ବଦ୍ରୀନାଥ ମନ୍ଦିର
ହିନ୍ଦୁଧର୍ମର ଚାରିଧାମରୁ ଅନ୍ୟତମ / From Wikipedia, the free encyclopedia
ବଦ୍ରିନାଥ ମନ୍ଦିର, ଉତ୍ତରାଖଣ୍ଡ ରାଜ୍ୟର ବଦ୍ରିନାଥଠାରେ ଅବସ୍ଥିତ। ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ । ହିନ୍ଦୁ ଧର୍ମ ବିଶ୍ୱାସରେ ଚାରି ଧାମ ଭିତରେ ଏକ ପ୍ରମୁଖ ଧାମ ବଦ୍ରିନାଥ । ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ମନ୍ଦିରରେ ପୂଜା ପାଆନ୍ତି ବିଷ୍ଣୁଙ୍କ ମୂର୍ତ୍ତି ବଦ୍ରିନାରାୟଣ । କଳା ଶାଳଗ୍ରାମ ପଥରରେ ନିର୍ମିତ ଏକ ମିଟର ଉଚ୍ଚର ବିଷ୍ଣୁ ମୂର୍ତ୍ତି ସ୍ୱୟଂ ଆବିର୍ଭୂତ ହୋଇଥିବା କୁହାଯାଏ । ସେଥିଲାଗି ଏହି କ୍ଷେତ୍ର ହେଉଛି ଅଷ୍ଟ ସ୍ୱୟଂବ୍ୟକ୍ତ କ୍ଷେତ୍ର ମଧ୍ୟରେ ଅନ୍ୟତମ I ମନ୍ଦିରରେ ବଦ୍ରିବୃକ୍ଷ ତଳେ ଧ୍ୟାନମଗ୍ନ ଅବସ୍ଥାରେ ବସିଛନ୍ତି ଭଗବାନ ବଦ୍ରିନାରାୟଣ । ମସ୍ତକ ଉପରେ ରହିଛି ସ୍ୱର୍ଣ୍ଣ ଚାନ୍ଦୁଆ । ଅତ୍ୟଧିକ ଥଣ୍ଡା ଯୋଗୁଁ ୬ମାସ ବନ୍ଦ ରହେ ବଦ୍ରିନାଥ ମନ୍ଦିର ଏବଂ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଆନ୍ତି ନିକଟବର୍ତ୍ତୀ ଜ୍ୟୋତିର୍ମଠରେ । ମନ୍ଦିରକୁ ଉଠିବା ପୂର୍ବରୁ ସ୍ନାନ ଗୃହ ପରିସରରେ ଥିବା ତପ୍ତକୁଣ୍ଡରେ ସ୍ନାନ କରନ୍ତି ଭକ୍ତ । ଯାହାର ଜଳ ବର୍ଷସାରା ରହିଥାଏ ୪୫ଡିଗ୍ରି ସେଣ୍ଟିଗ୍ରେଡ୍ । ଏହି ଜଳରେ ଔଷଧୀୟ ଗୁଣ ଥାଏ ବୋଲି କହାଯାଏ ।
ବଦ୍ରୀନାଥ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | ବଦ୍ରିନାଥ |
State | ଉତ୍ତରାଖଣ୍ଡ |
Country | ଭାରତ |
Architecture | |
ଆଦି ଶଙ୍କରାଚାର୍ଯ୍ୟ |
ଚାରି ଧାମବଦ୍ରୀନାଥ • ରାମେଶ୍ଵରମ ଦ୍ଵାରକା • ପୁରୀ |
---|