ଫ୍ଲୋଟର
ପ୍ରଭାବିତ ଲୋକକୁ ତାହାର ଆଖିରେ କିଛି ଦାଗ ଭାସିଲା ଭଳି ଦେଖାଯାଏ । / From Wikipedia, the free encyclopedia
ଫ୍ଲୋଟର ହେଉଛି ଛୋଟ ଛୋଟ ଦାଗ ବା ରେଖା ଯାହା ଧୀରେ ଧୀରେ ଜଣେ ବ୍ୟକ୍ତିର ଦୃଷ୍ଟି ସହିତ ଗତି କରୁଥିବା ଦେଖାଯାଏ ।[1] ସେଗୁଡ଼ିକ ସାଧାରଣତଃ ବ୍ୟକ୍ତିଙ୍କ ଆଖିରେ ଗତି କରନ୍ତି ।[1] ହାଲୁକା ରଙ୍ଗର ପୃଷ୍ଠକୁ ଦେଖିବାବେଳେ ସେମାନେ ଅଧିକ ଆଖିଦୃଶିଆ ହୋଇପାରନ୍ତି ।[1] ଅନ୍ୟାନ୍ୟ ଲକ୍ଷଣ ମୂଳ କାରଣ ଉପରେ ନିର୍ଭର କରେ ।[2] ସାଧାରଣତଃ ୩ ମାସ ମଧ୍ୟରେ ଉନ୍ନତି ହୁଏ ।[4]
Floaters | |
---|---|
Eye floaters, vitreous floaters, myodesopsia, myodaeopsia, myiodeopsia, myiodesopsia, muscae volitantes, mouches volantes | |
![]() Simulated image of separated, unclumped floaters against a blue sky | |
ବିଭାଗ | Ophthalmology |
ଲକ୍ଷଣ | Spots or lines that move across a person's vision[1] |
କାରଣ | Unknown, eye infection, injury, uveitis, vitreous detachment, retinal detachment[1][2] |
ବିପଦ କାରକ | Nearsighted, diabetes, and cataract surgery.[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Dilated eye exam[1] |
ସଠିକ ରୋଗ ନିର୍ଣ୍ଣୟ | Migraine aura[3] |
ଚିକିତ୍ସା | Based on the underlying cause, often none[1] |
Prognosis | Generally good[4] |
ପୁନଃପୌନିକ | Common[1] |
ଅଧିକାଂଶ କ୍ଷେତ୍ରରେ ଏହାର କାରଣ ହେଉଛି ଭିଟ୍ରିଅସ ସଙ୍କୋଚନ ଯାହା ଏକ ଅଜ୍ଞାତ କାରଣରୁ ହୋଇଥାଏ ବା ଏକ ପୃଷ୍ଠଭାତର ଭିଟ୍ରିଅସ୍ ବିଚ୍ଛିନ୍ନତା । [2] [4] ସମୀପଦୃଷ୍ଟି, ମଧୁମେହ ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଯୋଗ ଫ୍ଲୋଟର ହେବାର ଆଶଙ୍କା ରହିଛି । [1] ଅନ୍ୟାନ୍ୟ କାରଣ ମଧ୍ୟରେ ଆଖି ସଂକ୍ରମଣ, ଆଘାତ, ୟୁଭାଇଟିସ୍, ଭିଟ୍ରଏସ୍ ବିଚ୍ଛିନ୍ନତା କିମ୍ବା ରେଟିନା ବିଚ୍ଛିନ୍ନତା ଅନ୍ତର୍ଭୁକ୍ତ ହୋଇପାରେ। [1] ଏକ ବିସ୍ଫାରିତ ଚକ୍ଷୁ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[1]
କାରଣ ଉପରେ ଚିକିତ୍ସା ନିର୍ଭର କରେ; ଯଦିଓ ଅଧିକାଂଶ କାରଣରେ ନିର୍ଦ୍ଦିଷ୍ଟ କିଛି ଆବଶ୍ୟକ ହୁଏ ନାହିଁ ।[1] ବେଳେବେଳେ ଗୁରୁତର ଅବସ୍ଥାରେ ଏକ ପ୍ରକାର ଭିଟ୍ରେକ୍ଟୋମି ଅସ୍ତ୍ରୋପଚାର ପରାମର୍ଶ ଦିଆଯାଇପାରେ ।[1] ରେଟିନାଲ୍ କ୍ଷତ କିମ୍ବା ଭିଟ୍ରିଅସ ରକ୍ତସ୍ରାବକୁ ଏଡ଼ାଇବା ପାଇଁ ବାରମ୍ବାର ପରୀକ୍ଷା କରାଯାଇପାରେ ।[4] ଅଧିକାଂଶ ଲୋକ ଜୀବନର କିଛି ସମୟରେ ପ୍ରଭାବିତ ହୁଅନ୍ତି | [1] ବୟସ ବୃଦ୍ଧି ସହିତ ସେମାନେ ଅଧିକ ସାଧାରଣ ହୁଅନ୍ତି ।[1]