![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/07/Ganesha_pachayatana.jpg/640px-Ganesha_pachayatana.jpg&w=640&q=50)
ପଞ୍ଚଦେବତା
From Wikipedia, the free encyclopedia
ଶାସ୍ତ୍ରାନୁସାରେ ପଞ୍ଚଦେବତାଙ୍କୁ ପୂଜା କରିବାର ବିଧି ରହିଛି । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିବା ସମୟରେ ଏହି ପଞ୍ଚ ଦେବତାଙ୍କୁ ପୂଜା କରାଯାଇଥାଏ । ସେମାନେ ହେଲେ ଗଣେଶ, ବିଷ୍ଣୁ, ଶିବ, ଦୁର୍ଗା ଏବଂ ସୂର୍ଯ୍ୟଦେବ । କୁହାଯାଏ ଯେ ଆମ ଶରୀର ପଞ୍ଚ ତତ୍ତ୍ୱରେ ନିର୍ମିତ ଏବଂ ଏହି ପଞ୍ଚଦେବତା ଆମ ଶରୀରରେ ବିଦ୍ୟମାନ । ଗଣେଶଙ୍କୁ ଜଳ ତତ୍ତ୍ୱ କୁହାଯାଏ । କାରଣ ଏହାଙ୍କ ବାସସ୍ଥାନ ଜଳ ବୋଲି ଧରାଯାଏ । ଶ୍ରୀ ବିଷ୍ଣୁ ବାୟୁତତ୍ତ୍ୱ,ଶିବ ପୃଥିବୀ ତତ୍ତ୍ୱ, ଶ୍ରୀଦେବୀ ମା' ଅଗ୍ନୀ ତତ୍ତ୍ୱ ଏବଂ ସୂର୍ଯ୍ୟଦେବ ଆକାଶ ତତ୍ତ୍ୱ । ଆମ ଜୀବନ ଧାରଣ ପାଇଁ ସର୍ବପ୍ରଥମେ ଜଳର ଆବଶ୍ୟକତା ରହିଛି । ସେଥିପାଇଁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ । ବାୟୁ ସାକ୍ଷାତ ବିଷ୍ଣୁ ଦେବତା । ଏହିସବୁ ତତ୍ତ୍ୱଗୁଡିକ ଆମଶରୀରରେ ବିଦ୍ୟମାନ କାରଣ ଏହି ପଞ୍ଚ ଦେବତାଙ୍କୁ ପୂଜାକରିବାର ଅର୍ଥ ଆମେ ନିଜକୁ ହିଁ ପୂଜା କରୁ ବୋଲି ପୁରାଣ ବର୍ଣ୍ଣିତ ।
![Thumb image](http://upload.wikimedia.org/wikipedia/commons/thumb/0/07/Ganesha_pachayatana.jpg/320px-Ganesha_pachayatana.jpg)