ଲିଡୋକେନ୍
From Wikipedia, the free encyclopedia
ଲିଡୋକେନ୍, ଅନ୍ୟ ନାମ ଜାଇଲୋକେନ୍ ଓ ଲିଗ୍ନୋକେନ୍, ଏକ ଔଷଧ ଯାହା ଯେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ତନ୍ତୁକୁ ନିଶ୍ଚେତନ (ସ୍ନାୟବିକ ଶକ୍ତିହୀନ/କାଲୁଆ) କରିଦିଏ ଓ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ ।[1][2] ଏହା ସ୍ନାୟୁ ଅବରୋଧ ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ । ଲିଡୋକେନ୍ ସହିତ ସ୍ୱଳ୍ପ ପରିମାଣର ଏପିନେଫ୍ରିନ ମିଶେଇ ଏହାର କାର୍ଯ୍ୟକାରୀ ସମୟ ବଢ଼େଇ ଦିଆଯାଏ । [2] ଇଞ୍ଜେକସନ୍ ଆକାରରେ ଦେଲେ ୪ମିନିଟ ମଧ୍ୟରେ ଏହାର ପ୍ରଭାବ ଅନୁଭୁତ ହୁଏ ଓ ଅଧ ଘଣ୍ଟାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ ।[2][3] ଏହାକୁ ଚର୍ମରେ ଲଗାଇଲେ କାଲୁଆ ହୋଇଯାଏ । [2]
Clinical data | |
---|---|
Pronunciation | Lidocaine /ˈlaɪd[invalid input: 'ɵ']keɪn/ lignocaine /ˈlɪɡn[invalid input: 'ɵ']keɪn/ |
Trade names | Xylocaine |
Synonyms | N-(2,6-dimethylphenyl)-N2,N2-diethylglycinamide |
AHFS/Drugs.com | Local monograph Injectable monograph |
Pregnancy category |
|
Routes of administration | intravenous, subcutaneous, topical, oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 35% (oral) 3% (topical) |
Metabolism | Liver,[1] 90% CYP1A2-mediated |
Onset of action | within 1.5 min (IV)[1] |
Elimination half-life | 1.5–2 h |
Duration of action | 10 to 20 min(IV),[1] 0.5 to 3 h (injection)[2][3] |
Excretion | Kidney[1] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.004.821 |
Chemical and physical data | |
Formula | C14H22N2O |
Molar mass | 234.34 g/mol |
3D model (JSmol) | |
Melting point | 68 °C (154 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦୁଆ ଲାଗିବା, ମାଂସପେଶୀ ଡେଇଁବା, ଦ୍ୱନ୍ଦ, ଦୃଷ୍ଟିଶକ୍ତି ପରିବର୍ତ୍ତନ, କାଲୁଆ ଲାଗିବା, ଝିମଝିମ ଲାଗିବା ଓ ବାନ୍ତି ଇତ୍ୟାଦି ମୂଖ୍ୟ । ଏହା ନିମ୍ନ ରକ୍ତଚାପ ଓ ଅନିୟମିତ ହୃତ୍ସ୍ପନ୍ଦନ କରିପାରେ । [1] ଗଣ୍ଠି ଭିତରେ ଇଞ୍ଜେକସନ ଦେଲେ ଉପାସ୍ଥି ବା କାର୍ଟିଲେଜ ସମସ୍ୟା ସୃଷ୍ଟି ହୋଇପାରେ ।[2] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ।[1] ଯକୃତ ସମସ୍ୟ ଥିଲେ ଡୋଜ କମେଇଦିଆଯାଏ ।[1] ଟେଟ୍ରାକେନ ବା ବେଞ୍ଜୋକେନ ପ୍ରତି ଆଲର୍ଜି ଥିଲେ ମଧ୍ୟ ଏହା ବ୍ୟବହାର କରିହେବ ।[2] ଲିଡୋକେନ ଏକ ଆଣ୍ଟିଆରିଦମିକ ଆଇବି ଟାଇପର ଔଷଧ । ଲିଡୋକେନ ଏକ ସୋଡ଼ିଅମ ଚ୍ୟାନେଲ ବ୍ଲକର ତେଣୁ ହୃତ୍ପିଣ୍ଡ ସଙ୍କୋଚନ ହାର କମେଇଦିଏ ।[1] କାଲୁଆ କରିବାକୁ ବ୍ୟବହାର କଲେ ସ୍ନାୟୁରୁ ମସ୍ତିଷ୍କକୁ ସିଗନାଲ ଯାଏ ନାହିଁ । [2]
ସନ ୧୯୪୬ରେ ଲିଡୋକେନ ଆବିଷ୍କୃତ ହେଲା ଓ ୧୯୪୮ରେ ବିକ୍ରୟ ହେଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[2][6] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ପ୍ରତି ୨୦ ମିଲି ଭାଏଲ ପ୍ରତି 0.୪୫ରୁ ୧.୦୫ ଆମେରିକୀୟ ଡଲାର ଥିଲା ।[7]