ପାରୋ ବିମାନ ବନ୍ଦର
ଭୁଟାନର ଏକ ବିମାନ ବନ୍ଦର / From Wikipedia, the free encyclopedia
ପାରୋ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର (ଇଂରାଜୀ ଭାଷାରେ Paro International Airport, ଯୋଂଗ୍ଖା ଭାଷାରେ སྤ་རོ་གནམ་ཐང༌, ଉଚ୍ଚାରଣ - ପାରୋ ଗ୍ନାମ୍ ଥାଂଗ୍) ଭୁଟାନର ଚାରୋଟି ବିମାନ ବନ୍ଦର ମଧ୍ୟରୁ ଏକ ଏବଂ ଦେଶର ଏକମାତ୍ର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର । ଏହାର IATA ବିମାନ ବନ୍ଦର କୋଡ଼୍ ହେଉଛି PBH ଓ ଏହାର ICAO ବିମାନ ବନ୍ଦର କୋଡ଼୍ ହେଉଛି VQPR । ପାରୋ ସହରରୁ ଏହା ୬ କିଲୋମିଟର ଦୂରରେ ପାରୋ ଛୁ ନଦୀର ଏକ ଗଭୀର ଉପତ୍ୟକାରେ ଅବସ୍ଥିତ । ବିମାନ ବନ୍ଦରକୁ ଘେରି ରହିଥିବା ପର୍ବତ ଶିଖରଗୁଡ଼ିକ ପ୍ରାୟ ୧୮୦୦୦ ଫୁଟ୍ ଉଚ୍ଚ । ତେଣୁ ପାରୋରେ ବିମାନ ଅବତରଣ ଓ ଆରୋହଣ କଷ୍ଟକର । ବିଶ୍ୱରେ ଏହାକୁ ବିମାନ ଚଳାଚଳ ଦୃଷ୍ଟିରୁ ଏକ କଷ୍ଟକର ବିମାନ ବନ୍ଦର ବୋଲି ଗଣନା କରାଯାଇଥାଏ ।[2] ୨୦୧୧ ମସିହା ସୁଦ୍ଧା ପାରୋରେ ବିମାନ ଚଳାଚଳ କରିବା ପାଇଁ ୧୨ରୁ କମ୍ ସଂଖ୍ୟକ ଅତି କୁଶଳୀ ବିମାନ ଚାଳକଙ୍କ ପାଖରେ ଅନୁମତି ପତ୍ର ରହିଥିଲା ।[3][4]
ପାରୋ ବିମାନ ବନ୍ଦର | |||
---|---|---|---|
IATA: none – ICAO: none | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ | ||
ସେବା | ଥିମ୍ପୁ ଓ ପାରୋ ଜିଲ୍ଲା | ||
ଅବସ୍ଥାନ | ପାରୋ ଜିଲ୍ଲା | ||
Hub for | ଭୁଟାନ ଏୟାର୍ଲାଇନ୍ସ, ଡ୍ରୁକ୍ ଏୟାର୍ | ||
ଉଚ୍ଚତା (ସମୁଦ୍ର ଠାରୁ) | ୭୩୩୨ ft / ୨୨୩୫ m | ||
ଦିଗବାରେଣି | 27°24′32″N 089°25′14″E | ||
Map | |||
ଭୁଟାନରେ ପାରୋ ବିମାନ ବନ୍ଦରର ଅବସ୍ଥିତି | |||
ରନବେ | |||
ଦିଗ | ଲମ୍ବ | ଭୂମି | |
m | ft | ||
୧୫/୩୩ | ୧୯୬୪ | ୬୪୪୫ | ଆସ୍ଫାଲ୍ଟ୍ (ପିଚୁ ପକ୍କା ସଡ଼କ) |
[1] |
ବିମାନ ଚଳାଚଳ ଦୃଷ୍ଟିରୁ ଭଲ ପାଣିପାଗ ଓ ମାନକ ଦୂରତା ପର୍ଯ୍ୟନ୍ତ ଦୃଶ୍ୟତା ଥିଲେ ହିଁ ପାରୋରେ ବିମାନ ଚଳାଚଳ ହୋଇଥାଏ । ଏହି କାରଣରୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ଭଲ ସୂର୍ଯ୍ୟାଲୋକ ସମୟରେ ହିଁ ପାରୋ ବିମାନ ବନ୍ଦରରେ ବିମାନ ଅବତରଣ ବା ଆରୋହଣ କରାଯାଇଥାଏ ।[5] ୨୦୧୧ ମସିହା ପର୍ଯ୍ୟନ୍ତ ପାରୋ ଭୁଟାନର ଏକ ମାତ୍ର ବିମାନ ବନ୍ଦର ଥିଲା ।[6] ସଡ଼କ ପଥରେ ପାରୋ ବିମାନ ବନ୍ଦରକୁ ପହଞ୍ଚି ହେବ । ପାରୋ ସହରରୁ ବିମାନ ବନ୍ଦରର ଦୂରତା ୬ କିଲୋମିଟର । ଭୁଟାନର ରାଜଧାନୀ ଥିମ୍ପୁରୁ ପାରୋ-ଥିମ୍ପୁ ସଡ଼କରେ ୫୪ କିଲୋମିଟର ଯାତ୍ରା କଲେ ପାରୋ ବିମାନ ବନ୍ଦରରେ ପହଞ୍ଚିହେବ ।