକଙ୍କୁ ପ୍ରଭାବିତ କରିଥାଏ ।[2] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ତନ୍ତୁ କ୍ଷୟ ବା ଡିଜେନେରେଟିଭ ରୋଗ ଅଧିକ ଦେଖାଯାଏ । [3] ପ୍ରଥମେ ୧୭୮୨ ମସିହାରେ ବେଲଜିୟମର ପ୍ରସୂତି ବିଶେଷଜ୍ଞ 'ହରବିନାକ୍ସ'ଦ୍ୱାରା ସ୍ପୋଣ୍ଡିଲୋଲିସ୍ଥେସିସ ରୋଗର ବର୍ଣ୍ଣନା କରାଯାଇଥିଲା ।[4]