[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts ଦୁର୍ଗା ସାଗର ମାଧବପସା ଦିଘି, Country ...
ଦୁର୍ଗା ସାଗର
ମାଧବପସା ଦିଘି
ହ୍ରଦ
Thumb
CountryBangladesh ବଙ୍ଗଳାଦେଶ
Divisionବରିସାଲ୍ ଡିଭିଜନ୍
Districtବରିସାଲ୍ ଜିଲ୍ଲା
Upazilaବାବୁଗଞ୍ଜ
Time zoneUTC+6 (BST)
Close

ଦୁର୍ଗା ସାଗର, ବଙ୍ଗଳାଦେଶର ଏକ ହ୍ରଦ । ଏହି ହ୍ରଦଟି ସେହି ସ୍ଥାନୀୟ ଅଞ୍ଚଳରେ ମଧବପସା ଦିଘି ନାମରେ ପରିଚିତ ।[1] ଏହି ହ୍ରଦଟି ଦକ୍ଷିଣ ବଙ୍ଗଳାଦେଶର ସବୁଠାରୁ ବଡ଼ ହ୍ରଦ ଅଟେ । ଏହି ହ୍ରଦଟି ସମୁଦାୟ ୨୫୦୦ ହେକ୍ଟର କ୍ଷେତ୍ରଫଳର ଜାଗା ଅକ୍ତିଆର କରିଛି । ବଙ୍ଗଳାଦେଶର ବାରିସାଲ୍ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୧ କିଲୋମିଟର ଦୂରରେ ଏହି ହ୍ରଦଟି ଅବସ୍ଥିତ । ରାଜା ଜୟ ନାୟରଣଙ୍କର ମାତା ରାଣୀ ଦୁର୍ଗାବତୀ ଦେବୀ ୧୭୮୦ ମସିହାରେ ଏହି ହ୍ରଦଟି ଖନନ କରାଇଥିଲେ । ଏହି ହ୍ରଦ ମଝିରେ ଏକ ଛୋଟ ଦ୍ୱୀପ ମଧ୍ୟ ରହିଛି । ଏହି ଦ୍ୱୀପଟିରେ ମୁଖ୍ୟତଃ ନଡ଼ିଆ ଗଛ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ହ୍ରଦଟିରେ ଏହାର ଆଖପାଖର ସାମୁଦ୍ରିକ ଖାଦ୍ୟ ପାଇଁ ଅଧିକ ପ୍ରସିଦ୍ଧ ।

ବୀବରଣୀ

ଏହି ହ୍ରଦଟି ସମୁଦାୟ ୨୫୦୦ ହେକ୍ଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଜାଗାରେ ଅବସ୍ଥିତ । ଏହି ହ୍ରଦର ଚାରି ଦିଗରେ ଚାରୋଟି ଇଟା ନିର୍ମିତ ଘାଟ ଥିଲା । ଏହି ଘାଟଗୁଡ଼ିକର ଦୈର୍ଘ୍ୟ ୧୫ ମିଟର ଲେଖାଏଁ ଥିଲା । ମାତ୍ର ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହି ଘାଟଗୁଡ଼ିକ ଉପରେ ପାଖରେ ଥିବା ଜଙ୍ଗଲର ଗଛଲତାଗୁଡ଼ିକ ମାଡ଼ିଯାଇଛି ।[2] ଏହି ଘାଟର ଚାରିପାଖରେ ଇଟାରେ ପାଚେରୀମାନ ନିର୍ମାଣ କରାଯାଇଛି । ଏହି ହ୍ରଦ ଭିତରକୁ ପ୍ରବେଶ କରିବାକୁ ହେଲେ ଏବେ ଶୁଳ୍କ ଲାଗୁ କରାଯାଇଛି । ଏହି ହ୍ରଦଟିର ମଧ୍ୟ ଭାଗରେ ଏକ କ୍ଷୁଦ୍ର ଦ୍ୱୀପ ଅଛି । ଏହି ଦ୍ୱୀପଟିରେ ମୁଖ୍ୟତଃ ନଡ଼ିଆ ଗଛସବୁ ରୋପଣ କରାଯାଇଛି । ୧୯୭୫ ମସିହାରେ ତ‌ତ୍‌କାଳୀନ ସରକାର ଏହି ହ୍ରଦଟିର ପୁନରୁଦ୍ଧାର ବେଳେ ସେହି ଦ୍ୱୀପଟିରେ ବଢ଼ିଥିବା ଅନାବଶ୍ୟକ ଜଙ୍ଗଲକୁ ସଫା କରି ନଡ଼ିଆଗଛ ସବୁ ଲଗାଇଥିଲେ ।[3]

ନିର୍ମାଣ

ଏହି ହ୍ରଦଟି ୧୭୮୦ ଖୀଷ୍ଟାବ୍ଦରେ ରାଜା ଜୟ ନାରାୟଣଙ୍କର ମାଆ ରାଣୀ ଦୁର୍ଗାବତୀ ଦେବୀଙ୍କଦ୍ୱାରା ଖନନ କରାଯାଇଥିଲା । ସେତେବେଳେ ସ୍ଥାନୀୟ ଲୋକଙ୍କ ପାଇଁ ଦେଖାଦେଉଥିବା ଜଳ ସମସ୍ୟାରେ ଦୂରୀକରଣ ପାଇଁ ସେ ଏହି ହ୍ରଦଟି ଖୋଳିବାର ନିଷ୍ପତ୍ତି ନେଇଥିଲେ । ରାଣୀ ଦୁର୍ଗାବତୀ ଦେବୀଙ୍କର ନାମ ଅନୁସାର ଏହି ହ୍ରଦଟିର ନାମ ଦୁର୍ଗା ସାଗର ଭାବରେ ନାମିତ ହୋଇଥିଲା । ସେତେବେଳେ ଏହାର ଚାରି ଦିଗରେ ଚାରୋଟି ଘାଟ ନିର୍ମାଣ କରାଯାଇଥିଲା । କିନ୍ତୁ ପରେ ସେ ଘାଟଗୁଡ଼ିକ ଧିରେ ଧିରେ ନଷ୍ଟ ହୋଇଯାଇଥିଲା । ୧୯୭୫ ମସିହାରେ ଏହି ଚାରୋଟି ଘାଟ ମଧ୍ୟରୁ ଦୁଇଟିକୁ ଉତ୍ତର ଏବଂ ପଶ୍ଚିମ ଦିଗରେ ଥିବା ଘାଟର ପୁନରୁଦ୍ଧାର କରାଯାଇଥିଲା । ବର୍ତ୍ତମାନ ଏହି ହ୍ରଦର ଚାରିକଡ଼ ଇଟା ନିର୍ମିତ ପାଚେରୀଦ୍ୱାରା ଘେରି ହୋଇ ରହିଛି ।[3]

ଯାତାୟତ

ଦୁର୍ଗା ସାଗର ହ୍ରଦ ବାରିସାଲ୍ ଜିଲ୍ଲାର ସଦର ମହକୁମାଠାରୁ ୧୧ କିଲୋମିଟର ଦୂର ବାପୁଗଞ୍ଜ ଉପଜିଲ୍ଲାରେ ମାଧବପସା ଗ୍ରାମରେ ଅବସ୍ଥିତ । ଏହି ସ୍ଥାନ‌କୁ ଭ୍ରମଣରେ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ସଡ଼କପଥ ଦେଇ ଯିବାକୁ ପଡ଼ିଥାଏ । ସଦର ମହକୁମାଠାରୁ ଏହି ସ୍ଥାନଟିକୁ ବସ ଯାତାୟତ କରୁଥାଏ । ନଥୁଲାବାଦ ବସ୍‌ଷ୍ଟାଣ୍ଡରୁ ମଧ୍ୟ ଅଟୋରିକ୍ସାରେ ଭଡ଼ାରେ ମିଳିଥାଏ । ଯାତ୍ରୀମାନେ ମଧ୍ୟ ନିଜର ଯାନବାହନ କିମ୍ବାରେ ଭଡ଼ାରେ ଉପଲବ୍ଧ ଯାନବାହନ ନେଇ ଯାଇପାରିବେ ।[3]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.