![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/fe/RANTHAMBORE_TIGER_RESERVE.jpg/640px-RANTHAMBORE_TIGER_RESERVE.jpg&w=640&q=50)
ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ
From Wikipedia, the free encyclopedia
ରଣଥମ୍ଭୌର୍ ବା ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ (ହିନ୍ଦୀରେ रणथंभौर राष्ट्रीय उद्यान) ଉତ୍ତର-ଭାରତରେସ୍ଥିତ । କ୍ଷେତ୍ରଫଳରେ ଏହା ଭାରତର ୪୦ତମ ଜାତୀୟ ଉଦ୍ୟାନ ଓ ଏହି ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ୩୯୨ ବର୍ଗ କି.ମି. । ୧୯୫୫ ମସିହାରେ ଏହି ଅଞ୍ଚଳରେ ପ୍ରଥମେ ଭାରତ ସରକାରଙ୍କଦ୍ୱାରା ସୱାଇ ମାଧୋପୁର ସଂରକ୍ଷିତ ଜଙ୍ଗଲ ଭାବେ ରନ୍ଥାମ୍ବୋର୍ ପ୍ରତିଷ୍ଠା କରାଯାଇଥିଲା ଓ ୧୯୭୩ ମସିହାରେ ବ୍ୟାଘ୍ର ପ୍ରକଳ୍ପଦ୍ୱାରା ଚିହ୍ନିତ ଅଭୟାରଣ୍ୟ ବୋଲି ଘୋଷଣା କରାଗଲା । ୧୯୮୦ ମସିହାରେ ଏହାକୁ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଲା । ୧୯୮୪ ମସିହାରେ ଆଖପାଖର ସୱାଇ ମାଧୋପୁର ଓ କାଲାଦେବୀ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା କରାଗଲା ଏବଂ ୧୯୯୧ ମସିହାରେ ରନ୍ଥାମ୍ବୋର୍ ସହିତ ଏହି ଦୁଇ ଅଭୟାରଣ୍ୟକୁ ବାଘ ଅଭୟାରଣ୍ୟ ବୋଲି ଘୋଷଣା କରାଗଲା ।
ରଣଥମ୍ଭୌର ଜାତୀୟ ଉଦ୍ୟାନ रणथंभौर राष्ट्रीय उद्यान ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ | |
---|---|
IUCN Category II (National Park) | |
![]() ରନ୍ଥାମ୍ବୋର୍ ଜଙ୍ଗଲରେ ବାଘଟିଏ ସମ୍ବରର ଶିକାର କରୁଛି | |
ଅବସ୍ଥାନ | ସୱାଇ ମାଧୋପୁର, ରାଜସ୍ଥାନ, ଭାରତ |
ପାଖ ସହର | କୋଟା ଓ ଜୟପୁରNearest city: କୋଟା ଓ ଜୟପୁର |
ଦିଗବାରେଣି | 26°01′02″N 76°30′09″E |
କ୍ଷେତ୍ରଫଳ | ୨୮୨ ବର୍ଗ କିଲୋମିଟର୍ |
ସ୍ଥାପିତ | ୧୯୮୦ Established: ୧୯୮୦ |
ପରିଚାଳନା | ଭାରତ ସରକାର, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ବ୍ୟାଘ୍ର ପ୍ରକଳ୍ପ |
ନିଜର ମହାବଳ ବାଘଙ୍କ ପାଇଁ ରନ୍ଥାମ୍ବୋର୍ ଖୁବ୍ ପ୍ରସିଦ୍ଧ ।[1] ଜଙ୍ଗଲରେ ମୁକ୍ତଭାବେ ବାଘ କିପରି ରହନ୍ତି ତାହା ଦେଖିବା ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ । ଦିନବେଳେ ମଧ୍ୟ ରନ୍ଥାମ୍ବୋର୍ରେ ବାଘଙ୍କୁ ଦେଖିହେବ । ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନରେ ବାଘ ଦେଖିବାର ପ୍ରକୃଷ୍ଟ ସମୟ ହେଉଛି ନଭେମ୍ବରରୁ ନେଇ ମଇ ମାସ ପର୍ଯ୍ୟନ୍ତ । ଜାତୀୟ ଉଦ୍ୟାନର ଅରଣ୍ୟ ମୁଖ୍ୟତଃ ପର୍ଣ୍ଣମୋଚୀ ଓ କେନ୍ଦ୍ରୀୟ ଭାରତର ଅନ୍ୟାନ୍ୟ ଜଙ୍ଗଲ ପରି । ଏଠାରେ କଲରାପତରିଆ ବାଘ, ନୀଳଗାଈ, ବାର୍ହା, ସମ୍ବର, ହେଟା ବାଘ, ଭାଲୁ, ହନୁ ମାଙ୍କଡ଼, ପାତି ମାଙ୍କଡ଼, ଗୋମୁହାଁ କୁମ୍ଭୀର [1][2] ଓ ଚିତଲ୍ ହରିଣ ଆଦି ଜୀବଙ୍କୁ ତାଙ୍କ ପ୍ରାକୃତିକ ଆବାସସ୍ଥଳୀରେ ଦେଖିହେବ । ଏହି ଅଭୟାରଣ୍ୟରେ ବହୁ ପ୍ରଜାତିର ଗଛ, ବୁଦା, ପକ୍ଷୀ ଓ ସରୀସୃପ ରହିଛନ୍ତି । ଏଠାରେ ଏକ ବରଗଛ ରହିଛି ଯାହା ଭାରତର ସବୁଠାରୁ ବଡ଼ ବରଗଛ ବୋଲି କୁହାଯାଏ ।
ଦକ୍ଷିଣ-ପୂର୍ବ ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାରେସ୍ଥିତ ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ କୋଟାଠାରୁ ଉତ୍ତର-ପୂର୍ବ ଦିଗରେ ୧୧୦ କି.ମି. ଓ ଜୟପୁରଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୪୦ କିଲୋମିଟର୍ । ରନ୍ଥାମ୍ବୋର୍ର ନିକଟତମ ବିମାନବନ୍ଦର ହେଉଛି ଜୟପୁର । ଜାତୀୟ ଉଦ୍ୟାନଠାରୁ ୧୧ କି.ମି. ଦୂରରେ ସୱାଇ ମାଧୋପୁର ସହର ଅବସ୍ଥିତ । ଏହାହିଁ ଜାତୀୟ ଉଦ୍ୟାନର ନିକଟବର୍ତ୍ତୀ ସହର ତଥା ରେଳ ଷ୍ଟେସନ୍ । ପରବର୍ତ୍ତୀ ନିକଟତମ ରେଳ ଷ୍ଟେସନ୍ ହେଉଛି କୋଟା । ଜାତୀୟ ଉଦ୍ୟାନ ମଧ୍ୟରେ ଐତିହାସିକ ରଣଥମ୍ଭୌର ଦୁର୍ଗ ଅବସ୍ଥିତ ଯାହାର ନାମାନୁସାରେ ଜାୀୟ ଉଦ୍ୟାନଟିର ନାମ ରଖାଯାଇଛି । କୋଟା ଓ ରନ୍ଥାମ୍ବୋର୍ ମଧ୍ୟରେ ଏକ ରାଜପଥ ରହିଛି । ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ ଏଠାକାର ମାଳଭୂମିରେ ଓ ବନାସ୍ ଏବଂ ଚମ୍ବଲ ନଦୀ ମଧ୍ୟରେ ଅବସ୍ଥିତ ।