ଭାରତ ଛାଡ଼ ଆନ୍ଦୋଳନ
ବ୍ରିଟିଶଙ୍କୁ ଭାରତରୁ ବାହାର କରିବାପାଇଁ ସମଗ୍ର ଭାରତବାସୀଙ୍କ ଦ୍ୱାରା ହୋଇଥିବା ଏକ ଆନ୍ଦୋଳନ / From Wikipedia, the free encyclopedia
ଭାରତ ଛାଡ଼ ଆନ୍ଦୋଳନ ବା ଅଗଷ୍ଟ କ୍ରାନ୍ତି ଦିବସ, ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ବମ୍ବେ ଅଧିବେଶନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୮ ଅଗଷ୍ଟ ୧୯୪୨ ମସିହାରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ୍ତ ମହାତ୍ମା ଗାନ୍ଧୀଙ୍କଦ୍ୱାରା ଡାକରା ଦିଆଯାଇଥିଲା ।
କ୍ରିପସ ମିଶନ ଅସଫଳ ହୋଇଥିଲା । ଏହି ୮ ଅଗଷ୍ଟ ୧୯୪୨ ମସିହାରେ ଗାନ୍ଧିଜୀ ବମ୍ବେ ଅଧିବେଶନରେ କର ବା ମର ଡାକରା ଦେଇଥିଲେ ।[1] ଗାନ୍ଧୀଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାହୋଇଥିଲା । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚଚ୍ଚିଲଙ୍କୁ ଭାରତୀୟ ମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ । ଭାରତ ଛାଡ଼ ଆନ୍ଦୋଳନକୁ ଅନେକ ମହଲ ଏବଂ ଦଳ ସମର୍ଥନ ଦେଇନଥିଲେ ଯେପରିକି, ମୁସଲିମ ଲିଗ, ହିନ୍ଦୁ ମହାସଭା, ବ୍ରିଟିଶ ଇଣ୍ଡିଆର ପ୍ରିନ୍ସଲି ରାଜ୍ୟଗୁଡ଼ିକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଇତ୍ୟାଦି ।
ଏହି ଆନ୍ଦୋଳନ ସଫଳ ହୋଇପାରିନଥିଲା । ବ୍ରିଟିଶ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧ ନସରିଲା ପର୍ଯ୍ୟନ୍ତ କିଛି ସ୍ୱାଧୀନତା ଦିଆଯାଇପାରିବନି ବୋଲି କହିଥିଲେ ।[2]