ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ପ୍ରାଜୋସିନ (ଇଂରାଜୀ ଭାଷାରେ Prazosin) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ବର୍ଦ୍ଧିତ ପ୍ରୋସ୍ଟେଟ (enlarged prostate) ଓ ଆଘାତପର ଚାପ ବା ପିଟିଏସଡି (posttraumatic stress disorder/ PTSD) ଆଦି ଅବସ୍ଥାର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[2] ଉଚ୍ଚ ରକ୍ତଚାପ ନିମନ୍ତେ ଏହା କମ ପସନ୍ଦ କରାଯାଏ ।[2] ହୃଦ୍ପାତ ଓ ରେନଡ ସିଣ୍ଡ୍ରୋମ ରୋଗ ଚିକିତ୍ସାରେ ମଧ୍ୟ ଦିଆଯାଏ ।[3] ଏହା ପାଟିରେ ଦିଆଯାଏ ।[2]
Clinical data | |
---|---|
Synonyms | Minipress, Vasoflex, Lentopres, others |
AHFS/Drugs.com | monograph |
MedlinePlus | a682245 |
data |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~60% |
Protein binding | 97% |
Onset of action | 30–90 minutes[1] |
Elimination half-life | 2–3 hours |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.038.971 |
Chemical and physical data | |
Formula | C19H21N5O4 |
Molar mass | ୩୮୩.୪୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ପ୍ରାଜୋସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରାଳୁ ଭାବ, ଅଇ, ହୃତ୍ପିଣ୍ଡ ପାଲପିଟେସନ ବା ଛାତି ଧଡ଼୍ ଧଡ଼୍ ହୁଏ ।[2] ପ୍ରତିକ୍ରିୟା ସାଂଘାତିକ ହେଲେ ଠିଆ ହେଲେ ଅଳ୍ପ ରକ୍ତଚାପ (low blood pressure with standing) ଓ ଅବସାଦ ହୋଇପାରେ ।[2][3] ପ୍ରାଜୋସିନ ଏକ ଆଲଫା-୧ ବ୍ଲକର (α1-blocker) ଔଷଧ ।[2] ଏହା ରକ୍ତ ନଳୀମାନଙ୍କୁ (blood vessels) ସ୍ଫୀତ କରି ରକ୍ତଚାପ କମାଏ ଓ ପ୍ରୋସ୍ଟେଟକୁ ଶିଥିଳ କରି ମୂତ୍ର ବାହାରିବାରେ ସାହାଯ୍ୟ କରେ ।[2] ପିଟିଏସଡି ଅବସ୍ଥାରେ କାମ କରିବା ଶୈଳୀ ଅସ୍ପଷ୍ଟ ଅଛି ।[2]
ପ୍ରାଜୋସିନ ସନ ୧୯୬୫ରେ ପେଟେଣ୍ଟ ହେବା ପରେ ସନ ୧୯୭୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [4] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ସନ ୨୦୧୯ରେ ଏହାର ଏକ ମାସର ଡୋଜ ପିଛା ପ୍ରାୟ ୩.୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[5] ସନ ୨୦୧୬ରେ ଏହାର ୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୨୦ତମ ସ୍ଥାନରେ ଥଲା ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.