![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/1e/Schematic_diagram_of_the_human_eye_en.svg/langor-640px-Schematic_diagram_of_the_human_eye_en.svg.png&w=640&q=50)
ପୃଷ୍ଠବର୍ତ୍ତୀ ଭିଟ୍ରିଅସ ବିଚ୍ଛିନ୍ନତା
ଏହା ଆଖିର ଏକ ଅବସ୍ଥା ଯେଉଁଥିରେ ରେଟିନାଠାରୁ ଭିଟ୍ରିଅସ ଅଲଗା ହୋଇଥାଏ । / From Wikipedia, the free encyclopedia
ପୃଷ୍ଠବର୍ତ୍ତୀ ପାର୍ଶ୍ୱ ଭିଟ୍ରିଅସ ବିଚ୍ଛିନ୍ନତା (ଇଂରାଜୀ ଭାଷାରେ Posterior vitreous detachment/ PVD) ହେଉଛି ଆଖିର ଏକ ଅବସ୍ଥା ଯେଉଁଥିରେ ରେଟିନାଠାରୁ ଭିଟ୍ରିଅସ ଅଲଗା ହୋଇଥାଏ ।[3] [4] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ସୀମାବର୍ତ୍ତି ଦୃଷ୍ଟିରେ ଫ୍ଲୋଟର ଏବଂ ଆଲୋକ ଧପଧପ ହୋଇପାରେ ।[1] ଏଥିରେ ଯନ୍ତ୍ରଣା ହୁଏ ନାହିଁ ।[3] କିଛି ମାସ ମଧ୍ୟରେ ଏହା ଉପଶମ ହୋଇଯାଏ ।[1] ରୋଗ ଜଟିଳ ହେଲେ ନେତ୍ରପଟଳ ସ୍ଖଳନ, ରେଟିନାଲ୍ ବିଚ୍ଛିନ୍ନତା, ମାକୁଲାର୍ ଛିଦ୍ର, ମାକୁଲାର୍ ପକ୍କର (Epiretinal membrane or macular pucker) ଏବଂ ଭିଟ୍ରିଅସ ରକ୍ତସ୍ରାବ ହୋଇପାରେ ।[1] [2]
Posterior vitreous detachment | |
---|---|
Vitreous detachment | |
![]() Schematic diagram of the human eye. | |
ବିଭାଗ | Opthalmology |
ଲକ୍ଷଣ | Floaters, flashes of light[1] |
ଆକ୍ରାନ୍ତ ସମୟ | >50 yr old[1] |
ବିପଦ କାରକ | Nearsightedness[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Dilated eye exam[1] |
ସଠିକ ରୋଗ ନିର୍ଣ୍ଣୟ | Migraine aura, uveitis, retinitis pigmentosa[2] |
ଚିକିତ୍ସା | None, surgery[1] |
Prognosis | Usually good[2] |
ପୁନଃପୌନିକ | Common[1] |
ସମୀପଦୃଷ୍ଟିରେ ଏହି ବିପଦ ଅନ୍ତର୍ଭୁକ୍ତ ହୋଇଥାଏ ।[1] ମୋତିଆବିନ୍ଦୁ ଅସ୍ତ୍ରୋପଚାର, ଆଘାତ, ୟୁଭିଆଇଟିସ ଏବଂ ଲେଜର କ୍ୟାପସୁଲୋଟୋମି ଅସ୍ତ୍ରୋପଚାର ପରେ ଏହାଆରମ୍ଭ ହୋଇପାରେ ।[2] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ବୟସ ସମ୍ବନ୍ଧୀୟ ଭିଟ୍ରାସ ନରମତାର ଭୂମିକା ଥାଇପାରେ ।[3] ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[1] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକ ମଧ୍ୟରେ ଅଲଟ୍ରାସାଉଣ୍ଡ ଏବଂ ଅପ୍ଟିକାଲ୍ ସମନ୍ୱୟ ଟୋମୋଗ୍ରାଫି କରାଯାଇପାରେ ।[2]
ଅଧିକାଂଶ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ ।[1] ଜଟିଳତାକୁ ଏଡ଼ାଇବା ପାଇଁ ୨ରୁ ୪ ସପ୍ତାହ ମଧ୍ୟରେ ରୋଗୀର ଅବସ୍ଥାକୁ ଅନୁସରଣ କରାଯାଇପାରେ।[2] ଫଳାଫଳ ସାଧାରଣତ ଭଲ ଅଟେ ।[2] ଯଦି ଏହି ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରେ, ତେବେ ଭିଟ୍ରେକ୍ଟୋମି ଚେଷ୍ଟା କରାଯାଇପାରେ ।[1]
ଲୋକଙ୍କ ବୟସ ବଢ଼ିବା ପରେ ପୃଷ୍ଠବର୍ତ୍ତୀ ଭିଟ୍ରିଅସ ବିଚ୍ଛିନ୍ନତା ସାଧାରଣ ହୋଇଥାଏ ।[1] ୫୦ ବର୍ଷରୁ ଅଧିକ ସଂଖ୍ୟକ ଲୋକମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[2] ମହିଳାମାନେ ଅଳ୍ପ ବୟସରେ ଅଧିକ ପ୍ରଭାବିତ ହୁଅନ୍ତି ।[2] ଏହାକୁ ପ୍ରଥମେ ୧୮୫୬ରେ ମଲେର ଏବଂ ୧୮୭୫ ମସିହାରେ ବ୍ରିଏରେ ବର୍ଣ୍ଣନା କରିଥିଲେ ।[2]