ଭାରତୀୟ ଅନୁସନ୍ଧାନ ପୁରସ୍କାର From Wikipedia, the free encyclopedia
ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ଭାରତରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏକ ପୁରସ୍କାର । ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ତରଫରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଏହା ଭାରତରେ ପ୍ରଦାନ କରାଯାଉଥିବା ସର୍ବଶ୍ରେଷ୍ଟ ବିଜ୍ଞାନ ପୁରସ୍କାର ।[1][2] ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ପ୍ରତିଷ୍ଠାତା ଶାନ୍ତି ସ୍ୱରୂପ ଭଟ୍ଟନାଗରଙ୍କ ନାମରେ ଏହି ପୁରସ୍କାର ନାମିତ ।[3] ୧୯୫୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।
ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର | |
---|---|
କାହା ନିମନ୍ତେ ପୁରସ୍କାର | ବିଜ୍ଞାନରେ ଅନୁସନ୍ଧାନ ନିମନ୍ତେ, ଭାରତ |
ଦାତା | ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ଭାରତ ସରକାର |
ଅବସ୍ଥିତି | ବିଜ୍ଞାନ ଭବନ, ନୂଆ ଦିଲ୍ଲୀ |
ପ୍ରଥମ ପୁରସ୍କାର | ୧୯୫୮ |
ମୁଖ୍ୟ ୱେବସାଇଟ | ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ୱେବସାଇଟ |
୪୫ ବର୍ଷ ବୟସ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାରେ ନିୟୋଜିତ ଭାରତ ଯେକୌଣସି ନାଗରିକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ପୁରସ୍କାର ବର୍ଷର ପୂର୍ବ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କରାଯାଇଥିବା ଗବେଷଣା କାର୍ଯ୍ୟ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରରେ ଏକ ଉଦ୍ଧୃତି ଫଳକ ଏବଂ ନଗଦ ₹୫ ଲକ୍ଷ ପ୍ରଦାନ କରାଯାଏ ।[4] ଏହାବ୍ୟତୀତ, ପ୍ରାପ୍ତକର୍ତ୍ତାମାନେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ମାସକୁ ₹୧୫,୦୦୦ ପାଇଥାନ୍ତି ।
ପ୍ରାର୍ଥୀଙ୍କ ନାମ ସିଏସଆଇଆରର ପରିଚାଳନା ସଂସ୍ଥାର ସଦସ୍ୟ, ବିଭିନ୍ନ ବିଶ୍ୱବିଦ୍ୟାଳୟ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର କୁଳପତି ବା ପୂର୍ବତନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କଦ୍ୱାରା ପ୍ରସ୍ତାବିତ କରାଯାଏ । ପ୍ରତିବର୍ଷ ଗଠିତ ଉପଦେଷ୍ଟା ମଣ୍ଡଳିଦ୍ୱାରା ଚୟନ କରାଯାଇଥାଏ । ସଂପୃକ୍ତ ଉପଦେଷ୍ଟା ମଣ୍ଡଳି, ଜଣେ ପୂର୍ବତନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସମେତ ଅତି କମରେ ଛଅ ଜଣ ବିଷୟ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥାଏ । ଚୟନ ପାଇଁ ଅତିକମରେ ୨/୩ଜଣ ସଦସ୍ୟଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ । ସମାନ କ୍ଷେତ୍ରରେ ସମାନ ଯୋଗ୍ୟତା ଥାଇ ଯଦି ଦୁଇଜଣଙ୍କ ନାମ ସୁପାରିଶ କରାଯାଏ, ତେବେ ଉଭୟଙ୍କୁ ପୁରସ୍କୃତ କରାଯାଏ ।[4]
ସାତଟି ବିଭାଗରେ ପୁରସ୍କାର ଦିଆଯାଏ, ଯଥା:
ପ୍ରତ୍ୟେକ ବିଭାଗରେ ଏକାଧିକ ବିଜେତା ରହିପାରିବେ (ସର୍ବାଧିକ ୨ ବ୍ୟକ୍ତି) ।[5] ୨୦୦୭ ମସିହା ପର୍ଯ୍ୟନ୍ତ ପୁରସ୍କାର ଟଙ୍କା ₹୨ ଲକ୍ଷ ଥିଲା ଏବଂ ୨୦୦୮ରେ ଏହାକୁ ₹୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା ।[6]
ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ନାମ ପାରମ୍ପାରିକ ଭାବରେ ପ୍ରତ୍ୟେକ ସେପ୍ଟେମ୍ବର ମାସ ୨୬ ତାରିଖରେ ସିଏସଆଇଆରର ପ୍ରତିଷ୍ଠା ଦିବସରେ ମହାନିର୍ଦ୍ଦେଶକଙ୍କଦ୍ୱାରା ଘୋଷଣା କରାଯାଇଥାଏ ।[7] ଏହି ପୁରସ୍କାର ଭାରତର ପ୍ରଧାନମନ୍ତ୍ରୀ ପ୍ରଦାନ କରନ୍ତି । ପୁରସ୍କାର ପ୍ରାପ୍ତ ବ୍ୟକ୍ତି ନିଜ ଗବେଷଣା ବିଷୟରେ ଏକ ବକ୍ତୃତା ପ୍ରଦାନ କରିଥାନ୍ତି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.