![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/7d/Legionella_pneumophila_01.jpg/640px-Legionella_pneumophila_01.jpg&w=640&q=50)
ଲିଜିଓନେୟାର ରୋଗ
From Wikipedia, the free encyclopedia
ଲିଜିଓନେୟାର ରୋଗ, ଏକ ଅସ୍ୱାଭାବିକ ନିମୋନିଆ ରୋଗ ଯାହା ଯେ କୌଣସି ଲିଜିଓନେଲା ଜାତିର ଜୀବାଣୁଦ୍ୱାରା ସୃଷ୍ଟି ହୁଏ । [3] ଏହାର ଲକ୍ଷଣ:- କାଶ, ଛୋଟ ଶ୍ୱାସକ୍ରିୟା, ଉଚ୍ଚ ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ମୁଣ୍ଡବଥା ।[4] ଅଇ, ବାନ୍ତି ଓ ତରଳ ଝାଡ଼ା ମଧ୍ୟ ହୋଇପାରେ ।[1] ସଂକ୍ରମଣ ହେବାର ୨ରୁ ୧୦ଦିନ ପରେ ଏହି ରୋଗ ଆରମ୍ଭ ହୁଏ ।[4]
ଲିଜିଓନେୟାର ରୋଗ | |
---|---|
ଲିଜିଓନେଲୋସିସ୍,[1] ଲିଜିଓନ ଜ୍ୱର | |
![]() Transmission electron microscopy ଶତକଡ଼ା ୯୦ଭାଗ ଲିଜିଓନେୟାର ରୋଗ ସୃଷ୍ଟି କରୁଥିବା ଏଲ ନିମୋଫିଲାର ଛବି ।[2] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରମକ ରୋଗ, pulmonology |
ଆଇସିଡ଼ି-୧୦ | A48.1, A48.2 |
ଆଇସିଡ଼ି-୯-ସିଏମ୍ | 482.84 |
ରୋଗ ଡାଟାବେସ | 7366 |
ମେଡ଼ିସିନ-ପ୍ଲସ | 000616 |
ଇ-ମେଡ଼ିସିନ | med/1273 |
MeSH | D007876 |
Orphanet | 549 |
ଲିଜିଓନେଲା ଜୀବାଣୁ ସ୍ୱାଭାବିକ ଭାବରେ ମିଠା ତାଜା ପାଣିରେ ରହନ୍ତି । ଗରମ ଜଳ ଟାଙ୍କି, ଗରମ ଟବ୍ ଓ ବିରାଟ ଶୀତତାପ ନିୟନ୍ତ୍ରଣକାରୀ ଯନ୍ତ୍ରର ଥଣ୍ଡା ଜଳକୁ ଅପମିଶ୍ରିତ କରେ । ଜୀବାଣୁ ମିଶ୍ରିତ କୁହୁଡ଼ିରେ ଶ୍ୱାସକ୍ରିୟା ସମୟରେ ଜୀବାଣୁ ଦେହକୁ ଯାଏ । ଅପମିଶ୍ରିତ ଜଳକୁ ଶୋଷଣ କଲେ ସଂକ୍ରମଣ ହୁଏ । ଲୋକମାନଙ୍କ ମଧ୍ୟରେ ଏହା ସିଧା ସଳଖ ବ୍ୟାପେ ନାହିଁ ଓ ଜୀବାଣୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଅଧିକାଂଶ ଲୋକ ସଂକ୍ରମିତ ହୁଅନ୍ତି ନାହିଁ ।[5] ରୋଗ ସଙ୍କଟକାରୀ ଅବସ୍ଥା:- ବୃଦ୍ଧ ବୟସ, ଧୂମ୍ରପାନ, କ୍ରନିକ ଫୁସଫୁସ ବେମାରୀ ଓ ସ୍ୱଳ୍ପ ଇମ୍ମ୍ୟୁନିଟି ।[6] ଯାତ୍ରା ପର ନିମୋନିଆ ବା ସାଂଘାତିକ ନିମୋନିଆ ହୋଇଥିଲେ ଏହି ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ହୁଏ ।[7] ପରିସ୍ରାର ଆଣ୍ଟିଜେନ ପରୀକ୍ଷା ଓ ସ୍ପୁଟମ୍ କଲ୍ଚର କରି ରୋଗ ନିର୍ଣ୍ଣୟ କରାଯାଏ । [8]
ଏହି ରୋଗ ନିମନ୍ତେ ଟିକା ନାହିଁ । ଉତ୍ତମ ମାନର ଜଳ ସରବରାହ ଉପରେ ପ୍ରତିଷେଧ ନିର୍ଭର କରେ ।[9] ଆଣ୍ଟିବାୟୋଟିକ ସାହାଯ୍ୟରେ ଏହି ରୋଗ ଚିକିତ୍ସା କରାଯାଏ ।[10] ଫ୍ଲୋରୋକୁଇନୋଲୋନ, ଆଜିଥ୍ରୋ ମାଇସିନ୍ ବା ଡକ୍ସିସାଇକ୍ଲିନ ଭଳି ଔଷଧ ଦିଆଯାଏ ।[11] ଅଧିକାଂଶ ସମୟରେ ଆଡମିଶନ ଆବଶ୍ୟକ ହୁଏ ।[7] ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ହୁଏ ।[10]
ଏହି ରୋଗୀ ସଂଖ୍ୟର ପରିସଂଖ୍ୟାନ ନାହିଁ । ହିସାବରୁ ଜଣାଯାଏ, ଗୋଷ୍ଠିରେ ହେଉଥିବା ନିମୋନିଆ ମଧ୍ୟରୁ ୨ରୁ ୧୦% ଏହି ରୋଗ ଯୋଗୁ ହୋଇଥାଏ ।[1] ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଧରଣର ୮,୦୦୦ରୁ ୧୮,୦୦୦ ରୋଗୀଙ୍କର ଆଡମିଶନ୍ ଆବଶ୍ୟକ ହୁଏ ।[12] ମଡ଼କ ହେଲେ ଅଳ୍ପ ଲୋକ ପ୍ରଭାବିତ ହୁଅନ୍ତି । [1][13] ବର୍ଷର ଯେ କୋଣସି ସମୟରେ ରୋଗ ହେଲେ ମଧ୍ୟ ଗ୍ରୀଷ୍ମ ଓ ଶରତ୍ ଋତୁରେ ସାଧାରଣତଃ ଅଧିକ ହୁଏ । [12] ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିବା ସ୍ଥାନର ନାମ (1976 American Legion convention in Philadelphia) ଅନୁସାରେ ଏହାର ନାମକରଣ କରାଯାଇଛି ।[14]