ଜାମ୍ମୁ ଓ କାଶ୍ମୀରର ଏକ ଜିଲ୍ଲା From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ବୁଡାଗାମ ଜିଲ୍ଲା
ضلع بڈگام | |
---|---|
District | |
Country | India |
State | Jammu and Kashmir |
Established | 1979 |
Headquarters | Budgam |
Area | |
• ସମୁଦାୟ | 1,370 km2 (530 sq mi) |
Population (2011) | |
• Total | ୭,୩୫,୭୫୩ |
• Density | 537/km2 (1,390/sq mi) |
Languages | |
• Official | Urdu Kashmiri |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | JK04 |
Sex ratio | 1.13250283 ♂/♀ |
Literacy | 57.98% |
Website | budgam |
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (October 2012) |
ବୁଡଗାମ (Urdu, ضلع بڈگام) ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ଏକ ଜିଲ୍ଲା । ଏହା ୧୯୭୯ରେ ସୃଷ୍ଟି କରାଯାଇଥିଲା । ପୂର୍ବରୁ ଏହି ଅଞ୍ଚଳ ଶ୍ରୀନଗର ଜିଲ୍ଲାର ଅଂଶ ଥିଲା । ଏଠାରେ ଅଧିକାଂଶ ଶିୟା ସଂପ୍ରଦାଯର ମୁସଲିମ ଅଧିବାସୀ ରହନ୍ତି । [1]
ଅତୀତରେ ବାରମୁଳା ଜିଲ୍ଲାର ଅଂଶ ଥିବା ବୁଡଗାମ ଅଞ୍ଚଳ ପରେ ଶ୍ରୀନଗର ଜିଲ୍ଲା ଗଠିତ ହେଲା ବେଳେ ଏହା ସାଙ୍ଗରେ ରହିଥିଲା । ୧୯୭୯ରେ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ଏଇତିହାସିକ ତଥ୍ୟ ଅନୁସାରେ ଏହି ଅଞ୍ଚଳ ପରଗଣା ଦୀସୁ ନାମରେ ପରିଚିତ ଥିଲା । ଏହି ଜିଲ୍ଲାରେ ବିରୱା , ନାଗମ , ବୁଡଗାମ ଆଦି ୮ଟି ବ୍ଲକ ରହିଛି ।[2] ସବୁ ବ୍ଲକରେ ପଞ୍ଚାଯତ ରହିଛି । ଜିଲ୍ଲାରେ ୬ଟି ତହସିଲ ରହିଛି ।
୨୦୧୧ ଜନଗଣନା ଅନୁସାରେ ବୁଡଗାମ ଜିଲ୍ଲାର ଲୋକ ସଂଖ୍ୟା ୭୩୫,୭୫୩[3] ଥିଲା । ଏହା ଗୁୟାନା ଦେଶ[4] ବା ଆମେରିକୀୟ ରାଜ୍ୟ ଆଲାସ୍କାର ଲୋକ ସଂଖ୍ୟା ସହ ପ୍ରାୟ ସମାନ । ଏହା ଭରତର ୬୪୦ଟି ଜିଲ୍ଲା ମଧ୍ୟରୁ ଲୋକ ସଂଖ୍ୟା ଦ୍ରୁଷ୍ଟିରୁ ୪୯୪ ତମ ସ୍ଥାନରେ ରହିଥିଲା । ଏହି ସ୍ଥାନର ଜନ ଘନତ୍ୱ ପ୍ରତି ବର୍ଗ କିଲୋମିଟରରେ ୫୩୭ [3]ହେଇଥିବା ବେଳେ ଜନସଂଖ୍ୟା ବୃଦ୍ଧି ହାର ୨୧.୧୮% ଥିଲା । ପୁରୁଷ ଓ ମହିଳା ଅନୁପାତ ୧୦୦୦ରେ ୮୮୩ । [3]ସାକ୍ଷ୍ୟରତା ହାର ୫୭.୯୮ % ଯାହା ପୂର୍ବ ଅପେକ୍ଷ୍ୟା ୨.୧୮% ବୃଦ୍ଧି ଘଟିଥିଲା ।
ବୁଡଗାମରେ ଶିକ୍ଷା
ବୁଡଗାମ ଜିଲ୍ଲାରେ ସରକାରୀ ଓ ପବ୍ଲିକ ସ୍କୁଲ ସମୁଦାୟ ୯୮ଟି ଥିବା ବେଳେ ସେ ମଧ୍ୟରୁ ୩୩ଟି ଉତ୍ଛ ମାଧ୍ୟମିକ ସ୍କୁଲ ।ଏଠାରେ ଥିବା R॰P॰M॰ ସ୍କୁଲ କାଶ୍ମୀରରେ ଖ୍ଯାତି ଅର୍ଜନ କରି ଏହି ଜିଲ୍ଲାରେ ଶିକ୍ଷାର ପ୍ରସାର ପାଇଁ ଭୂମିକା ନେଇଥାଏ । ଏହା ଛଡା ବୁଡଗାମରେ ଏକ ସରକାରୀ ଡିଗ୍ରୀ କଲେଜ ମଧ୍ୟ ରହିଛି ।
କାଶ୍ମୀର ଉପତ୍ୟକାର ଏକମାତ୍ର ବିମାନ ବନ୍ଦର ବୁଡଗାମଠାରେ ଅଛି । ଜିଲ୍ଲାରେ ଦୁଧପଥରି , ଯୂଷମାର୍ଗ, ତୋଷା ମଇଦାନ , ନୀଳନାଗ ପରି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ସବୁ ରହିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.