![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f1/Chloroquine.svg/langor-640px-Chloroquine.svg.png&w=640&q=50)
କ୍ଲୋରୋକ୍ୱିନ
From Wikipedia, the free encyclopedia
କ୍ଲୋରୋକ୍ୱିନ ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ଯେଉଁଠାରେ ଏହି ଔଷଧର ପ୍ରଭାବ ଥାଏ ।[1] କେତେକ ଧରଣର ମ୍ୟାଲେରିଆ, ପ୍ରତିରୋଧକାରୀ ଜାତି ଓ ଜଟିଳ କେଶ୍ ଥଲେ ଅନ୍ୟ ଔଷଧ ବା ଅଧିକ ଔଷଧ ଆବଶ୍ୟକ ହୁଏ । ମ୍ୟାଲେରିଆ ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦମାଟୋସିସ ଓ ଅନ୍ତନଳୀ ବାହାରେ ହେଉଥିବା ଆମିବା ବ୍ୟାଧି (amebiasis) ରୋଗମାନଙ୍କରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ । [1]
![]() | |
Clinical data | |
---|---|
Pronunciation | /ˈklɔːrəkwɪn/ |
Trade names | Aralen |
AHFS/Drugs.com | monograph |
data |
|
ATC code |
|
Legal status | |
Legal status |
|
Pharmacokinetic data | |
Metabolism | Liver |
Elimination half-life | 1–2 months |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
NIAID ChemDB | |
ECHA InfoCard | 100.000.175 ![]() |
Chemical and physical data | |
Formula | C18H26ClN3 |
Molar mass | 319.872 g/mol |
3D model (JSmol) | |
SMILES
| |
InChI
| |
(verify) |
ମାଂସପେଶୀ ସମସ୍ୟା, ଅରୁଚି, ତରଳ ଝାଡ଼ା ଓ ଚର୍ମ ପିତ୍ତିକା ବା ରାସ୍ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଦୃଷ୍ଟି ସମସ୍ୟା, ମାଂସପେଶୀ କ୍ଷତି, ଅପସ୍ମାର ବାତ ଓ ସ୍ୱଳ୍ପ ରକ୍ତ କଣିକା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼ୁଥିଲେ ମଧ୍ୟ ସେ ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । କ୍ଲୋରୋକ୍ୱିନ ଔଷଧ ୪- ଆମିନୋକ୍ୱିନୋଲିନ ଶ୍ରେଣୀର ଏକ ଔଷଧ । ଅଲୈଙ୍ଗିକ (asexual) ମ୍ୟାଲେରିଆ ପରଜୀବି ଉପରେ ଏହା କାମ କରେ ।[1]
ସନ ୧୯୩୪ରେ କ୍ଲୋରୋକ୍ୱିନ ଆବିଷ୍କୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୪ ଆମେରିକୀୟ ଡଲାର ।[4] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୫.୩୦ ଆମେରିକୀୟ ଡଲାର ।[1]