![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f5/Budesonide.png/640px-Budesonide.png&w=640&q=50)
ବୁଡେସୋନାଇଡ
From Wikipedia, the free encyclopedia
ବୁଡେସୋନାଇଡ (ବିୟୁଡି), ବିକ୍ରୟ ନାମ ପଲ୍ମିକୋର୍ଟ, ଏକ ସ୍ଟିରଏଡ ଔଷଧ ।[1] ଏହା ମିଟର ଡୋଜ ସମ୍ପର୍ଣ୍ଣ ଅନ୍ତଃଶ୍ୱସକ (inhaler), ବଟିକା/ପିଲ ଓ ନାକ ସ୍ପ୍ରେ ଆକାରରେ ମିଳେ । [1][2] ଏହା ସିଓପିଡି ଓ ଆଜ୍ମା ରୋଗମାନଙ୍କର ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ଅନ୍ତଃଶ୍ୱସକ ଆକାରଟି ଦିଆଯାଏ ।[1][3] ଆଲର୍ଜିକ ରାଇନାଇଟିସ ଓ ନାଜାଲ ପଲିପରେ ନାକ ସ୍ପେ ଦିଆଯାଏ ।[4][2] ଇନଫ୍ଲାମେଟରି ବାୱେଲ ଡିଜିଜ କ୍ରନ ରୋଗ ଓ ଅଲସରେଟିଭ କୋଲାଇଟିସ ରୋଗମାନଙ୍କରେ ପିଲ ବା ବଟିକା ଦିଆଯାଏ ।[5]
![]() | |
![]() | |
Clinical data | |
---|---|
Trade names | Pulmicort, Rhinocort, other |
AHFS/Drugs.com | monograph |
MedlinePlus | a608007 |
Pregnancy category |
|
Routes of administration | Oral, nasal, tracheal, rectal |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 10-20% (first pass effect) |
Protein binding | 85-90% |
Metabolism | Hepatic CYP3A4 |
Elimination half-life | 2.0-3.6 hours |
Excretion | Renal, faecal |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider | |
UNII | |
KEGG |
|
ChEMBL | |
ECHA InfoCard | 100.051.927 ![]() |
Chemical and physical data | |
Formula | C25H34O6 |
Molar mass | 430.534 g/mol |
3D model (JSmol) | |
SMILES
| |
InChI
| |
![]() ![]() |
ଏହାର ଅନ୍ତଃଶୋସକ (inhaled) ଶ୍ରେଣୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସାଧାରଣଃ ଶ୍ୱାସ ସଂକ୍ରମଣ, କାଶ ଓ ମୁଣ୍ଡବଥା ହୁଏ । ପିଲର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଅନୁଭବ, ବାନ୍ତି ଓ ଗଣ୍ଠି ଯନ୍ତ୍ରଣା ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂକ୍ରମଣ ସଙ୍କଟ, ଅସ୍ଥିବଳର ହ୍ରାସ ଓ ପରଳ ଅଧିକ ଦେଖାଯାଏ । ଦୀର୍ଘକାଳୀନ ବ୍ୟବହାର ପରେ ଆଡ୍ରେନାଲ ଅଭାବ ଦେଖାଯାଏ । ଏଥି ସକାଶେ ହଠାତ୍ ଔଷଧ ଦେବା ବନ୍ଦ କରିବା ବିପଦଜନକ ସାବ୍ୟସ୍ତ ହୁଏ । ଗର୍ଭାବସ୍ଥାରେ ଅନ୍ତଶୋସକ ଆକାର ସାଧାରଣତଃ ନିରାପଦ ଥାଏ । ବୁଡେସୋନାଇଡ ଏକ ଗ୍ଲୁକୋକର୍ଟିକଏଡ ଔଷଧ ।[1]
ବୁଡେସୋନାଇଡ ସନ ୧୯୭୩ରେ ପେଟେଣ୍ଟ ଲାଭ କରିଥଲା ।[6] ଆଜ୍ମା ନିମନ୍ତେ ଏହାର ବ୍ୟବସାୟୀକ ଉତ୍ପାଦନ ସନ ୧୯୮୧ରେ ଆରମ୍ଭ ହେଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହାର କେତେକ ଶ୍ରେଣୀ ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[9] ୨୦୦ ଡୋଜ ଥିବା ଅନ୍ତଃଶୋସକର ମୂଲ୍ୟ ପ୍ରାୟ ୫ରୁ ୭ ଆମେରିକୀୟ ଡଲାର ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ଅନ୍ତଃଶୋସକର ମୂଲ୍ୟ ପ୍ରାୟ ୧୨୦ରୁ ୧୬୦ ଡଲାର ।[1]