![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/7d/Ciprofloxacin.svg/langor-640px-Ciprofloxacin.svg.png&w=640&q=50)
ସିପ୍ରୋଫ୍ଲୋକ୍ସାସିନ୍
ସିପ୍ରୋଫ୍ଲୋକ୍ସାସିନ୍ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ବହୁ ସଂଖ୍ୟକ ଜୀବାଣୁ ସଂକ୍ରମଣ ନିମନ୍ତେ ବ୍ୟବହାର / From Wikipedia, the free encyclopedia
ସିପ୍ରୋଫ୍ଲୋକ୍ସାସିନ୍ ଏକ ପ୍ରକାର ଆଣ୍ଟିବାୟୋଟିକ ଯାହା ବହୁ ସଂଖ୍ୟକ ଜୀବାଣୁ ସଂକ୍ରମଣ ନିମନ୍ତେ ବ୍ୟବହାର କରାଯାଏ ।[2] ଏହି ସଂକ୍ରମଣ ମଧ୍ୟରେ ଅସ୍ଥି ଓ ଗଣ୍ଠି ସଂକ୍ରମଣ, ଇଣ୍ଟ୍ରାଆବ୍ଡୋମିନାଲ/ପେଟ ସଂକ୍ରମଣ, କେତେକ ସଂକ୍ରମିତ ତରଳ ଝାଡ଼ା, ଫୁସ୍ଫୁସ୍ ନଳୀ ସଂକ୍ରମଣ, ଚର୍ମ ସଂକ୍ରମଣ, ଆନ୍ତ୍ରିକ ଜ୍ୱର(ଟାଇଫଏଡ) ଓ ମୂତ୍ରନଳୀ ସଂକ୍ରମଣ ପ୍ରଧାନ । [2] କେତେକ ସଂକ୍ରମଣରେ ଅନ୍ୟାନ୍ୟ ଆଣ୍ଟିବାୟୋଟିକ ସହିତ ଏହି ଆଣ୍ଟିବାୟୋଟିକ ଦିଆଯାଏ । [2] ଏହି ଔଷଧ ପାଟିରେ ଖିଆଯାଏ ବା ଶୀରାରେ ଦିଆଯାଏ । [2]
![]() | |
![]() | |
Clinical data | |
---|---|
AHFS/Drugs.com | monograph |
MedlinePlus | a688016 |
data |
|
Pregnancy category |
|
Routes of administration | Oral, intravenous, topical (ear drops, eye drops) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 69%[1] |
Metabolism | Hepatic, including CYP1A2 |
Elimination half-life | 4 hours |
Excretion | Kidneys |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
NIAID ChemDB | |
ECHA InfoCard | 100.123.026 ![]() |
Chemical and physical data | |
Formula | C17H18FN3O3 |
Molar mass | 331.346 g/mol |
3D model (JSmol) | |
SMILES
| |
InChI
| |
(verify) |
ସିପ୍ରୋଫ୍ଲୋକ୍ସାସିନ୍ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଯଥାକ୍ରମେ ଅଇ, ବାନ୍ତି, ତରଳ ଝାଡ଼ା ଓ ରାସ୍ ।[2] ମ୍ୟାସ୍ଥେନିଆ ଗ୍ରାଭିସ ରୋଗ ଥିଲେ ସିପ୍ରୋଫ୍ଲୋକ୍ସାସିନ୍ଦ୍ୱାରା ମାଂସପେଶୀ ଦୂର୍ବଳ ହୋଇ ଟେଣ୍ଡନ/ପେଶୀରଜ୍ଜୁ ଛିଣ୍ଡିଯିବା ଆଶଙ୍କା ଥାଏ ।[2] ଏହାର ପାର୍ଶ୍ୱ ପ୍ରତିକ୍ରିୟା ହାର ସେଫାଲୋସ୍ପୋରିନ ଅପେକ୍ଷା ଅଧିକ ଓ କ୍ଲିଣ୍ଡାମାଇସିନ ଅପେକ୍ଷା କମ୍ ଥାଏ । [3] ପଶୁମାନଙ୍କ ଗର୍ଭାବସ୍ଥାରେ ଏହି ଔଷଧ ଦେବାର ଅନୁଶୀଳନରୁ ଜଣାଯାଏ ଗର୍ଭାବସ୍ଥାରେ ଦେବା ଚିନ୍ତା ଜନକ ହୋଇପାରେ ।[4] କିନ୍ତୁ ଅଳ୍ପ ସଂଖ୍ୟକ ଔଷଧ ଗ୍ରହଣ କରିଥିବା ମହିଳାଙ୍କର ପିଲାମାନଙ୍କର କୌଣସି ସମସ୍ୟା ହୋଇନାହିଁ ।[4] ସ୍ତନ୍ୟପାନ ସମୟରେ ଏହା ବିପଦମୁକ୍ତ ଥିବା ଜଣାଯାଏ ।[2] ସିପ୍ରୋଫ୍ଲୋକ୍ସାସିନ୍ ଔଷଦ ଫ୍ଲୋରୋକୁଇନୋଲିନ ଦ୍ୱିତୀୟ ପିଢ଼ିର ଏକ ଔଷଧ ଯାହା ଏକ ବ୍ରଡ଼-ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ।[5][6]
ସିପ୍ରୋଫ୍ଲୋକ୍ସାସିନ୍ ସନ ୧୯୮୭ରେ ପରିଚିତ ହୋଇଥିଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[2][9] ଏହାର ହୋଲସେଲ ମୂଲ୍ୟ ଡୋଜ ପିଛା ୦.୦୩ରୁ ୦.୧୩ ଆମେରିକୀୟ ଡଲାର ।[10] ଆମେରିକାର ଏହା ଡୋଜ ପିଛା ୦.୪୦ ଆମେରିକୀୟ ଡଲାର । [2]