![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/06/Leopard_Male_Nagarhole.jpg/640px-Leopard_Male_Nagarhole.jpg&w=640&q=50)
ଭାରତୀୟ କଲରାପତରିଆ ବାଘ
From Wikipedia, the free encyclopedia
ଭାରତୀୟ କଲରାପତରିଆ ବାଘ (ଇଂରାଜୀରେ Indian leopard ଓ ଜୀବବିଜ୍ଞାନ ନାମ Panthera pardus fusca) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ପରିବାସ ନଷ୍ଟ, ବିଖଣ୍ଡନ, ଶିକାର, ମନୁଷ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ହତ୍ୟା, ଅବୈଧ ବ୍ୟବସାୟ ବଢ଼ି ଦିନକୁ ଦିନ ସଂଖ୍ୟା ହ୍ରାସ ପାଉଥିବାରୁ IUCN ସଂରକ୍ଷଣ ତାଲିକାରେ କଲରାପତରିଆ ବାଘକୁ ସଙ୍କଟାଭିମୁଖୀ (Vulnerable) ପ୍ରଜାତିରେ ସ୍ଥାନିତ କରାଯାଇଛି ।[1]
ଭାରତୀୟ କଲରାପତରିଆ ବାଘ ଭାରତୀୟ କଲରାପତ୍ରିଆ ବାଘ | |
---|---|
![]() | |
ନାଗାରହୋଳେ ଜାତୀୟ ଉଦ୍ୟାନର ଏକ ଅଣ୍ଡିରା କଲରାପତରିଆ ବାଘ | |
![]() | |
ନେପାଳର ବରଦିୟା ଜାତୀୟ ଉଦ୍ୟାନର ଏକ ମାଈ କଲରାପତରିଆ ବାଘ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. pardus |
ଉପଜାତି: | P. p. fusca ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍, ୧୭୯୪ |
ଟ୍ରାଇନୋମିଆଲ ନାମ | |
Panthera pardus fusca ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍, ୧୭୯୪ |
ଭାରତୀୟ ଉପମହାଦେଶର ବଡ଼ ବିଡ଼ାଳମାନଙ୍କ ମଧ୍ୟରେ ଏସୀୟ ସିଂହ, ମହାବଳ ବାଘ, ହିମ କଲରାପତ୍ରିଆ ବାଘ, ମେଘଛାପ ବାଘ ତଥା ଭାରତୀୟ କଲରାପତରିଆ ବାଘ ପ୍ରମୁଖ ।[2][3][4]
୨୦୧୪ ମସିହାରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତକୁ ଛାଡ଼ି ଭାରତର ଅନ୍ୟ ସବୁ ବାଘଙ୍କ ପରିବାସରେ କେତେ କଲରାପତ୍ରିଆ ବାଘ ରହୁଛନ୍ତି ତାହାର ଏକ ଗଣନା କରାଯାଇଥିଲା । ସର୍ବେକ୍ଷଣ କରାଯାଇଥିବା ଅଞ୍ଚଳରେ ୭୯୧୦ ଓ ସମଗ୍ର ଭାରତରେ ୧୨୦୦୦ରୁ ୧୪୦୦୦ କଲରାପତରିଆ ବାଘ ରହିଥିବାର ଅନୁମାନ କରାଯାଇଥିଲା ।[5][6]