From Wikipedia, the free encyclopedia
ପଞ୍ଜିରି ପାକିସ୍ତାନ ଏବଂ ଭାରତର ପଞ୍ଜାବ ଅଞ୍ଚଳର ଏକ ଋତୁକାଳୀନ ଏକ ମୁଖ୍ୟ ଉପାଦାନ ଦ୍ରବ୍ୟ ।[1] ପଞ୍ଜିରି ବହୁ ପ୍ରକାରର ଜିନିଷ ଏବଂ ମସଲାକୁ ମିଶ୍ରଣ କରି ତିଆରି କରାଯାଉଥିବା ଏକ ପ୍ରକାରର ମିଠା ଚୁର୍ଣ୍ଣ ଅଟେ ଯାହା ଖାଇବାରେ କାମ ଦେଇଥାଏ । ଯେପରି ସତ୍ୟ ନାରାୟଣଙ୍କ ପୂଜା ପାଇଁ ତିଆରି ପଞ୍ଜିରି ; ପ୍ରସୂତ ଅଥବା ଦୁର୍ବଳ ଲୋକମାନଙ୍କୁ ଖାଇବାକୁ ଦିଆ ଯାଉଥିବା ପୌଷ୍ଟିକ ପଞ୍ଜିରି । ପୁର୍ବ ଉତ୍ତର-ପ୍ରଦେଶରେ ଅଟାରେ ପ୍ରସ୍ତୁତ ପଞ୍ଜିରିକୁ "ମନଭୋଗ" କୁହାଯାଏ । ଧନିଆରେ ପ୍ରସ୍ତୁତ ପଞ୍ଜିରିକୁ ମଧ୍ୟ ପ୍ରାୟତଃ ପଞ୍ଜିରି କୁହାଯାଏ ଯାହା ମୁଖ୍ୟତଃ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପ୍ରସାଦ ରୂପେ ପ୍ରଦାନ କରାଯାଏ ।
ପେସା ଧନିଆ, ଚିନି, ଏବଂ ଘିଅ ଏହାର ପ୍ରମୁଖ ମିଶ୍ରଣ କରାଯାଏ । ପ୍ରସୂତିକୁ ଖାଇବାକୁ ଦିଅ ଯାଉଥିବା "ସୋଂଠ"ର ଲଡୁ ମଧ୍ୟ କେବେ-କେବେ ଏଥିରେ ମିଳାଇ ଦିଆଯାଏ ।
ସର୍ବ ପ୍ରଥମେ ଏକ ଖୋପରାରେ ମେବାକୁ ପେଶି ଅଳ୍ପ ଆଞ୍ଚରେ କିଛି ସମୟ ଘାଣ୍ଟି ଦିଆଯାଏ । ଏବେ ସେଥିରେ ଧନିଆ ପାଉଡର ପକାଇ ୨-୫ ମିନିଟ ଭଲ ଭାବେ ମିଶ୍ରଣ କରାଯାଏ । ମିଶ୍ରଣ ଅଳ୍ପ ଥଣ୍ଡା ହେବାପରେ ଖୋପରାରେ ଚିନି ଢାଳି ମିଶ୍ରଣ କରାଯାଏ । ଏହାପରେ ଏହି ମିଶ୍ରଣରେ ପେଶା ଯାଇଥିବା ଅଳେଇଚ ଗୁଣ୍ଡ ପକାଇ ମିଶ୍ରଣକୁ ଏକତ୍ର କରାଯାଏ । ଏହା ପରେ ସୌନ୍ଦର୍ଯ୍ୟ ପାଇଁ ସତେଜ ଫଳକୁ ପକେଇ ସଜାଇ ଦିଆଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.