ଭାରତୀୟ ଓ ମାଡାଗାସ୍କରୀୟ ଡାଇନୋସର ଗୁଡ଼ିକର ତାଲିକା
From Wikipedia, the free encyclopedia
ଏହି ଶ୍ରେଣୀରେ ଥିବା ଡାଇନୋସର ଗୁଡ଼ିକର ଅବଶେଷ ଭାରତ କିମ୍ବା ମାଡାଗାସ୍କରରୁ ମିଳିଥିଲା । ଆଜି ଏହି ଦୁଇ ଭୂଭାଗ ପରସ୍ପରଠାରୁ ବହୁତ ଦୂରରେ ଅବସ୍ଥିତ ହେଇଥିଲେ ମଧ୍ୟ ମେସୋଜୋଇକ ଯୁଗରେ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପର ସହ ଯୋଡିହୋଇ ରହିଥିଲେ । ଅନେକ ସମାନ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ଏହି ଦୁଇ ଭୂଭାଗରେ ଦେଖାଯାଇଥାଏ ଯାହାକି ଆଧୁନିକ ଆଫ୍ରିକା ଓ ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଯାଇନଥାଏ ।