![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/93/Atlas_of_clinical_surgery%253B_with_special_reference_to_diagnosis_and_treatment_for_practitioners_and_students_%25281908%2529_%252814768289625%2529.jpg/640px-Atlas_of_clinical_surgery%253B_with_special_reference_to_diagnosis_and_treatment_for_practitioners_and_students_%25281908%2529_%252814768289625%2529.jpg&w=640&q=50)
ମାସ୍ଟାଇଟିସ
ସ୍ତନ ପ୍ରଦାହ / From Wikipedia, the free encyclopedia
ମାସ୍ଟାଇଟିସ (ଇଂରାଜୀ ଭାଷାରେ Mastitis) ରୋଗ ସ୍ତନ୍ୟପାନ (breastfeeding) ସମ୍ପର୍କୀୟ ସ୍ତନ (breast) ବା ଅଡ୍ଡରର (udder) ପ୍ରଦାହକୁ ବୁଝାଏ ।[1][5][6] ସ୍ତନରେ ଯନ୍ତ୍ରଣା ହୁଏ ଓ ଲାଲ ଦେଖାଯାଏ ।[1] ଏହା ସାଥିରେ ଜ୍ୱର ହୁଏ ଓ ଅସୁସ୍ଥ ଅନୁଭବ ହୁଏ ।[1] ପ୍ରସବ ପରେ କିଛି ମିନିଟ ମଧ୍ୟରେ ଏହା ଜଣାଯାଏ ।[1] ରୋଗ ଜଟିଳ ହେଲେ ଆବସେସ ହୋଇଯାଏ ।[2]
ମାସ୍ଟାଇଟିସ (Mastitis) | |
---|---|
ମାମ୍ମାଇଟିସ (Mammitis) | |
![]() ୧୯୦୦ ଶତାବ୍ଦୀର ପ୍ରାରମ୍ଭ କାଳରେ ଅଙ୍କିତ ମାସ୍ଟାଇଟିସର ଏକ ଚିତ୍ର | |
ଉଚ୍ଚାରଣ |
|
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology) |
ଲକ୍ଷଣ | ସ୍ତନରେ ଯନ୍ତ୍ରଣା ଓ ଲାଲ ଦେଖାଯିବ, ଜ୍ୱର [1] |
ଆକ୍ରାନ୍ତ ସମୟ | ଦୃତ[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ [2] |
ସଠିକ ରୋଗ ନିର୍ଣ୍ଣୟ | କ୍ଷୀର ନଳୀ ଅବରୋଧ (Plugged milk duct),[3] ସ୍ତନ ଏନଗର୍ଜମେଣ୍ଟ (breast engorgement),[4] ସ୍ତନ କର୍କଟ (କ୍ୱଚିତ)[1] |
ପ୍ରତିକାର | ଉପଯୁକ୍ତ ଉପାୟରେ ବାରମ୍ବାର ସ୍ତନପାନ (breastfeeding)[2] |
ଚିକିତ୍ସା | ଆଣ୍ଟିବାୟୋଟିକ (Antibiotics)- ସେଫାଲେକ୍ସିନ (cephalexin), ଆଇବୁପ୍ରୋଫେନ୍[2][1] |
ପୁନଃପୌନିକ | ସ୍ତନ୍ୟପାନ କରାଉଥିବା ୧୦% ମହିଳା [2] |
ଉପଯୁକ୍ତ ସ୍ତନ୍ୟପାନ ନକରେଇଲେ, ଫଟା ସ୍ତନାଗ୍ର ବ ନିପଲ (cracked nipples) ଥିଲେ, ସ୍ତନ ପମ୍ପ (breast pump) ବ୍ୟବହାର କଲେ ଓ ଶିଶୁର ଶୀଘ୍ର ସ୍ତନ୍ୟାପାନ ବନ୍ଦ (weaning) କଲେ ଏହି ରୋଗ ହୁଏ ।[1] ସ୍ଟାଫିଲୋକୋକାଇ (Staphylococcus) ଓ ସ୍ଟ୍ରେପ୍ଟୋକୋକାଇ (Streptococci) ଜୀବାଣୁ ମୂଖତଃ ଏହି ରୋଗ କରାନ୍ତି ।[1] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ।[2] ନିର୍ଣ୍ଣୟ ନିମନ୍ତେ ଅଲଟ୍ରାସାଉଣ୍ଡ (Ultrasound) ଆବଶ୍ୟକ ହୋଇପାରେ ।[1]
ବାରମ୍ବାର ଓ ଉପଯୁକ୍ତ ସ୍ତନ୍ୟପାନ କରି ଏହି ରୋଗକୁ ପ୍ରତିରୋଧ କରିହୁଏ ।[2] ସଂକ୍ରମଣ ଥିଲେ ସେଫାଲେକ୍ସିନ (cephalexin) ଭଳି ଆଣ୍ଟିବାୟୋଟିକ (Antibiotics) ଦିଆଯାଏ ।[2] ଆରୋଗ୍ୟ ହେବା ନିମନ୍ତେ ସ୍ତନ ଖାଲି ହେବା ପର୍ଯ୍ୟନ୍ତ ସ୍ତନ୍ୟପାନ କରିବା ନିତାନ୍ତ ଆବଶ୍ୟକ ।[2][1] ପ୍ରୋବାୟୋଟିକର (probiotics) ଉପକାରୀତା ପ୍ରମାଣ ମୁଳୁଛି ।[1] ସ୍ତନ୍ୟପାନ କରାଉଥିବା ୧୦% ମହିଳାଙ୍କର ଏହି ରୋଗ ହୁଏ ।[2]