![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/46/Metformin.svg/langor-640px-Metformin.svg.png&w=640&q=50)
ମେଟ୍ଫର୍ମିନ
From Wikipedia, the free encyclopedia
ମେଟ୍ଫର୍ମିନ, ବିକ୍ରୟ ନାମ ଗ୍ଲୁକୋଫେଜ, ଔଷଧ ଟାଇପ ୨ ଡାଏବେଟିସ ରୋଗ ଚିକିତ୍ସାର ଏକ ପ୍ରଥମ ଧାଡ଼ିର ଔଷଧ ଭାବରେ ଦିଆଯାଏ ।[3] ବିଶେଷତଃ ଓଜନ ଆଧିକ୍ୟ ଥିବା ଲୋକଙ୍କ ନିମନ୍ତେ ଏହା ଆବଶ୍ୟକ । [4] ଏହା ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମରେ ବ୍ୟବହାର କରାଯାଏ ।[3] ଡାଏବେଟିସର ହୃଦ୍ରକ୍ତନଳୀ ରୋଗ ଓ କର୍କଟ ଭଳି ଜଟିଳତାକୁ ମେଟ୍ଫରମିନ ପ୍ରତିରୋଧ କରିବା ସପକ୍ଷରେ ସୀମିତ ପ୍ରମାଣ ମିଳୁଛି । [5][6] ଓଜନ ବୃଦ୍ଧି ସହ ଏହାର ସମ୍ପର୍କ ନାହିଁ ।[6] ଏହା ପାଟିରେ ଦିଆଯାଏ ।[3]
![]() | |
![]() | |
Clinical data | |
---|---|
Pronunciation | /mɛtˈfɔːrm[invalid input: 'ɨ']n/, met-FAWR-min |
Trade names | Glucophage, other |
AHFS/Drugs.com | monograph |
MedlinePlus | a696005 |
data |
|
Pregnancy category |
|
Routes of administration | oral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 50–60%[1][2] |
Protein binding | Minimal[1] |
Metabolism | Not by liver[1] |
Elimination half-life | 4-8.7 hours[1] |
Excretion | Urine (90%)[1] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank | |
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.010.472 ![]() |
Chemical and physical data | |
Formula | C4H11N5 |
Molar mass | 129.16364 g/mol |
3D model (JSmol) | |
SMILES
| |
InChI
|
ମେଟ୍ଫର୍ମିନ ଔଷଧକୁ ଦେହ ଭଲରୂପେ ସହିପାରେ ।[7] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ ଓ ପେଟ ଯନ୍ତ୍ରଣା ଦେଖାଯାଏ ।[3] ଏହାର ବ୍ୟବହାରଦ୍ୱାର ସ୍ୱଳ୍ପ ରକ୍ତ ଶର୍କରା ହେବା ସଙ୍କଟ ବହୁତ କମ୍ ।[3] ଅଧିକ ମାତ୍ରାରେ ଓ ବେଠିକ ଭାବରେ ଦେଲେ ଉଚ୍ଚ ରକ୍ତ ଲାକ୍ଟିକ ଏସିଡ ସ୍ତର ହୋଇପାରେ । [8] ଯକୃତ ରୋଗ ଓ ବୃକ୍କ ସମସ୍ୟା ଥିଲେ ଏହା ଦେବା ଉଚିତ ନୁହେଁ ।[3] ଗର୍ଭାବସ୍ଥାରେ ମେଟ୍ଫର୍ମିନ ଦେଲେ ଯଦିଓ କୌଣସି କ୍ଷତି ପରିଲକ୍ଷିତ ହୋଇନାହିଁ, ତଥାପି ଗର୍ଭାବସ୍ଥା ଡାଏବେଟିସରେ ଏହା ଅପେକ୍ଷା ଇନସୁଲିନ ଅଧିକ ପସନ୍ଦ କରାଯାଏ । [3][9] ମେଟ୍ଫର୍ମିନ ଏକା ବାଇଗୁଆନାଇଡ ଶ୍ରେଣୀର ଔଷଧ ।[3] ଏହା ଗ୍ଲୁକୋଜ ପ୍ରସ୍ତୁତି କମେଇଦିଏ ।[3]
ମେଟ୍ଫର୍ମିନ ସନ ୧୯୨୨ରେ ଆବିଷ୍କୃତ ହୋଇଥିଲା ।[10] ମଣିଷ ଦେହରେ ୧୯୫୦ରେ ଫରାସୀ ଚିକିତ୍ସକ ଜିନ ସ୍ଟର୍ନ (Jean Sterne) ପ୍ରୟୋଗ କରିଥିଲେ ।[10] ଏହା ଫ୍ରାନ୍ସରେ ସନ ୧୯୫୭ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫ରେ ପ୍ରୟୋଗ କରାଯାଇଥିଲା ।[3][11] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[12] ପାଟିରେ ଦିଆଯାଉଥିବା ଔଷଧମାନଙ୍କ ମଧ୍ୟରେ ମେଟ୍ଫର୍ମିନ ସର୍ବାଧିକ ଦିଆଯାଏ ।[10] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[3] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ମାସକୁ ୦.୨୧ରୁ ୫.୫୫ ଆମେରିକୀୟ ଡଲାର ଥିଲା । [13] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ମାସକୁ ୫ରୁ ୨୫ ଡଲାର ।[3]