![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/21/Pandharpur_2013_Aashad_-_panoramio_%252810%2529_%2528cropped%2529.jpg/640px-Pandharpur_2013_Aashad_-_panoramio_%252810%2529_%2528cropped%2529.jpg&w=640&q=50)
ବିଠୋବା ମନ୍ଦିର
ଏହା ଭାରତର ମହାରାଷ୍ଟ୍ର ପ୍ରଦେଶର ପନ୍ଧରପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । / From Wikipedia, the free encyclopedia
ବିଠୋବା ମନ୍ଦିର, ବିଠୋବା-ରୁକ୍ମିଣୀ ମନ୍ଦିର ନାମରେ ମଧ୍ୟ ଜଣାଶୁଣା ((ମରାଠୀ: श्री विठ्ठल-रूक्मिणी मंदिर),(କନ୍ନଡ଼: ಶ್ರೀ ವಿಠ್ಠಲ - ರುಕ್ಮಿಣೀ ದೇವಸ್ಥಾನ) ଭାରତର ମହାରାଷ୍ଟ୍ର ପ୍ରଦେଶର ପନ୍ଧରପୁରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ବିଠୋବା (ବିଷ୍ଣୁ ବା କୃଷ୍ଣ) ଓ ତାଙ୍କ ପତ୍ନୀ ରୁକ୍ମିଣୀଙ୍କର ଏହା ଏକ ମୁଖ୍ୟ ଉପାସନା ସ୍ଥଳ । ଐତିହାସିକ ବ୍ୟକ୍ତି ପୁଣ୍ଡାଳିକଙ୍କ ପ୍ରରୋଚନାରେ ମହାରାଷ୍ଟ୍ରର ହୟେଶାଲା ସାମ୍ରାଜ୍ୟର (Hoysala) ରାଜା ବିଷ୍ଣୁବର୍ଦ୍ଧନ ଏହି ମନ୍ଦିର ନିର୍ମାଣ କରେଇଥିଲେ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ୧୨୩୭ ମସିହାରେ ରାଜା ବୀର ସୋମେଶ୍ୱର ଏକ ଗ୍ରାମ ଦାନ କରିଥିବା କଥା ମନ୍ଦିରର ଏକ ଶିଳାଲେଖରେ ଲିପିବଦ୍ଧ ଅଛି ।[2] ଏହି ମନ୍ଦିରକୁ ମହାରାଷ୍ଟ୍ରର ସର୍ବାଧିକ ଲୋକ ଆସନ୍ତି । ଶାୟାନି ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ଦିନ ଲୋକମାନେ ଦଳ ଦଳ ହୋଇ ଡିଣ୍ଡି ଶୋଭାଯାତ୍ରାରେ ମନ୍ଦିରକୁ ଯାତ୍ରା କରନ୍ତି । ପନ୍ଧରପୁରର ଚନ୍ଦ୍ରଭାଗା ନଦୀରେ ବୁଡ଼ ପକେଇଲେ ସକଳ ପାପ ନାଶ ହେଉଥିବା ବିଶ୍ୱାସ କରାଯାଏ । ସମସ୍ତ ଭକ୍ତଙ୍କୁ ବିଠୋବାଙ୍କ ପାଦ ସ୍ପର୍ଶ କରିବାକୁ ଅନୁମତି ଦିଆଯାଏ । ଭାରତରେ ୧୯୧୪ ମଇ ମାସରୁ ପ୍ରଥମ କରି ମହିଳା ଓ ଅନ୍ୟାନ୍ୟ ପଛୁଆ ଜାତିମାନଙ୍କୁ ଏଠାରେ ପୂଜକ ହେବାକୁ ଅନୁମତି ଦିଆଗଲା।[3][4][5][6][7]
ବିଠୋବା ମନ୍ଦିର | |
---|---|
Shri Vitthal-Rukmini Mandir | |
![]() Shri Vitthal Rukmini Devasthan | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Solapur |
ଦେବାଦେବୀ | Vithoba alias Vitthala |
Festivals | Aashadhi Ekadashi, Kartiki Ekadashi. |
Location | |
ସ୍ଥାନ | Pandharpur, Solapur, Maharashtra, India |
State | Maharashtra |
Country | India |
Location in Maharashtra | |
ଭୌଗଳିକ ଅବସ୍ଥିତି | 17.67°N 75.33°E / 17.67; 75.33 |
Architecture | |
Type | Hoysala Architecture |
Vishnuvardhana, Hoysala King[1] | |
Completed | 1108–1152 CE |
ମନ୍ଦିର କେତେକ ଭାଗ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲେ ମଧ୍ୟ ସପ୍ତଦଶ ଶତାବ୍ଦୀରେ ତିଆରି ହୋଇଥିବା ସୂଚନା ମିଳେ ଯାହା ଦାକ୍ଷିଣାତ୍ୟ ପଦ୍ଧତିରେ ତିଆରି ହୋଇଥିବା ଦେଖାଯାଏ ।[8]