![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/11/Posaconazole.svg/langor-640px-Posaconazole.svg.png&w=640&q=50)
ପୋସାକୋନାଜୋଲ
From Wikipedia, the free encyclopedia
ପୋସାକୋନାଜୋଲ, ଅନ୍ୟମାନଙ୍କ ମଧ୍ୟରେ ନୋକ୍ସାଫିଲ୍ ଏକ ବିକ୍ରୟ ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଥ୍ରଶ୍, ଆସ୍ପର୍ଗିଲୋସିସ, ମ୍ୟୁକରମାଇକୋସିସ୍, କୋକସିଡିଓଇଡୋମାଇକୋସିସ୍, ଫୁସାରିଓସିସ୍ ଏବଂ କ୍ରୋମୋବ୍ଲାଷ୍ଟୋମାଇକୋସିସ୍ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହାର କରାଯାଏ ।[2] [3] ଯେତେବେଳେ ଅନ୍ୟ ଚିକିତ୍ସା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[2] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଓ ଆବଶ୍ୟକ ମତେ ପାଟିରେ ଦିଆଯାଏ ।[2]
![]() | |
![]() | |
Clinical data | |
---|---|
Trade names | Noxafil, Posanol, others |
AHFS/Drugs.com | monograph |
MedlinePlus | a607036 |
data |
|
Pregnancy category | |
Routes of administration | By mouth (oral suspension, delayed-release tablets), IV |
Legal status | |
Legal status |
|
Pharmacokinetic data | |
Bioavailability | High |
Protein binding | 98 to 99% |
Metabolism | Liver (glucuronidation) |
Elimination half-life | 16 to 31 hours |
Excretion | Fecal (71–77%) and kidney (13–14%) |
Identifiers | |
IUPAC name
| |
ECHA InfoCard | 100.208.201 ![]() |
Chemical and physical data | |
Formula | C37H42F2N8O4 |
Molar mass | 700.778 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଜ୍ୱର ଏବଂ ଯକୃତ ସମସ୍ୟା ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ ।[3] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ, ପ୍ରାରମ୍ଭିକ ଗର୍ଭଧାରଣରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[3] ଏହା ଏକ ଆଜୋଲ ପରିବାରର ଔଷଧର ଯାହା ଲାନୋଷ୍ଟେରଲ୍ ୧୪ ଆଲଫା-ଡେମେଥାଇଲେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[3]
୨୦୦୫ ମସିହାରେ ୟୁରୋପରେ ଏବଂ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋସାକୋନାଜୋଲ୍ ଅନୁମୋଦିତ ହୋଇଥିଲା ।[2] [3] ଏହାର ମୂଳ ବା ଜେନେରିକ୍ ସଂସ୍କରଣଗୁଡିକ ଅନୁମୋଦିତ ହୋଇଛି।[4] [5] ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୨୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୦୦ପାଉଣ୍ଡ ଥିଲା ।।[5] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧୦ ଡଲାର ଅଟେ ।[6]