ସୁସ୍ମିତା ଦାସ
ଓଡ଼ିଆ କଣ୍ଠଶିଳ୍ପୀ / From Wikipedia, the free encyclopedia
ସୁସ୍ମିତା ଦାସ ([susmit̪a d̪asɔ] (listen);)ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ଗାୟିକା ରୂପେ କାର୍ଯ୍ୟ କରିଛନ୍ତି । ସୁସ୍ମିତା, ଓଡ଼ିଶା ଭିତରେ ତଥା ଓଡ଼ିଶା ବାହାରେ ଅନେକ ମଞ୍ଚରେ ଗୀତ ଗାଇଛନ୍ତି । ସେ ଆକାଶବାଣୀରେ ମୁଖ୍ୟତଃ ପୂରାତନ ଓଡ଼ିଆ ଗୀତ, ଆଧ୍ୟାତ୍ମିକ ଗୀତ ଏବଂ ଓଡ଼ିଶୀ ସଙ୍ଗୀତ ଆଦି ଗାଉଥିଲେ । ଏଥିସହ ସେ ମଞ୍ଚରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ, ଦେବଦେବୀ ଭଜନ, ଗଜଲ, ଓଡ଼ିଶୀ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ତଥା ଚଳଚ୍ଚିତ୍ର ଦୁନିଆ ବ୍ୟତୀତ କିଛି ଆଧୁନିକ ଗୀତ ମଧ୍ୟ ଗାଇଥାନ୍ତି ।[1] ୨୦୨୧ ମସିହାରେ ସୁଗମ ସଙ୍ଗୀତ ପାଇଁ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମିଳିଥିଲା ।[2]
ସୁସ୍ମିତା ଦାସ | |
---|---|
ଜନ୍ମ | ସୁସ୍ମିତା ପରିଜା ୨ ନଭେମ୍ବର |
ବୃତ୍ତି | ପ୍ରଚ୍ଛଦପଟ ଗାୟିକା |
ସକ୍ରିୟ ବର୍ଷ | ୧୯୮୭- ଏବେଯାଏଁ |
ବୈବାହିକ-ସାଥୀ | ସିଦ୍ଧାନ୍ତ ଦାସ (୧୯୮୫- ଏବେଯାଏଁ) |
ସନ୍ତାନ | ୨ |
ପିତାମାତା(s) | ସଂଘମିତ୍ରା ପରିଜା (ମାଆ) ଶ୍ୟାମସୁନ୍ଦର ପରିଜା (ବାପା) |
ୱେବସାଇଟ | susmitadas.in |
ସୁସ୍ମିତା ୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ା ଗସ୍ତରେ ଯାଇ ସେଠାରେ ମଧ୍ୟ କିଛି ମଞ୍ଚରେ ଗୀତ ଗାଇଥିଲେ । ୨୦୦୭ରେ ଯୁକ୍ତରାଷ୍ଟ୍ର, ଲଣ୍ଡନ ଏବଂ କାନାଡ଼ାରେ ଅନୁଷ୍ଠିତ OSA Conventionରେ ସେ ଗୀତ ଗାଇଥିଲେ । ତାଙ୍କର ସେହି ଯାତ୍ରା ସମୟରେ ସେଠାରେ ମଧ୍ୟ ଏକ ଗୀତ ଆଲବମ ମାୟ ଦର୍ପଣ ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକି ଅନେକଙ୍କଦ୍ୱାରା ଆକୃଷ୍ଟ ହୋଇଥିଲା । ସେ ମଧ୍ୟ ଆମେରିକା ଏବଂ ଲଣ୍ଡନର ଅନେକ ସ୍ଥାନରେ ମଞ୍ଚମାନଙ୍କରେ ଗୀତ ଗାଇଛନ୍ତି ।
ସେ ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଚାରିକା ଥିଲେ ।[3] ହିନ୍ଦୀ, ରାଜସ୍ଥାନୀ, ମାଥିଲି, ଛତିଶଗଡ଼ି, ପଞ୍ଜାବୀ ଆଦି ଚଳଚ୍ଚିତ୍ରମାନଙ୍କର ସେ ବିଚାରିକା ଥିଲେ ।