ରଣଜିତ ପଟ୍ଟନାୟକ (୨୦ ମାର୍ଚ୍ଚ ୧୯୫୭ - ୧୦ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଥିଲେ ।[1][2][3] ନାଟକ ବ୍ୟତୀତ ସେ କବିତା ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଲେଖନି ଚାଳନା କରିଥିଲେ । ନାଟକ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଓ ଗୀତ ରଚନା ମଧ୍ୟ କରିଥିଲେ। ସେ ଆକାଶବାଣୀ କଟକ ଓ ଦୂରଦର୍ଶନରେ ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଥିଲେ। ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ । ସେ କଳିଙ୍ଗ ଷ୍ଟୁଡିଓର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

Quick Facts ରଣଜିତ ପଟ୍ଟନାୟକ, ଜନ୍ମ ...
ରଣଜିତ ପଟ୍ଟନାୟକ
ଜନ୍ମ(1957-03-20)୨୦ ମାର୍ଚ୍ଚ ୧୯୫୭
ରାଜାସମ୍ବର, ପଦ୍ମପୁର, ବରଗଡ଼
ମୃତ୍ୟୁ୧୦ ଅଗଷ୍ଟ ୨୦୨୨(2022-08-10) (ବୟସ ୬୫)
ଜାତୀୟତାଭାରତୀୟ
ଶିକ୍ଷାଏମଫିଲ (ଇତିହାସ)
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ
ବୈବାହିକ-ସାଥୀଦିପ୍ତୀ
ସନ୍ତାନନିରବ
ପିତାମାତା(s)ଜଗନ୍ନାଥ ପଟ୍ଟନାୟକ, ହେମଲତା ପଟ୍ଟନାୟକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
Close

ବ୍ୟକ୍ତିଗତ ଜୀବନ

ରଣଜିତ ୧୯୫୭ ମସିହାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳସ୍ଥ ରାଜାସମ୍ବରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାପିତାଙ୍କ ନାମ ହେମଲତା ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକ । ସେ ଝାରସୁଗୁଡ଼ାରାଉରକେଲାରୁ ନିଜ ଶିକ୍ଷାଗ୍ରହଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସରେ ସ୍ନାତକୋତ୍ତର ଓ ଏମଫିଲ କରିଥିଲେ ।[4] ୧୯୮୦ ମସିହାରେ ସେ କାନାର ବ୍ୟାଙ୍କରେ ଚାକିରୀ ଆରମ୍ଭ କରି ୨୦୧୭ରେ ସେଠାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଧର୍ମପତ୍ନୀଙ୍କ ନାମ ଦିପ୍ତୀ ଓ ପୁଅର ନାମ ନିରବ ।

୨୦୨୨ ମସିହା ଅଗଷ୍ଟ ୧୦ ତାରିଖରେ ତାଙ୍କର କଟକସ୍ଥିତ ବାସଭବନଠାରେ ପରଲୋକ ଘଟିଥିଲା । [5]

ନାଟକ ଜୀବନ

ରଚିତ ନାଟକ

ତାଙ୍କଦ୍ୱାରା ରଚିତ ପ୍ରକାଶିତ ଓ ଅପ୍ରକାଶିତ ନାଟକ ଗୁଡ଼ିକ ମଧ୍ୟରୁ କିଛି:

  • ଚଉକୀ
  • ଗୁଣିଆ ଝାଡ଼େଲୋ ଡାହାଣୀ
  • ଟିଟୋ
  • ଗୋଇଠା ବାବା
  • ମନ ତୋହର ନିଜ ଗୁରୁ
  • ହୁଏଂସାଙ୍କ ଭାରତ ପରିଭ୍ରମଣ
  • ବଧିର ଇଶ୍ୱର
  • ଗାଁ
  • ହାରାକିରି
  • ନୟନ ପିତୁଳା
  • ଶାମୁକା
  • ସମାଧି
  • ନ ଅଙ୍କ
  • ଅନ୍ୟ ଏକ ଶ୍ମଶାନ ସନ୍ଧାନରେ
  • ତଥାପି ପ୍ରତିକ୍ଷା

ନିର୍ଦ୍ଦେଶିତ ନାଟକ

ସେ ୩୨ଟିରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ସେଥିମଧ୍ୟରୁ କିଛି:

  • ପଳାତକ
  • ଗୁଣ୍ଡା
  • ଧୃତରାଷ୍ଟ୍ରର ଆଖି
  • ମୋର ବା ଦୋଷ କଣ
  • ଅନେଶତ ପବନ
  • କସ୍ତୁରୀ
  • ଆଠକାନ୍ଥର ଅମରାବତୀ
  • ବାଘ ଶିକାର

ଅଭିନୀତ ନାଟକ

ସେ ଅଭିନୟ କରିଥିବା ୨୫ଟିରୁ ଅଧିକ ନାଟକ ମଧ୍ୟରୁ କିଛି:

  • ନଳସ୍ୟ ଦମୟନ୍ତୀ
  • ପରିଶୋଧ
  • କାଳପୁରୁଷ
  • ସନ୍ୟାସୀ
  • ମୁଁ ସଇତାନ କହୁଛି
  • ମହାନଦୀରେ ବନ୍ୟା
  • ଧୂଳିଘରୁ ଆକାଶଆଡ଼କୁ
  • ଆମଘରର ହାଲଚାଲ

ଅନ୍ୟାନ୍ୟ ରଚନାବଳୀ

  • ଓଡ଼ିଆ ନାଟକର ସମଗ୍ର କୃତ୍ତି ସଂପ୍ରତି
  • ଅକବିର କବିତା
  • ଫେସବୁକ କବିତା
  • ଗଳ୍ପମଞ୍ଚ

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ (ଗାଁ ନାଟକ ପାଇଁ )
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୩[6]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୧୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • କାର୍ତ୍ତିକ ପତି ସମ୍ମାନ, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)

ମୃତ୍ୟୁ

ରଣଜିତ ପଟ୍ଟନାୟକ ୨୦୨୨ ମସିହାର ଅଗଷ୍ଟ ୧୦ ତାରିଖରେ ମୃତ୍ୟବରଣ କରିଥିଲେ ।[4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.