ମର୍ଫିନ
From Wikipedia, the free encyclopedia
ମର୍ଫିନ, ଅନେକ ବ୍ୟବସାୟିକ ନାମରେ ବିକ୍ରୟ ହୁଏ ଓ ଏହା ଏକ ଯନ୍ତ୍ରଣା ନିବାରଣକାରୀ ଓପିଏଡ ଔଷଧ । ଏହା ସିଧା ସଳଖ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (ସିଏନଏସ) ଉପରେ କାମ କରି ଯନ୍ତ୍ରଣା ଅନୁଭୂତିକୁ କମାଏ । ଏହା ଉଭୟ ଆକ୍ୟୁଟ ଯନ୍ତ୍ରଣା ଓ କ୍ରନିକ ଯନ୍ତ୍ରଣା ନିମନ୍ତେ ବ୍ୟବହାର କରାଯାଏ । ହୃଦଘାତ ଓ ଗର୍ଭ ଶୂଳ କଷ୍ଟ ନିମନ୍ତେ ମଧ୍ୟ ଦିଆଯାଏ । ଏହା ବିଭିନ୍ନ ପଥ ମାଧ୍ୟମରେ ଦେହରେ ପ୍ରବେଶ କରେଇଦିଆଯାଏ, ଯେପରିକି ପାଟି, ମାଂସପେଶୀ, ଚର୍ମତଳେ, ଶିରାରେ, ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଓ ମଳଦ୍ୱାର ଭିତରେ । ଶିରାରେ ଦେବାର ୨0 ମିନିଟ ପରେ ଓ ପାଟିରେ ଦେବାର ୬୦ ମିନିଟ ପରେ ଏହାର ସର୍ଭାଧିକ ପ୍ରଭାବ ହୁଏ[4] ଓ ଏହାର ପ୍ରଭାବ ୩ରୁ ୭ ଘଣ୍ଟା ପର୍ଯ୍ୟନ୍ତ ରହେ ।[4][5] ଦୀର୍ଘକାଳୀନ କାର୍ଯ୍ୟକ୍ଷମ ମର୍ଫିନ ମଧ୍ୟ ମିଳୁଛି । [4]
Clinical data | |
---|---|
Pronunciation | /ˈmɔːrfiːn/ |
Trade names | MScontin, Oramorph, Sevredol, and others |
AHFS/Drugs.com | monograph |
Pregnancy category |
|
Dependence liability | Physical: High Psychological: Moderate-High |
Addiction liability | High |
Routes of administration | Inhalation (smoking), insufflation (snorting), oral (PO), rectal, subcutaneous (SC), intramuscular (IM), intravenous (IV), epidural, and intrathecal (IT) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 20–40% (oral), 36–71% (rectally),[1] 100% (IV/IM) |
Protein binding | 30–40% |
Metabolism | Hepatic 90% |
Onset of action | 5 min (IV), 15 min (IM),[2] 20 min (PO)[3] |
Elimination half-life | 2–3 h |
Duration of action | 3 to 7 hours[4][5] |
Excretion | Renal 90%, biliary 10% |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.000.291 |
Chemical and physical data | |
Formula | C17H19NO3 |
Molar mass | 285.34 |
3D model (JSmol) | |
Solubility in water | HCl & sulf.: 60 mg/mL (20 °C) |
SMILES
| |
InChI
| |
(verify) |
ସମ୍ଭାବ୍ୟ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା:- ଶ୍ୱାସକ୍ରିୟା କମିଯାଏ ଓ ନିମ୍ନ ରକ୍ତଚାପ ହୁଏ । ଏହା ମାନବକୁ ନିଶାଗ୍ରସ୍ତ କରାଏ ଓ ଏହାର ଦୁରୂପଯୋଗ ହୁଏ । ଦୀର୍ଘଦିନର ବ୍ୟବହାର ପରେ ଏହାର ମାତ୍ରା କମେଇଲେ ଓପିଅଏଡ ଉଇଥଡ୍ରୟାଲ ହୁଏ । ସାଧାରଣ ପାର୍ଶ୍ୱପ୍ରତିକ୍ରିୟାରେ ଝୁମା ହୁଏ, ବାନ୍ତି ଓ କୋଷ୍ଠକାଠିନ୍ୟ ହୁଏ । ନବଜାତ ଶିଶୁଙ୍କୁ ପ୍ରଭାବିତ କରୁଥିବାରୁ ମହିଳାମାନଙ୍କୁ ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ମର୍ଫିନ ଦେବାବେଳେ ସତର୍କ କରିଦିଆଯାଏ । [4]
ଫ୍ରିଡ୍ରିକ ସର୍ଟର୍ନର (Friedrich Sertürner) ସନ ୧୮୯୩ ଓ ୧୮୦୫ ମସିହା ମଧ୍ୟରେ ମର୍ଫିନ ପୃଥକୀକରଣ କରିଥିଲେ । [6] ବିଶ୍ୱାସ କରାଯାଏ ଯେ କୋଣସି ଗଛରୁ ସକ୍ରିୟ ଉପାଦାନ ପୃଥକୀକରଣ କରିବାରେ ଏହା ପ୍ରଥମ ଥିଲା । [7] ସନ ୧୮୨୭ରେ ମର୍କ Merck ପ୍ରଥମେ ଏହାକୁ ବ୍ୟବସାୟିକ ଭିତ୍ତିରେ କାରବାର କରିଥିଲେ । [6] ସନ ୧୮୫୩-୧୮୫୫ ମଧ୍ୟରେ ହାଇପୋଡର୍ମିକ ସିରିଞ୍ଜ ଆବିଷ୍କୃତ ହେବା ପରେ ମର୍ଫିନ ବହୁଳ ଭାବରେ ବ୍ୟବହୃତ ହୋଇଥିଲା । [6][8] ଗ୍ରୀସ ଦେଶର ନିଦ୍ରା ଦେବତା ମର୍ଫିଅସଙ୍କ ନାମ ଅନୁସାରେ ସର୍ଟର୍ନର ଏହାର ନାମକରଣ ମର୍ଫିନ କରିଥିଲେ । [8][9]
ଅଫିମ (ଇଂରାଜୀ ଭାଷାରେ Opium poppy) ଏହାର ପ୍ରଥମିକ ଉତ୍ସ ଯେଉଁଥିରୁ ମର୍ଫିନ ପୃଥକୀକରଣ କରାଯାଏ । [10] ସନ ୨୦୧୩ରେ ୫୨୩,୦୦୦ କିଲୋଗ୍ରାମ ମର୍ଫିନ ତିଆରି କରାଯାଇଥିଲା । [11] ଏଥିରୁ ୪୫, ୦୦୦ କିଲୋଗ୍ରାମ ଯନ୍ତ୍ରଣା ଲାଘବ ନିମନ୍ତେ ବ୍ୟବହୃତ ହୋଇଥିଲା ଯାହା ବିଗତ ୨୦ ବର୍ଷରେ ବ୍ୟବହୃତ ପରିମାଣର ୪ ଗୁଣ । [11] ସେଥିରୁ ଅଧିକାଂଶ ବିକଶିତ ଦେଶମାନଙ୍କରେ ବ୍ୟବହୃତ ହୋଇଥିଲା । [11] ମର୍ଫିନର ୭୦ % ଅନ୍ୟ ଔଷଧ ଯଥା ହାଇଡ୍ରୋମର୍ଫିନ, ଅକ୍ସିକୋଡୋନ, ହିରୋଇନ ଓ ମେଥାଡନ ତିଆରି କରିବା ନିମନ୍ତେ ବ୍ୟବହାର ହୋଇଥିଲା । [11][12][13] ଆମେରିକାରେ ଏହା ସିଡ୍ୟୁଲ ୨ ଔଷଧ,[12] ଇଂଲଣ୍ଡରେ କ୍ଲାସ ଏ[14] ଓ କାନାଡ଼ାରେ ସିଡ୍ୟୁଲ ୧ ଔଷଧ ।[15] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଡେଲ ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ମୂଳ ସ୍ୱାସ୍ଥ୍ୟ ସେବାର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧ ଭାବରେ ଏହାର ନାମ ଲିପିବଦ୍ଧ ଅଛି । [16]