ସାଇକୋସିସ
ବାସ୍ତବିକତାକୁ ମନ ଜାଣିପାରେନାହିଁ / From Wikipedia, the free encyclopedia
ସାଇକୋସିସ (ଇଂରାଜୀ ଭାଷାରେ Psychosis) ଏକ ମାନସିକ ରୋଗ ଯେଉଁଥିରେ ମନ (mind) ବାସ୍ତବିକତାକୁ ଜାଣିପାରେନି ।[4] ଏହି ରୋଗରେ ମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[4] ଅସଙ୍ଗତ ବାର୍ତ୍ତାଳାପ incoherent speech ଓ ବ୍ୟବହାର ଦେଖାଯାଏ ।[4] ଏହା ସହିତ ନିଦ୍ରା ଅଭାବ (sleep deprivation), ସାମାଜିକ ଦୂରତା ରଖିବା, social withdrawal, ପ୍ରେରଣା ଅଭାବ ଓ ଦୈନନ୍ଦିନ କାର୍ଯ୍ୟ କରିବା ଅକ୍ଷମତା ଦେଖାଯାଇପାରେ ।[4]
ସାଇକୋସିସ (Psychosis) | |
---|---|
ସାଇକୋଟିକ ବ୍ରେକ (Psychotic break) | |
ବିଭାଗ | ମାନସିକ ରୋଗ ବିଜ୍ଞାନ (Psychiatry), ମନୋବିଜ୍ଞାନ (psychology) |
ଲକ୍ଷଣ | ମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear), ଅସଙ୍ଗତ ବାର୍ତ୍ତାଳାପ [4] |
କାରଣ | ମାନସିକ ବେମାରୀ (Mental illness) (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcohol ଓ cannabis)[4] |
ଚିକିତ୍ସା | ଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support)[5] |
Prognosis | କାରଣ ଉପରେ ନିର୍ଭର କରେ । [5] |
ପୁନଃପୌନିକ | ୩% ଲୋକ (US)[4] |
ସାଇକୋସିସ ରୋଗର ଅନେକ କାରଣ ଥାଇପାରେ ।[4] ଏହି କାରଣ ଗୁଡ଼ିକ ମାନସିକ ବେମାରୀ (Mental illness), (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcohol ଓ cannabis) ଇତ୍ୟାଦି ହୋଇପାରେ ।[4] ପ୍ରସବ ପରେ ଏକ ପ୍ରକାର ପୋଷ୍ଟପାର୍ଟମ ସାଇକୋସିସ (postpartum psychosis) ମଧ୍ୟ ହୋଇପାରେ ।[6] ନିଉରୋଟ୍ରାନ୍ସମିଟର (neurotransmitter) ଡୋପାମିନର dopamine ଭୂମିକା ମଧ୍ୟ ଥାଇପାରେ । [7] ଆକ୍ୟୁଟ ସାଇକୋସିସ ରୋଗ ମାନସିକ ରୋଗ ପରେ ହେଲେ ତାହାକୁ ପ୍ରାଇମେରୀ ଓ ଶାରୀରିକ ରୋଗ ପରେ ହେଲେ ସେକେଣ୍ଡାରୀ କୁହାଯାଏ ।[8] ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଉପସ୍ଥିତି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[9] କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (central nervous system ରୋଗ, ବିଭିନ୍ନ ଟକ୍ସିନ (ଉଦ୍ଭିଦ ବା ପ୍ରାଣୀଜ ବିଷ) ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।[10]
ଚିକିତ୍ସା ନିମନ୍ତେ ଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support) ଆବଶ୍ୟକ ହୋଇପାରେ ।[4][5] ଆରମ୍ଭରୁ ଚିକିତ୍ସା କଲେ ଫଳାଫଲ ଉନ୍ନତ ହୁଏ ।[4] ଔଷଧ ଯୋଗୁ ମଧ୍ୟମ ଧରଣର ପ୍ରଭାବ ପଡ଼େ ।[11][12] Outcomes depend on the underlying cause.[5] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୩% ଲୋକ ଏହି ରୋଗର ଶିକାର ହୁଅନ୍ତି ।[4] ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ (4th century BC) ହିପୋକ୍ରେଟସ ଏହି ରୋଗର ଅବତାରଣା କରିଥିଲେ ମଧ୍ୟ ଖ୍ରୀ:ପୂ: ୧୫୦୦ ଶତାବ୍ଦୀରେ ଇଜିପ୍ଟର ଏବର୍ସ ପାପିରସ (Egyptian Ebers Papyrus) ପୃଷ୍ଠାରେ ଏହି ବିଷୟରେ ଲେଖା ଥିବା ଜଣାଯାଏ ।[13][14]