ଦୀର୍ଘସ୍ଥାୟୀ ଶିରା ନ୍ୟୁନ ପ୍ରବାହ
ଦୀର୍ଘସ୍ଥାୟୀ ଶିରା ନ୍ୟନ ପ୍ରବାହ, ଅନ୍ୟନାମ କ୍ରନିକ ଭେନସ ଇନସଫିସିଏନ୍ସି / ସିଭିଆଇ (ଇଂରାଜୀ ଭାଷାରେ Chronic venous insuffici / From Wikipedia, the free encyclopedia
ଦୀର୍ଘସ୍ଥାୟୀ ଶିରା ନ୍ୟନ ପ୍ରବାହ, ଅନ୍ୟନାମ କ୍ରନିକ ଭେନସ ଇନସଫିସିଏନ୍ସି / ସିଭିଆଇ (ଇଂରାଜୀ ଭାଷାରେ Chronic venous insufficiency/ CVI), ରୋଗରେ ଗୋଡର ଶିରାରୁ ସାଧାରଣ ଭାବରେ ରକ୍ତ ଫେରିବା ପରିବର୍ତ୍ତେ ଜମାଟ ବାନ୍ଧିଥାଏ | [2] ଏହାର ଲକ୍ଷଣରେ ତଳ ଗୋଡ଼ ଫୁଲିଯାଏ, ଚର୍ମ ପରିବର୍ତ୍ତନ, ଏବଂ ଗୋଡରେ ଅସୁବିଧା ହୋଇପାରେ। [1] ଚର୍ମ ପରିବର୍ତ୍ତନ ମଧ୍ୟରେ ଦୃଶ୍ୟମାନ କ୍ଷୁଦ୍ର ରକ୍ତନଳୀ ଏବଂ ଚର୍ମ ରଙ୍ଗର ପରିବର୍ତ୍ତନ ହୋଇପାରେ । [2] ରୋଗ ଜଟିଳ ହେଲେ ଶିରା ଘାଅ, ଭେରିକୋଜ ଭେନ, ଏକଜେମା ଏବଂ ସେଲ୍ୟୁଲାଇଟିସ୍ ହୋଇପାରେ । [1]
Chronic venous insufficiency | |
---|---|
Chronic venous disease, chronic peripheral venous insufficiency | |
ବିଭାଗ | Vascular surgery |
ଲକ୍ଷଣ | Lower leg swelling, skin changes, leg discomfort[1] |
ଅବଧି | Long term[1] |
ବିପଦ କାରକ | Genetics, high blood pressure, prolonged sitting, smoking, prior deep vein thrombosis, pregnancy, leg injury, prolonged standing[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | Symptoms and examination[2] |
ସଠିକ ରୋଗ ନିର୍ଣ୍ଣୟ | Heart failure, lymphedema, lipedema, dermatitis, cellulitis[1][2] |
ଚିକିତ୍ସା | Leg elevation, exercise, weight management, compression therapy, surgery[1] |
ପୁନଃପୌନିକ | Common[2] |
ଏହାର ସଙ୍କଟ କାରକ ମଧ୍ୟରେ ଜେନେଟିକ୍ସ, ଉଚ୍ଚ ରକ୍ତଚାପ, ଦୀର୍ଘ ସମୟ ବସିରହିବା ବା ଠିଆ ହୋଇରହିବା, ଧୁମ୍ରପାନ, ଡିପ ଭେନ ଥ୍ରୋମ୍ବୋସିସ୍, ଗର୍ଭାବସ୍ଥା, ଗୋଡରେ ଆଘାତ ଯୋଗୁ ହୋଇପାରେ | [1] [2] ଶିରା ଭିତରେ ପଛୁଆ ପ୍ରବାହ କିମ୍ବା ବାଧାପ୍ରାପ୍ତ ପ୍ରବାହ ହେତୁ ଉଚ୍ଚ ଚାପ ହୋଇପାରେ | [1] ରୋଗ ଲକ୍ଷଣ ଏବଂ ପରୀକ୍ଷା ଉପରେ ସାଧାରଣତଃ ରୋଗ ନିର୍ଣ୍ଣୟ ଆଧାରିତ ଓ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ କରାଯାଏ । [2]
ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତ ଗୋଡକୁ ଟେକି ରଖାଯାଏ, ବ୍ୟାୟାମ, ଓଜନ ପରିଚାଳନା ଓ ଚାପ ପ୍ରୟୋଗ କରାଯାଏ | [1] ଶିରା ଛଡ଼ାଇବା ବା ସ୍କ୍ଲେରୋଥେରାପି ଅସ୍ତ୍ରୋପଚାର କଲେ କିଛି ଉନ୍ନତି ହୋଇପାରେ | [1] ଅସ୍ତ୍ରୋପଚାର ପରେ ସାଧାରଣତଃ ପୁନରାବୃତ୍ତି ହୁଏ | [1] ସମୟକ୍ରମେ ରୋଗ ଅବସ୍ଥା ପ୍ରାୟ ଖରାପ ହୋଇଯାଏ | [1]
ଦୀର୍ଘସ୍ଥାୟୀ ଶିରା ନ୍ୟନ ପ୍ରବାହ ଏକ ସାଧାରଣ ରୋଗ ଅଟେ | [2] ଯୁକ୍ତରାଷ୍ଟ୍ରରେ ପ୍ରାୟ ୬.୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। [1] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [1] ଅଣ-ପାଶ୍ଚାତ୍ୟ ଦେଶମାନଙ୍କରେ ଏହା ସାଧାରଣତଃ କମ୍ ଦେଖାଯାଏ | [1] ପ୍ରାଚୀନ ଭାରତରେ ସୁଶ୍ରୁତ ଏବଂ ପରବର୍ତ୍ତୀ କାଳରେ ହିପୋକ୍ରାଟସ୍ ଏହି କ୍ରନିକ୍ ରୋଗର ବର୍ଣ୍ଣନା କରିଥିଲେ । [3]