ଶିବକୁମାର ଶର୍ମା (୧୩ ଜାନୁଆରୀ ୧୯୩୮-୧୦ ମେ ୨୦୨୨) ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ସନ୍ତୁର ବାଦକ ଥିଲେ । ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦ୍ୟଯନ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ ।[2][3][4] ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ସେ ଶିବ-ହରି ନାମରେ ଅନେକ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।
ଶିବକୁମାର ଶର୍ମା | |
---|---|
Background information | |
ଜନ୍ମ | ଜମ୍ମୁ, ଜମ୍ମୁ ଓ କଶ୍ମୀର | ୧୩ ଜାନୁଆରୀ ୧୯୩୮
ମୃତ୍ୟୁ | ୧୦ ମଇ ୨୦୨୨ ୮୪)[1] ମୁମ୍ବାଇ, ଭାରତ | (ବୟସ
ଶୈଳୀ | ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ |
ପେଷା | ସଙ୍ଗୀତ ନିର୍ଦ୍ଦେଶକ |
ବାଦ୍ୟଯନ୍ତ୍ର | ସନ୍ତୁର, ତବଲା |
କାର୍ଯ୍ୟକାଳ | ୧୯୫୫-୨୦୨୨ |
ଅନ୍ୟ ଅଂଶଗ୍ରହଣ | ରାହୁଳ ଶର୍ମା (ପୁଅ) ହରିପ୍ରସାଦ ଚୌରାସିଆ |
ୱେବସାଇଟ | santoor |
ସେ ୧୯୮୬ ମସିହାରେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ୧୯୯୧ ମସିହାରେ ପଦ୍ମଶ୍ରୀ ଓ ୨୦୦୧ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
ଶିବକୁମାର, ୧୯୩୮ ମସିହାରେ ଜମ୍ମୁଠାରେ ଏକ ସଙ୍ଗୀତପ୍ରେମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[5] ତାଙ୍କ ପିତା ଉମାଦତ୍ତ ଶର୍ମା ଜଣେ ଗାୟକ ଓ ତବଲା ବାଦକ ଥିଲେ ।[6][7][8] ତାଙ୍କ ପିତା ଶିବକୁମାରଙ୍କୁ ୫ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷାଦେବା ଆରମ୍ଭ କରିଥିଲେ ।[7] କ୍ରମେ ପିତା ତାଙ୍କୁ ସନ୍ତୁର ଶିଖିବା ନିମନ୍ତେ ପ୍ରେରିତ କରିଥିଲେ । ସନ୍ତୁର ଏକ ଲୋକ ବାଦ୍ୟ ଓ ଏହାର ସୃଷ୍ଟି ପର୍ସିଆରେ ହୋଇଥିଲା । କାଶ୍ମୀରରେ ଏହି ବାଦ୍ୟର ବହୁଳ ବ୍ୟବହାର ହେଉଥିଲା । ପାରମ୍ପାରିକ କାଶ୍ମୀର ଲୋକଗୀତ ସହିତ ସୁଫୀ ସଙ୍ଗୀତର ମେଳକୁ ପିତା ଉମାଦତ୍ତ ଶର୍ମା ଆବିଷ୍କାର କରିଥିଲେ ଓ ପୁଅ ଶିବକୁମାରଙ୍କୁ ସନ୍ତୁରରେ ସେ ସଙ୍ଗୀତ ବଜେଇବାକୁ ପ୍ରେରିତ କରିଥିଲେ ।[5] ଶିବକୁମାର ୧୩ ବର୍ଷ ବୟସରୁ ସନ୍ତୁର ଶିଖିବା ଆରମ୍ଭ କରିଥିଲେ ଓ ୧୯୫୫ ମସିହାରେ ମୁମ୍ବାଇଠାରେ ସେ ନିଜର ପ୍ରଥମ ସନ୍ତୁର ବାଦ୍ୟ ପ୍ରଦର୍ଶନ କରିଥିଲେ ।[9]
ସଙ୍ଗୀତଜ୍ଞ ଜୀବନ
ଶିବକୁମାର, ନିଜ ପିତାଙ୍କ ସହିତ ସନ୍ତୁର ବଜାଇବା ଆରମ୍ଭ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁରର ବ୍ୟବହାରରେ ଶ୍ରେୟ ତାଙ୍କୁ ମିଳେ ।[4][10] ହରିପ୍ରସାଦ ଚୌରାସିଆଙ୍କ ସହ ବଂଶୀରେ ଓ ଜାକିର ହୁସେନଙ୍କ ସହ ତବଲାରେ ଅନେକ ଥର ଯୁଗଳବନ୍ଦୀ ପ୍ରଦର୍ଶନ କରିଥିଲେ ।[5] ୧୯୬୭ ମସିହାରେ ହରିପ୍ରସାଦ ଚୌରାସିଆ ଓ ଗିଟାର ବାଦକ ବ୍ରିଜ ଭୂଷଣ କାବ୍ରାଙ୍କ ସହ ମିଳିତ ଭାବରେ ସେ କଲ ଅଫ ଦ ଭ୍ୟାଲି ନାମରେ ଏକ ଆଲବମ ପ୍ରସ୍ତୁତ କରିଥିଲେ । ଏହି ଆଲବମଟି ସର୍ବକାଳୀନ ଲୋକପ୍ରିୟ ଶାସ୍ତ୍ରୀୟ ସଙ୍ଗୀତ ଆଲବମମାନଙ୍କ ଭିତରେ ପରିଗଣିତ ହୁଏ ।[1][10]
ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ୧୯୫୬ ମସିହାରେ ଭି ଶାନ୍ତାରାମଙ୍କ ଝନକ ଝନକ ପାୟଲ ବାଜେ ଚଳଚ୍ଚିତ୍ରର ଏକ ଅଂଶରେ ସେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।[11] ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ଶିବ-ହରି ନାମରେ[11] ସେ ସିଲସିଲା (୧୯୮୦)[12] , ଫାସଲେ (୧୯୮୫) , ଚାନ୍ଦନୀ (୧୯୮୯) , ଲମ୍ହେ (୧୯୯୧) , ଡର (୧୯୯୩)[13] ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ରାହୁଳ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୬୫ ମସିହାରେ ଚଳଚ୍ଚିତ୍ର ଗାଇଡ଼ର ଗୀତ ମୋ ସେ ଛଲ କିଏ ଯାଏରେ ସେ ତବଲା ବାଦନ କରିଥିଲେ ।[14]
ବ୍ୟକ୍ତିଗତ ଜୀବନ
ଶିବକୁମାର, ମନୋରମାଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ।[6][15][7] ତାଙ୍କ ପୁଅ ରାହୁଲ ମଧ୍ୟ ଜଣେ ସନ୍ତୁର ବାଦକ[16][17] ଓ ପିତାଙ୍କ ସହ ୧୯୯୬ ମସିହାରୁ ମଞ୍ଚରେ ସନ୍ତୁର ବାଦନ କରିଛନ୍ତି ।[18][19]
ମୃତ୍ୟୁ
୨୦୨୨ ମସିହା ମେ ମାସ ୧୦ତାରିଖରେ ହୃଦ୍ରୋଧ ଯୋଗୁ ଶିବକୁମାରଙ୍କର ପରଲୋକ ଘଟିଥିଲା ।[20][21]
ସମ୍ମାନ ଓ ପୁରସ୍କାର
- ପଦ୍ମ ଭୂଷଣ - ୨୦୦୧
- ପଦ୍ମଶ୍ରୀ - ୧୯୯୧[22]
- ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୬[23]
- ବାଲ୍ଟିମୋର ସହରର ସମ୍ମାନଜନକ ନାଗରିକତା - ୧୯୮୫,[24]
- ପ୍ଲାଟିନୋମ ଡିସ୍କ, କଲ ଅଫ ଦ ଭ୍ୟାଲି ଆଲବମ ପାଇଁ
- ପ୍ଲାଟିନୋମ ଡିସ୍କ, ସିଲସିଲା ଚଳଚ୍ଚିତ୍ର ପାଇଁ
- ଗୋଲ୍ଡ ଡିସ୍କ, ଫାସଲେ ଚଳଚ୍ଚିତ୍ର ପାଇଁ
- ପ୍ଲାଟିନୋମ ଡିସ୍କ, ଚାନ୍ଦନୀ ଚଳଚ୍ଚିତ୍ର ପାଇଁ
- ପଣ୍ଡିତ ଚତୁର ଲାଲ ଏକ୍ସେଲେନ୍ସ ସମ୍ମାନ - ୨୦୧୫
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.