ପୋମେରାନିଆନ (କୁକୁର)
କୁକୁର ପ୍ରଜାତି ପୋମେରାନିଆ ହେଉଛି ସ୍ପିଜ୍ ପ୍ରକାରର କୁକୁରର ଏକ ପ୍ରଜାତି ଯାହା ଉତ୍ତର-ପଶ୍ଚିମ ପୋଲାଣ୍ଡର ପୋମ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ପୋମେରାନିଆନ | ||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Other names | Deutscher Spitz; Zwergspitz; Dwarf-Spitz | |||||||||||||||||||||||||
Common nicknames | Pom-Dog, Pom-Pom, Pom, Zwers, Tumbleweed | |||||||||||||||||||||||||
Origin | Pomerania | |||||||||||||||||||||||||
| ||||||||||||||||||||||||||
| ||||||||||||||||||||||||||
Domestic dog (Canis lupus familiaris) |
ପୋମେରାନିଆନ ବା ପୋମ (ଇଂରାଜୀ ଭାଷାରେ The Pomeranian or Pom) ଏକ ସ୍ପିଜ (Spitz) କିସମର କୁକୁର ଯାହାର ନାମକରଣ ମଧ୍ୟ ୟୁରୋପର ପୋମେରାନିଆ ସ୍ଥାନ ଅନୁସାରେ କରାଯାଇଛି; ସେହି ସ୍ଥାନ ଉତ୍ତର ପଶ୍ଚିମ ପୋଲାଣ୍ଡ ଓ ଉତ୍ତର ପୂର୍ବ ଜର୍ମାନୀରେ ଅବସ୍ଥିତ । ଏହାର ଛୋଟ ଆକାର ହେତୁ ଖେଳନା କୁକୁର ପ୍ରଜାତି ଭାବରେ ଶ୍ରେଣୀଭୁକ୍ତ, ଯେହେତୁ ଏହା ବଡ଼ ଆକାରର ସ୍ପିଜର ବଂଶଧର ଓ ବିଶେଷତଃ ଜର୍ମାନ ସ୍ପିଜ (German Spitz) । ଫେଡେରେସନ ସାଇନୋଲୋଜିକ ଇଣ୍ଟରନ୍ୟାସନାଲ ଏହା ନିଶ୍ଚିତ କରିଛି ଯେ ଏହା ଜର୍ମାନ ସ୍ପିଜର ଅଂଶ ଓ ଅନେକ ଦେଶମାନଙ୍କରେ ଏହାକୁ ବାମନ ସ୍ପିଜ (Zwergspitz ("Dwarf-Spitz") ନାମରେ ଡାକନ୍ତି ।
ଏହି ପ୍ରଜାତି ଅଷ୍ଟାଦଶ ଶତାବ୍ଦୀରୁ ଅନେକ ରାଜାରାଜୁଡ଼ା ପରିବାରଦ୍ୱାରା ଲୋକପ୍ରିୟ ହୋଇପାରିଛି । ରାଣୀ ଭିକ୍ଟୋରିଆ ଏହିଭଳି ଗୋଟିଏ ଛୋଟ ପୋମେରିଆନ ରଖିବା ପରେ ଏହି ଛୋଟ କୁକୁର ସାରା ପୃଥିବୀରେ ଜନପ୍ରିୟ ହୋଇଗଲା । କେବଳ ରାଣୀ ଭିକ୍ଟୋରିଆଙ୍କ ଜୀବଦ୍ଦସାରେ, ପ୍ରଜାତିର ଆକାର ଅଧା ହୋଇଯାଇଥିଲା । ମୋଟାମୋଟି ପୋମେରାନିଆନ ଏକ ସୁସ୍ଥ ତଗଡ଼ା କିସମର କୁକୁର । ଏହାର ସ୍ୱାସ୍ତ୍ୟ ସମସ୍ୟାରେ ଢିଲା ପାଟେଲା (luxating patella) ଓ ଶ୍ୱାସନଳୀ ସଂକୋଚନ (tracheal collapse) ହୋଇପାରେ । କ୍ୱଚିତ୍ ଆଲୋପେସିଆ ଏକ୍ସ ଦେଖାଯାଏ ଯାହା ଏକ ଚର୍ମ ରୋଗ ଓ କଥାଛଳରେ ଏହାକୁ 'କଳା ଚର୍ମ ରୋଗ' କହନ୍ତି । ଏହି ଜେନେଟିକ ରୋଗ ହେବା ଫଳରେ କୁକୁର ଦେହର ରଙ୍ଗ କଳା ହୋଇଯାଏ ଓ ସମସ୍ତ ବା ଅଧିକାଂଶ ରୁମ ଝଡ଼ିଯାଏ [2] ସନ ୨୦୧୩ର ପରିସଂଖ୍ୟାନ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ପଚାଶ ଲୋକପ୍ରିୟ କୁକୁରଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ସନ ୧୯୯୮ ପରଠାରୁ ଏହି ଅଭିଜାତର କୁକୁର ରଖିବା ଏକ ଫେସନ ହୋଇ ପୃଥିବୀରେ ଲୋକପ୍ରିୟ ହୋଇଛି ।