From Wikipedia, the free encyclopedia
ପେଣ୍ଟାମିଡିନ (ଇଂରାଜୀ ଭାଷାରେ Pentamidine)ଏକ ଔଷଧ ଯାହା ଆଫ୍ରିକୀୟ ଟ୍ରିପାନୋସୋମିଆସିସ, ଲିସମାନିଆସିସ, ବାବେସିଓସିସ (babesiosis) ରୋଗମାନଙ୍କ ଚିକିତ୍ସା ନିମନ୍ତେ ଦିଆଯାଏ ଓ ଇମ୍ମ୍ୟୁନିଟି ଅଭାବଗ୍ରସ୍ତ ଲୋକଙ୍କୁ ହେଉଥିବା ନିମୋସିସ୍ଟିସ ନିମୋନିଆ (pneumocystis pneumonia) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ଆଫ୍ରିକୀୟ ଟ୍ରିପାନୋସିମିଆସିସ ରୋଗରେ କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ପ୍ରଭାବିତ ହେବା ପୂର୍ବରୁ ଦିଆଯାଏ ଓ ସୁରାମିନର ଦ୍ୱିତୀୟ ବିକଳ୍ପ ଭାବରେ ଦିଆଯାଏ । ଉଭୟ ଭିସେରାଲ ଲିସମାନିଆସିସ (visceral leishmaniasis) ଓ ଚର୍ମ ଲିସମାନିଆସିସ (cutaneous leishmaniasis) ରୋଗ ନିମନ୍ତେ ଦିଆଯାଏ । ପେଣ୍ଟାମିଡିନ ଇଞ୍ଜେକସନ ଆକାରରେ ଶିରାରେ ବା ମାଂସପେଶୀରେ ଦିଆଯିବା ସହିତ ଆଘ୍ରାଣ (inhalation) କରିବା ଉପାୟରେ ମଧ୍ୟ ଦିଆଯାଏ । [1]
Clinical data | |
---|---|
Trade names | ବ୍ୟବସାୟୀକ ନାମ - ନେବୁପେଣ୍ଟ (Nebupent), ପେଣ୍ଟାମ (Pentam) ଓ ଅନ୍ୟାନ୍ୟ[1] |
Synonyms | ପ୍ରତିଶବ୍ଦ - ପେଣ୍ଟାମିଡିନ ଡାଇସେଥିଓନେଟ (pentamidine diisethionate), ପେଣ୍ଟାମିଡିନ ଡାଇମେସିଲେଟ (pentamidine dimesilate) |
AHFS/Drugs.com | monograph |
Pregnancy category |
|
Routes of administration | ଶିରାଭ୍ୟନ୍ତରରେ (IV), ମାଂସପେଶୀରେ IM, ଆଘ୍ରାଣ ମାଧ୍ୟମରେ । |
ATC code | |
Legal status | |
Legal status |
|
Pharmacokinetic data | |
Protein binding | ୬୯% |
Elimination half-life | ୬.୪-୯.୪ ଘଣ୍ଟା |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.002.583 |
Chemical and physical data | |
Formula | C19H24N4O2 |
Molar mass | 340.42 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପ୍ରତିକ୍ରିୟା ମଧ୍ୟରେ ହାଇପୋଗ୍ଲାଇସେମିଆ, ଇଞ୍ଜେକସନ ନେଇଥିବା ଯାଗାରେ କଷ୍ଟ, ଅଇ, ବାନ୍ତି, ନିମ୍ନ ରକ୍ତଚାପ (low blood sugar) ଓ ବୃକ୍କ ସମସ୍ୟା ଦେଖାଯାଏ । ଆଘ୍ରାଣ ଜନିତ ପ୍ରତିକ୍ରିୟାରେ ଶବ୍ଦ ସହିତ ଲମ୍ବା ଶ୍ୱାସ (wheezing), କାଶ ଓ ଅଇ ଇତ୍ୟାଦି ଲକ୍ଷଣ ଦେଖାଯାଏ । ବୃକ୍କ ବା ଯକୃତ ସମସ୍ୟା ଥିଲେ ଏହି ଔଷଧ ମାତ୍ରା ପରିବର୍ତ୍ତନ କରିବା ବିଷୟରେ କୌଣସି ସ୍ପଷ୍ଟିକରଣ ନାହିଁ । ପ୍ରାକ୍ ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ କିନ୍ତୁ ଶେଷ ଅବସ୍ଥାରେ ଦିଆଯାଇପାରେ । [1] ସ୍ତନ୍ୟପାନ ସମୟରେ ମଧ୍ୟ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ ।[2]ଏହାର କାର୍ଯ୍ୟବିଧି ସ୍ପଷ୍ଟ ନଥିଲେ ମଧ୍ୟ ଡିଏନଏ, ଆରଏନଏ, ଓ ପ୍ରୋଟିନ ତିଆରି କମେଇ ଦେଉଥିବା ବିଶ୍ୱାସ କରାଯାଏ ।[1]
ପେଣ୍ଟାମିଡିନ ପ୍ରଥମେ ଡାକ୍ତରୀ ବ୍ୟବହାରରେ ସନ ୧୯୩୭ରେ ଆରମ୍ଭ ହେଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ପୃଥିବୀରେ ଯେଉଁ ସ୍ଥାନମାନଙ୍କରେ ପ୍ରବଳ ରୋଗ ହୁଏ, ସେଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) ଏହାକୁ ବିନାମୂଲ୍ୟରେ ବିତରଣ କରେ ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ପେଣ୍ଟାମିଡିନ ପାଉଡର ମୂଲ୍ୟ ଡୋଜ ପିଛା ୧୨୨.୮୪ ଓ ଗୋଟିଏ ଭାଏଲର ମୂଲ୍ୟ ୪୫.୩୧ଆମେରିକୀୟ ଡଲାର । [6] ପିସିପି ନିମୋନିଆ ରୋଗରେ ଉପକାରୀ ସାବ୍ୟସ୍ତ ହେବାରୁ ଏହାର ମୂଲ୍ୟ ଦଶ ଗୁଣରୁ ଅଧିକ ବଢ଼ିଗଲା । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.