![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/66/Licypriya.jpg/640px-Licypriya.jpg&w=640&q=50)
ଲିସିପ୍ରିୟା କଂଗୁଜମ
ଭାରତୀୟ ପରିବେଶ କର୍ମୀ / From Wikipedia, the free encyclopedia
ଲିସିପ୍ରିୟା କଂଗୁଜମ (ଇଂରାଜୀ ଭାଷାରେ Licypriya Kangujam (ଜନ୍ମ ଅକ୍ଟୋବର ୨, ୨୦୧୧ ମସିହା) ଭାରତର ଜଣେ ଶିଶୁ ପରିବେଶ କର୍ମକର୍ତ୍ତା (environmental activist) । ସନ ୨୦୧୯ରେ ତାଙ୍କୁ ଡକ୍ଟର ଏପିଜେ ଅବଦୁଲ କଲାମ ଶିଶୁ ପୁରସ୍କାର ଦିଆଯାଇଥିଲା,[1] ଯାହା ଏକ ପୃଥିବୀ ଶିଶୁ ଶାନ୍ତି ପୁରସ୍କାର (World Children Peace Prize) ଓ ଭାରତ ଶାନ୍ତି ପୁରସ୍କାର ।
Quick Facts ଲିସିପ୍ରିୟା କଂଗୁଜମ, ଜନ୍ମ ...
Close
ସନ ୨୦୧୯ରେ ଗ୍ରେଟା ଥନବର୍ଗ (Greta Thunberg) ଓ ଜାମି ମାର୍ଗୋଲିଙ୍କ (Jamie Margolin) ସହିତ ତାଙ୍କୁ ମିଳିତ ଜାତିସଂଘ ବିକାଶ ପ୍ରୋଗ୍ରାମରେ (United Nations Development Programme) ହଜିଲା ଭବିଷ୍ୟତର ଯୁବଶକ୍ତି ଓ ଜଳବାୟୁ ନିମନ୍ତେ ଯୁଦ୍ଧ କରୁଥିବା ଏକ ଫିଚରଡ ପରିବେଶ କର୍ମକର୍ତ୍ତା ଭାବରେ ବଛାଯାଇଥିଲା । ଇଣ୍ଡିଆ ଟାଇମସ (India Times) ଅନୁସାରେ ସେ ସବୁଟାରୁ ସ୍ୱଳ୍ପ ବୟସ୍କ ଜଳବାୟୁ କର୍ମକର୍ତ୍ତା ।