![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/66/Proguanil.svg/langor-640px-Proguanil.svg.png&w=640&q=50)
ପ୍ରୋଗୁଆନିଲ
From Wikipedia, the free encyclopedia
ପ୍ରୋଗୁଆନିଲ (ଇଂରାଜୀ ଭାଷାରେ Proguanil, ଅନ୍ୟ ନାମ କ୍ଲୋରୋଗୁଆନାଇଡ/କ୍ଲୋରଗୁଆନାଇଡ) ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଅଧିକାଂଶ କ୍ଷେତ୍ରରେ ଏହା କ୍ଲୋରୋକୁଇନ ବା ଆଟୋଭାକ୍ୱୋନ (atovaquone) ସହିତ ଦିଆଯାଏ ।[3][4] ସାମାନ୍ୟ କ୍ଲୋରୋକୁଇନ ଅବରୋଧ (resistant) କେଶ୍ରେ କ୍ଲୋରୋକୁଇନ ସହିତ ପ୍ରୋଗୁଆନିଲ ଦିଆଯାଏ । [4] ଏହା ପାଟିରେ ଦିଆଯାଏ ।[5]
![]() | |
Clinical data | |
---|---|
Trade names | Paludrine, others |
Synonyms | chlorguanide, chloroguanide[1] |
AHFS/Drugs.com | Micromedex Detailed Consumer Information |
Routes of administration | By mouth (tablets) |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 75% |
Metabolism | By liver (CYP2C19) |
Metabolites | cycloguanil and 4-chlorophenylbiguanide |
Elimination half-life | 12–21 hours[2] |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.007.196 ![]() |
Chemical and physical data | |
Formula | C11H16ClN5 |
Molar mass | 253.731 g/mol |
3D model (JSmol) | |
Melting point | 129 °C (264 °F) |
SMILES
| |
InChI
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କୋଷ୍ଠକାଠିନ୍ୟ, ଚର୍ମରାସ, କେଶହାନୀ ଓ ଗଲୁ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ମ୍ୟାଲେରିଆ ସାଂଘାତିକ ହେଉଥିବାରୁ ଔଷଧ ସଙ୍କଟ ଅପେକ୍ଷା ଉପକାର ଅଧିକ ଜଣାପଡ଼େ । ଗର୍ଭାବସ୍ଥାରେ ବ୍ୟବହାର କଲେ ଏହା ସହିତ ଫୋଲେଟ (folate) ଦିଆଯାଏ । ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[4] ଯକୃତରେ ଏହା ପରିବର୍ତ୍ତିତ ହୋଇ ସକ୍ରିୟ ସାଇକ୍ଲୋଗୁଆନିଲ (cycloguanil) ଚୟାପଚୟଜରେ (metabolite) ପରିଣତ ହୁଏ ।[3]
ପ୍ରୋଗୁଆନିଲ ଅତି କମ୍ରେ ସନ ୧୯୪୫ରୁ ଅନୁଶୀଳନ ହୋଇଆସିଛି ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ଦିନର ହୋଲସେଲ ମୂଲ୍ୟ ପ୍ରାୟ ୦.୧୦ରୁ ୦.୫୦ ଆମେରିକୀୟ ଡଲାର ।[5] କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ମିଶ୍ରିତ ଭାବରେ ଆଟୋଭାକ୍ୱୋନ/ପ୍ରୋଗୁଆନିଲ (atovaquone/proguanil) ଆକାରରେ ମିଳେ ।[8]