![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/bc/Sushil_Kumar03.png/640px-Sushil_Kumar03.png&w=640&q=50)
ସୁଶୀଲ କୁମାର (କୁସ୍ତିଯୋଦ୍ଧା)
ଭାରତୀୟ ମଲ୍ଲଯୁଦ୍ଧ ଖେଳାଳୀ / From Wikipedia, the free encyclopedia
ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ ପ୍ରତିଭାଶାଳୀ କୁସ୍ତିଯୋଦ୍ଧା । ସିନିୟର ସ୍ତରରେ ପ୍ରଥମେ ୬୦କେଜି ଓ ପରେ ୬୬ କେଜିରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।୨୦୧୨ ଲଣ୍ଡନ ଅଲିମ୍ପିକ କ୍ରୀଡ଼ାରେ ରୌପ୍ୟ ପଦକ ଜିଣି ସୁଶୀଲ କୁମାର ଭାରତର ଗୌରବକୁ ଦ୍ୱିଗୁଣୀତ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ୨ଟି ଅଲିମ୍ପିକରେ ପଦକ ଜିତିବାର ଗୌରବ ତାଙ୍କ ନାମରେ ରହିଛି । ଏହା ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକରେରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୯୮ରେ ବିଶ୍ୱକ୍ୟାଡେଟ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ ତାଙ୍କ କ୍ୟାରିଅରର ପ୍ରଥମ ସଫଳତା ଥିଲା ।[2] ପରେ ୨୦୦୦ ମସିହା ଏସିଆନ ଜୁନିୟର କୁସ୍ତି ଚାମ୍ପିଆନଶିପରେ ସ୍ୱର୍ଣ୍ଣ ପଦକ ପାଇ କ୍ୟାରିଅରକୁ ଆଗକୁ ବଢେଇନେଇଥିଲେ ଏହି କୁସ୍ତିଯୋଦ୍ଧା ।