ଭୋରାମଦେଓ ମନ୍ଦିର
ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଗୁଚ୍ଛ ଯାହା ଭାରତର ଛତିଶଗଡ଼ ପ୍ରଦେଶର ଭୋରାମଦେଓ ସ୍ଥାନରେ ଅବସ୍ଥିତ । / From Wikipedia, the free encyclopedia
ଭୋରାମଦେଓ ମନ୍ଦିର ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଗୁଚ୍ଛ ଯାହା ଭାରତର ଛତିଶଗଡ଼ ପ୍ରଦେଶର ଭୋରାମଦେଓ ସ୍ଥାନରେ ଅବସ୍ଥିତ ।[1] ଏଠାରେ ଚାରୋଟି ମନ୍ଦିର ଅଛି ଯାହା ମଧ୍ୟରୁ ଗୋଟିଏ ଇଟାରେ ତିଆରି ମନ୍ଦିର ଅଛି ।[2]
Quick Facts ଭୋରାମଦେଓ ମନ୍ଦିର, Religion ...
ଭୋରାମଦେଓ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କବିରଧାମ ଜିଲ୍ଲା |
ଦେବାଦେବୀ | ଶିବ |
Location | |
ସ୍ଥାନ | ଚଉରା ଗ୍ରାମ, କୱର୍ଥ ଟାଉନ |
State | ଛତିଶଗଡ଼ |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°6′57.6″N 81°8′52.8″E |
Architecture | |
Type | ନଗର ସ୍ଥାପତ୍ୟ |
Completed | ୧୦୮୯ ମସିହା |
Temple(s) | 3 |
Website | |
Close
ଭୋରାମଦେଓ ମନ୍ଦିର ଏହାର ମୂଖ୍ୟ ମନ୍ଦିର ଯାହା ପଥରରେ ତିଆରି ହୋଇଛି ।[3] ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଖଜୁରାହୋ ମନ୍ଦିର ସହିତ ଏହାର ସାମଞ୍ଜସ୍ୟ ଥାଇ ଉଦ୍ଦୀପକ ସ୍ଥାପତ୍ୟ ଥିବାରୁ ତାହାକୁ ଛତିଶଗଡ଼ର ଖଜୁରାହୋ ଭାବରେ ପରିଚୟ ମିଳିଛି ।[3] ଭୋରାମଦେଓ ସ୍ଥାନରୁ ପ୍ରାୟ ଏକ କିମି ଦୂରରେ ମାଡ଼ୱା ମହଲ ବା ବିବାହ ହଲ ବା ଦୁଲହାଦେଓ ନାମକ ଏକ ସ୍ଥାନ ଅଛି ଯାହାକୁ ଭୋରାମଦେଓ ମନ୍ଦିର ଗୁଚ୍ଛରୁ ଗୋଟିଏ ଭାବରେ ଗ୍ରହଣ କରାଯାଇଛି । ଏହା ୧୩୪୯ ମସିହାରେ ନାଗବଂଶୀ ରାଜବଂଶର (Nagavanshi dynasty) ରାମଚନ୍ଦ୍ର ଦେଓଙ୍କ ରାଜତ୍ୱ ସମୟରେ ତିଆରି ହୋଇଥିଲା ଓ ସେଠାରେ ୧୬ଟି ସ୍ତମ୍ଭ ଉପରେ ଏକ ଅନନ୍ୟ ଶିବ ଲିଙ୍ଗ ତିଆରି ହୋଇଛି ।[3]