ଶ୍ରୀଦେବୀ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ଶ୍ରୀଦେବୀ (ଜନ୍ମ ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପାନ;[1][7] ୧୩ ଅଗଷ୍ଟ ୧୯୬୩[8]) ହେଉଛନ୍ତି ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଚଳଚ୍ଚିତ୍ର ପ୍ରଯୋଜିକା ଯେ, ତାମିଲ୍, ତେଲୁଗୁ, ହିନ୍ଦୀ, ମାଲାୟାଲାମ ଓ କନ୍ଣଡ ଚଳଚ୍ଚିତ୍ରରେ କାମ କରିଛନ୍ତି ।[9] ତାଙ୍କୁ ଭାରତୀୟ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଭାବେ ଗଣାଯାଏ ।[10][11][12][13][14]
ଶ୍ରୀଦେବୀ | |
---|---|
ଜନ୍ମ | ଶ୍ରୀ ଆମ୍ମା ଆୟାଙ୍ଗାର ଆୟାପାନ[1] (1963-08-13) ୧୩ ଅଗଷ୍ଟ ୧୯୬୩ (ବୟସ ୬୦) |
ମୃତ୍ୟୁ | ୨୪ ଫେବୃଆରୀ ୨୦୧୮(2018-02-24) (ବୟସ ୫୪) |
ବୃତ୍ତି(ସମୂହ) | ଅଭିନେତ୍ରୀ, ପ୍ରଯୋଜିକା |
ସକ୍ରିୟ ବର୍ଷ | ୧୯୬୭-୧୯୯୭, ୨୦୧୨-ବର୍ତ୍ତମାନ |
ବୈବାହିକ-ସାଥୀs | |
ସନ୍ତାନ | ୨ |
ସମ୍ପର୍କୀୟ | ଦେଖନ୍ତୁ କପୁର୍ ପରିବାର |
ପୁରସ୍କାର | ପଦ୍ମଶ୍ରୀ (୨୦୧୩)[6] |
ଶ୍ରୀଦେବୀ ତାଙ୍କର ଚଳଚ୍ଚିତ୍ର ଜୀବନ ୪ ବର୍ଷ ବୟସରେ, ଏମ୍ ଏ ଥିରୁମୁଘମ୍ଙ୍କ ଧାର୍ମିକ ଚଳଚ୍ଚିତ୍ର ଥୁନାଇଭାନରେ ଶିଶୁ କଳାକାର ରୂପେ ଆରମ୍ଭ କରିଥିଲେ[15] ଓ ତାମିଲ, ତେଲୁଗୁ, ମାଲାୟାଲାମ ଓ କନ୍ଣଡ ଚଳଚ୍ଚିତ୍ରରେ ଶିଶୁ କଳାକାର ରୂପେ ନିଜର ଅଭିନୟ ଜୀବନ ଚାଲୁ ରଖିଥିଲେ । ସେ ଶିଶୁ କଳାକାର ଭାବେ ୧୯୭୫ ମସିହାରେ ପ୍ରସିଦ୍ଧ ଚଳଚ୍ଚିତ୍ର ଜୁଲିଦ୍ୱାରା ନିଜ ବଲିଉଡ ଜୀବନ ଆରମ୍ଭ କରିଥିଲେ ଓ ୧୩ ବର୍ଷ ବୟସରେ ୧୯୭୬ ମସିହାରେ ତାମିଲ ଚଳଚ୍ଚିତ୍ର ମୁନ୍ଦ୍ରୁ ମୁଦିଚୁରେ ପ୍ରଥମ ସାବାଳିକା ଅଭିନୟ କରିଥିଲେ । ଧୀରେ ଧୀରେ, ଶ୍ରୀଦେବୀ ତାମିଲ ଓ ତେଲୁଗୁ ଚଳଚ୍ଚିତ୍ର ଯଥା:, ୧୬ ଭାୟାଥିନିଲେ (୧୯୭୭), ସିଗାପ୍ପୁ ରୋଜାକ୍କଲ (୧୯୭୮), ଭାରୁମାଇନ ନୀରମ ସିବାପୁ (୧୯୮୦), ମିନ୍ଦମ କୋକୋଳା (୧୯୮୧), ପ୍ରେମ୍ଭିଷେକମ (୧୯୮୧), ମୁନ୍ଦ୍ରମ ପିରାଇ (୧୯୮୨), ଆଖାରି ପୋରତମ୍ (୧୯୮୮), ଜାଗଦେକା ଭିରୁଦୁ ଅତିଲୋକ ସୁନ୍ଦରୀ (୧୯୯୦) ଓ କ୍ଷଣ କ୍ଷଣମ୍ (୧୯୯୧) ପ୍ରଭୃତିରେ ଅଭିନୟ କରି ଅନ୍ୟତମ ଅଗ୍ରଣୀ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ ହୋଇଥିଲେ ।
ବଲିଉଡରେ ସେ ଷୋଲୱା ସାବନ (୧୯୭୮)ରେ ଅଗ୍ରଣୀ ନାୟିକା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଓ ହିମ୍ମତ୍ୱାଲା(୧୯୮୩)ରେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଏକାଧାରରେ ବହୁତ ସଫଳତା ଅର୍ଜନ କରିଥିବା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯଥା: ମୱାଲି (୧୯୮୩), ତୋଫା (୧୯୮୪), ନୟା କଦମ୍ (୧୯୮୪), ମାଷ୍ଟର ଜୀ (୧୯୮୫), ମକ୍ସଦ୍ (୧୯୮୫), ନଜ୍ରାନା (୧୯୮୭), ମିଷ୍ଟର ଇଣ୍ଡିଆ (୧୯୮୭), ୱକ୍ତ କି ଆୱାଜ୍ (୧୯୮୮), ଓ ଚାନ୍ଦନୀ (୧୯୮୫) । ସେ ବ୍ୟବସାୟିକ ସଫଳ ଚଳଚ୍ଚିତ୍ରରେ ମଧ୍ୟ ସମାଲୋଚକଙ୍କ ପ୍ରଶଂସା ପାଇଥିଲେ, ଯଥା: ସଦ୍ମା (୧୯୮୩), ନାଗିନା (୧୯୮୬), ଚାଲ୍ବାଜ୍ (୧୯୮୯), ଲମ୍ହେ (୧୯୯୧), ଖୁଦା ଗବାହ୍ (୧୯୯୨), ଗୁମ୍ରାହ (୧୯୯୩), ଲାଡ୍ଲା (୧୯୯୪) ଓ ଜୁଦାଇ (୧୯୯୭) ।
୨୦୧୨ରେ ଶ୍ରୀଦେବୀ ଦୀର୍ଘ ୧୫ ବର୍ଷ ପରେ ଇଂଲିଶ୍ ଭିଂଲିଶ୍ଦ୍ୱାରା ଚଳଚ୍ଚିତ୍ରକୁ ଫେରିଥିଲେ ।[16] ୨୦୧୩ରେ ଭାରତ ସରକାର ତାଙ୍କୁ ଚତୁର୍ଥ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।[17] ଭାରତୀୟ ଚଲଚ୍ଚିତ୍ରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୧୩ରେ ସିଏନ୍ଏନ୍-ଆଇବିଏନ୍ଦ୍ୱାରା କରାଯାଇଥିବା ଜାତୀୟ ମତଦାନରେ, '୧୦୦ ବର୍ଷରେ ଭାରତୀୟ ମହାନ୍ ଅଭିନେତ୍ରୀ' ଭାବେ ତାଙ୍କୁ ଚୟନ କରାଯାଇଥିଲା ।[18]
ସେ ତାଙ୍କ ଅଭିନୟ ଜୀବନରେ ପାଞ୍ଚୋଟି ଫିଲ୍ମଫେୟାର୍ ଆୱାର୍ଡ ପାଇଛନ୍ତି । ଦୁବାଇଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ୫୫ବର୍ଷ ବୟସ୍କା ଶ୍ରୀଦେବୀ ବାଥଟବରେ ବୁଢିଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା।[19]