ରିକେଟ
ମାନବ ରୋଗ / From Wikipedia, the free encyclopedia
ରିକେଟ (ଇଂରାଜୀ ଭାଷାରେ Rickets) ରୋଗ ହେଲେ ପିଲାମାନଙ୍କର ହାଡ଼ (bones) ଦୁର୍ବଳ ଓ ନରମ ହୋଇଯାଏ ।[1] ଏଥିରେ ବାୱ ବା ବଙ୍କା ଗୋଡ଼ (Bowed legs), ସ୍ୱଳ୍ପ ଶାରୀରିକ ବିକାଶ (stunted growth), ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [1][2] ରୋଗ ସାଂଘାତିକ ହେଲେ ଅସ୍ଥି ଭଗ୍ନen:Bone fractures, ମାଂସପେଶୀ ସ୍ପାଜ୍ମ (muscle spasms), ବକ୍ର ମେରୁଦଣ୍ଡ (abnormally curved spine, ବୁଦ୍ଧି ଅକ୍ଷମତା (intellectual disability) ଆଦି ଲକ୍ଷଣ ଦେଖାଯାଏ । [1][2]
ରିକେଟସ (Rickets) | |
---|---|
![]() ଦୁଇ ବର୍ଷ ବୟସର ଏକ ଶିଶୁର ଏକ୍ସ-ରେ (X-ray) ଚିତ୍ର ଯେଉଁଥିରେ ଜେନୁ ଭାରମ (bowing of the femurs) ହୋଇଥିବା ଦେଖାଯାଉଛି ଓ ହାଡ଼ର ସାନ୍ଦ୍ରତା (density) କମ ଥିବା ଦେଖାଯାଉଛି । | |
ଉଚ୍ଚାରଣ |
|
ବିଭାଗ | ଶିଶୁରୋଗ ବିଜ୍ଞାନ (Pediatrics) |
ଲକ୍ଷଣ | ବାୱ ଗୋଡ଼ (Bowed legs), ସ୍ୱଳ୍ପ ଶାରୀରିକ ବିକାଶ (stunted growth), ଅସ୍ଥି ଯନ୍ତ୍ରଣା, ବଡ଼ କପାଳ, ନିଦ୍ରା ସମସ୍ୟା [1][2] |
ଆକ୍ରାନ୍ତ ସମୟ | ଶୈଶବ[2] |
କାରଣ | ଯଥେଷ୍ଟ ଜୀବସାର ଘ (vitamin D) ଓ କ୍ୟାଲସିଅମ (calcium) ନଥିବା ଖାଦ୍ୟ, କଳା ଚର୍ମ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ (breastfeeding), ସିଲିଆକ ଡିଜିଜ (celiac disease), କେତେକ ଜେନେଟିକ ରୋଗ (genetic condition) [1][2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (Blood tests), ଏକ୍ସ-ରେ (X-rays)[1] |
ସଠିକ ରୋଗ ନିର୍ଣ୍ଣୟ | ଫାଙ୍କୋନି ସିଣ୍ଡ୍ରୋମ (Fanconi syndrome), ସ୍କର୍ଭି, ଲୋୱେ ସିଣ୍ଡ୍ରୋମ (Lowe syndrome), ଓଷ୍ଟିଓମାଲାସିଆ (osteomalacia)[2] |
ପ୍ରତିକାର | ପରିପୂରକ ଜୀବସାର ଘ କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ [4] |
ଚିକିତ୍ସା | ଜୀବସାର ଘ (Vitamin D) ଓ କ୍ୟାଲସିଅମ calcium[1] |
ପୁନଃପୌନିକ | ସାଧାରଣ ରୋଗ (ମଧ୍ୟ ପୂର୍ବ, ଆଫ୍ରିକା ଓ ଏସିଆ)[3] |
ସାଧରଣତଃ ଜୀବସାର ଘ (vitamin D) ଅଭାବ ହେଲେ ଏହି ରୋଗ ହୁଏ ।[1] ଯଥେଷ୍ଟ ଜୀବସାର ଘ ନଥିବା ଖାଦ୍ୟ ଖାଇଲେ, କଳା ଚର୍ମ ଥିଲେ, ସ୍ୱଳ୍ପ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଥିଲେ, ପରିପୁରକ ଖାଦ୍ୟ ନ ଦେଇ କେବଳ ସ୍ତନ୍ୟପାନ (breastfeeding) କରେଇଲେ, ସିଲିଆକ ଡିଜିଜ (celiac disease), କେତେକ ଜେନେଟିକ ରୋଗ (genetic condition) ଥିଲେ ଏହି ରୋଗ ହେବା ସମ୍ଭାବନା ଥାଏ ।[1][2] ଏହା ସହିତ ଯଥେଷ୍ଟ କ୍ୟାଲସିଅମ (calcium) ଓ ଫସଫରସ (phosphorus) ଅଭାବ ମଧ୍ୟ ଏ ରୋଗର କାରକ ହୁଏ ।[3][4] ଗ୍ରୋଥ ପ୍ଲେଟ (growth plate) ସ୍ଥାନରେ ଯଥେଷ୍ଟ କ୍ୟାଲସିଅମ ଜମା ନହେବାରୁ ହାଡ଼ ଶକ୍ତ ହୋଇପାରେନି । [5] ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତରେ ଅଳ୍ପ କ୍ୟାସଲିଅମ, ଅଳ୍ପ ଫସଫେଟ ଓ ଅଧିକ ଆଲକାଲାଇନ ଫସଫାଟେଜ (alkaline phosphatase) ସହିତ ସ୍ୱାଭାବିକ ଏକ୍ସ-ରେ ଚିତ୍ର ଆବଶ୍ୟକ ହୁଏ ।[1]
ରିକେଟ ରୋଗ ସ୍ତନ୍ୟପାୟୀ ପ୍ରାଣୀ ତଥା ମାନବଙ୍କର ହାଡ଼ ତିଆରି ହେବାବେଳେ ଓ ଏପିଫିସିସ ବନ୍ଦ ହେବା ପୂର୍ବରୁ ତୃଟିପୁର୍ଣ୍ଣ ଭିଟାମିନ 'ଡି'[6] (ଜୀବସାର 'ଘ'), ଫସ୍ଫରସ୍ ଓ କ୍ୟାଲ୍ସିୟମ[7] ସଂଯୋଜନା ଯୋଗୁ ଅସ୍ଥି ଦୂର୍ବଳ ହୋଇ ବକ୍ର ହୋଇଯାଏ ବା ଭାଙ୍ଗିଯାଏ । ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ବାରମ୍ବାର ପିଲାମାନଙ୍କଠାରେ ଦେଖାଯାଏ । ମୂଖ୍ୟତଃ ଭିଟାମିନ୍ ଡି ଅଭାବ ଯୋଗୁ ଏହା ହେଲେ ମଧ୍ୟ ସାଂଘାତିକ ତରଳ ଝାଡ଼ା ଓ ବାନ୍ତି ଯୋଗୁ କ୍ୟାଲ୍ସିୟମ ଅଭାବ ହୋଇ ଏହି ରୋଗ ହୋଇପାରେ । ବୟସ୍କ ଲୋକଙ୍କଠାରେ ଏହି ରୋଗ ହୋଇପାରେ କିନ୍ତୁ ଅଧିକାଂଶ ରୋଗ ପିଲା ବୟସରେ କୁପୋଷଣ ବା ଖାଦ୍ୟାଭାବ ତଥା ଦୁର୍ଭିକ୍ଷ ଯୋଗୁ ହୁଏ ।
କେବଳ ସ୍ତନ୍ୟପାନ କରୁଥିବା ପିଲାଙ୍କ ନିମନ୍ତେ ପରିପୂରକ ଜୀବସାର ଘ ଦେଲେ ଏହି ରୋଗର ପ୍ରତିଷେଧ ହୋଇପାରିବ । [4] ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ । [1] ଜୀବସାର ଘ ଅଭାବ ଥିଲେ ଭିଟାମିନ ଡି ଓ କ୍ୟାଲସିଅମ ଦେଇ ଚିକିତ୍ସା କରାଯାଏ ।[1] ଅଳ୍ପ କିଛି ସପ୍ତାହ ମଧ୍ୟରେ ରୋଗରେ ଉନ୍ନତି ହେବା ଲକ୍ଷକରିହୁଏ ।[1] ବଙ୍କା ହାଡ଼ ମଧ୍ୟ ସମୟ କ୍ରମେ ଉନ୍ନତି କରେ । [4] ଅଧିକ ବଙ୍କା ହୋଇଯାଇଥିଲେ ଅପରେଶନ କରି ସିଧା କରାଯାଏ ।[2] ଜେନେଟିକ କାରଣରୁ ହୋଇଥିଲେ ବିଶେଷ ଚିକିତ୍ସା କରାଯାଏ । [4]
ସାଧାରଣତଃ ମଧ୍ୟ ପ୍ରାଚ୍ୟ (Middle East), ଆଫ୍ରିକା ଓ ଏସିଆରେ ଏହି ରୋଗ ଅଧିକ ହୁଏ ।[3] ଅଳ୍ପ ସଂଖ୍ୟକ କେତେକ ଦଳକୁ (minority group) ଛାଡ଼ିଦେଲେ ବାକି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହି ରୋଗ ସାଧାରଣତଃ ଦେଖାଯାଏନାହିଁ ।[2][3] ପିଲା ବୟସରେ ବିଶେଷତଃ ୩-୧୮ ମାସ ବୟସରେ ଏହି ରୋଗ ଆରମ୍ଭ ହୁଏ ।[2][3] ପୁଅ ଓ ଝିଅ ସମ ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[2] ପ୍ରଥମ ଶତାବ୍ଦୀରେ ରିକେଟର ବର୍ଣ୍ଣନା ଥିଲା [8] ଓ ସାରା ରୋମାନ ଜଗତରେ (Roman Empire) ରୋଗ ଥିବା ଲକ୍ଷ କରାଯାଉଥିଲା ।[9] ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ସାଧାରଣ ରୋଗ ଥିଲା ।[8] ପୂର୍ବରୁ କଡ଼ ଲିଭର ଅଏଲ (cod live oil) ସାହାଯ୍ୟରେ ଚିକିତ୍ସା କରାଯାଉଥିଲା ।[8]